ରାଜ୍ୟ

ଦିନରେ ତାତି, ରାତିରେ ଥଣ୍ଡା: ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ରାତି ତାପମାତ୍ରା – Ibnodisha

[ad_1]

ଭୁବନେଶ୍ୱର : ଦିନରେ ତାତି, ରାତିରେ ଥଣ୍ଡା । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ରାତି ତାପମାତ୍ରା । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ସୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତି ତାପମାତ୍ରା କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ହ୍ରାସ ପାଇଛି । ୧୪ ତାରିଖ ବେଳକୁ ଫୁଲବାଣୀ, କୋରାପୁଟ ଭଳି ସହରରେ ରାତି ତାପମାତ୍ରା ୯ ଡିଗ୍ରୀ ଓ ରାଜ୍ୟର ଅର୍ଦ୍ଧାଧିକ ସହରର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବା ବେଳେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଶୀତ ସହ ବିଭିନ୍ନ ସ୍ଥାନରେ କୁହୁଡି ମଧ୍ୟ ଦୃଶ୍ୟମାନ ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button