ରାଜ୍ୟ

କୋହଲା ପାଗ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ – Ibnodisha

[ad_1]

ରାଉରକେଲା  : କୋହଲା ପାଗ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ। ଲଘୁଚାପର ପ୍ରଭାବ ରାଉରକେଲା ଉପରେ ମଧ୍ୟ ପଡିଛି ।ଗତ ୨ ଦିନ ହେଲାଣି ବର୍ଷା ଲାଗି ରହିବା ସହ କୋହଲା ପବନ ବହୁଛି । ଯାହା କି ଦେହ କୁ ଶୀତେଇ ଦେଉଛି । ସାତରୁ ସତୁରି ସମସ୍ତେ କଲବଲ ହେବା ଛଡା ଅନ୍ୟ ଉପାୟ ନାହିଁ । ବର୍ଷା ଯୋଗୁ ରାସ୍ତା ଘାଟ ଦୁକାନ ବଜ଼ାର ଖାଲି ଖାଲି ରହୁଛି । ସ୍କୁଲ ହେଉକି କଲେଜ ଖଣି କାର୍ଯ୍ୟାଳୟ ହେଉ କି ଗାଡି କାର୍ଯ୍ୟାଳୟ କୋର୍ଟ ହେଉ କି କିରାନା ଦୁକାନ ସବୁଠି ଫାଙ୍କା । କେବଳ  ଯାହା ଚା ପକୁଡି ଦୁକାନରେ ଟିକେ ଲୋକଙ୍କୁ ଦେଖିବାକୁ ମିଳୁଛି । ବର୍ଷାରେ କାମ ଧନ୍ଧା ବନ୍ଦ ଥିବା କାରଣରୁ ବସ୍ତି ଅଂଚଳ କିଛି ଯୁବକ ଚଖାନା ସହ ଦେଶୀ ମଦ ଓ ହାଣ୍ଡିଆରେ ମାତି ରହିବା ଦେଖିବାକୁ ମିଳିଛି । ରାଉରକେଲାର ଶୀତଳପଡ଼ା ଭବାନୀପୁର ବସ୍ତି ଓ ଅନ୍ୟ ଜାଗାରେ ଏହି ଦୃଶ୍ୟ ଦେଖିବାକୁ ମିଳିଚି ।

ସିନେମା ହଲର ତାଲା ଖୋଲିବ କେବେ

ରାଉରକେଲା  :  ଦର୍ଶକ ଅଛନ୍ତି ହଲ ନାହିଁ! ସ୍ମାର୍ଟ ସିଟି ରାଉରକେଲା ଏବେ ସିନେମା ହଲ ଶୂନ୍ୟ । ଯାହା କେବଳ ୨ ତିନିଟି ମଲ୍ଟି ପ୍ଲେକ୍ସ ରେ ସିନେମା ଚାଲୁଛି । ଦିନ ଥିଲା ରାଉରକେଲାରେ ୫ଟି ସିନେମା ହଲ ଯେପରି ରଜକ କୋଣାର୍କ ଅପସରା ଦୀପକ ଓ ଉମା ସିନେମାହଲ ଚାଲୁଥିଲା। ସମୟ ଚକ୍ରରେ ସିଡ଼ି ଡିଭିଡିର ବହୁଳ ପ୍ରଚଳନ ହେବା ପରେ ଧୀରେ ଧୀରେ ଗୋଟିକ ପରେ ଗୋଟିଏ ସିନେମା ହଲରେ ତାଲା ଝୁଲିଲା। କିଛି ସିନେମା ହଲ ମାଲିକ ହଲ ବିକ୍ରି କରି ଦେଇଥିବା ବେଳେ ଉମା ସିନେମା ହଲ ପରିସର ଏବେ କୃତିମ ଜଙ୍ଗଲରେ ପରିଣତ ହୋଇଛି । ଏବେ ସିନେମା ହଲ ବଦଳରେ କମ ଦର୍ଶକଙ୍କୁ ନେଇ ମଲ୍ଟି ପ୍ଲେକ୍ସ ଦ୍ୱାରା ସିନେମା ପ୍ରଦର୍ଶନ କରାଯାଉଛି । ଯାହା କେବଳ ଧନୀ ଶ୍ରେଣୀର ଲୋକେ ଦେଖି ପାରୁଛନ୍ତି । ଟିକେଟ ରେଟ ଅଧିକ ଥିବା କାରଣରୁ ମଧ୍ୟବିତ୍ତ ଓ ଗରିବ ଲୋକଙ୍କୁ ସିନେମା ସୁହାଉ ନାହିଁ । ଏବେ ଦେଖିବାକୁ ବାକି ରହିଲା ରାଉରକେଲାରେ ସିନେମା ହଲର ତାଲା ଖୋଲିବ କେବେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button