ରାଜ୍ୟ

ନାବାଳିକାକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡ – Ibnodisha

[ad_1]

ଯାଜପୁର : ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ୨୦ବର୍ଷ ର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ପୋକ୍ସୋ ସ୍ବତନ୍ତ୍ର କୋର୍ଟ । ୨୦୨୨ ମସିହା ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳର ପ୍ରକାଶ ମଲ୍ଲିକ ବିଞ୍ଝାରପୁର ଥାନା ଅଞ୍ଚଳରେ ଜଣେ ୯ବର୍ଷର ନାବାଳିକାକୁ ତାଙ୍କ ମା ପାଖରେ ଛାଡିବାକୁ କହି ବାଟରେ ଥିବା ଭଙ୍ଗା ପମ୍ପ ଘରେ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ଏ ନେଇ ବିଞ୍ଝାରପୁର ଥାନାରେ ପୀଡ଼ିତାଙ୍କ ମା ଅଭିଯୋଗ କରିବା ପରେ ଅଭିଯୁକ୍ତକୁ  ପୋକସୋ ଧାରା ୬ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଆଜି ଉକ୍ତ ମାମଲାର ଶୁଣାଣି କରି ଯାଜପୁରର ଏଡିଜେ ତଥା ପୋକ୍ସୋ ସ୍ବତନ୍ତ୍ର ଅଦାଲତ ୨୧ଜଣଙ୍କ ସାକ୍ଷକୁ ଗ୍ରହଣ କରି ଅଭିଯୁକ୍ତଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୭୦ ହଜାର ଜରିମାନା ଶୁଣାଇଛନ୍ତି। ଏଥି ସହିତ ଅନାଦୟ ୨୧ ମାସ ଅଧିକ କାରାଦଣ୍ଡାଦେଶ ପିଡିତା ଙ୍କୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ପୋକସୋ ବିଚାରପତି ଅଭିଜିତ ପଲାଇ ଏହି ରାୟ ପ୍ରକାଶ କରିଥିବା ବେଳେ ଏହି ମାମଲା କୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button