ରାଜ୍ୟ

ବାଂଲାଦେଶ ଗଲା ଓଡ଼ିଶା କାଜୁ: ବାହାରିନ, କତର ବି ଯିବ – Ibnodisha

[ad_1]

ଭୁବନେଶ୍ବର : ଓଡ଼ିଶା କାଜୁର ସ୍ବାଦ ଚାଖିବେ ବାଲାଂଦେଶବାସୀ। କୃଷି ଓ ପ୍ରକ୍ରିୟାକରଣ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ କର୍ତ୍ତୃପକ୍ଷ (ଆପେଡା) ସହଯୋଗରେ ଦୁଇ ଟନ୍‌ କାଜୁ ବାଂଲାଦେଶ ପଠାଯାଇଛି। ପ୍ରଥମ ଥର ଲାଗି ଓଡ଼ିଶାର କାଜୁ ବାଂଲାଦେଶରେ ପ୍ରବେଶ କରିଛି। ଓଡ଼ିଶାର ମହିଳା ଉଦ୍ୟୋଗୀ ସ୍ଥାପନ କରିଥିବା କଂପାନି ‘ପାସନ ଗୋରମେଟ୍‌’ଠାରୁ କାଜୁଗୁଡ଼ିକୁ ସଂଗ୍ରହ କରି ଫାପ୍ ଗ୍ଲୋବାଲ୍ ନାମକ ସଂସ୍ଥା ତାହାକୁ ବାଂଲାଦେଶ ପଠାଇଛି। କୃଷି ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ, ଏମ୍ଏସ୍‌ଏମ୍ଇ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଓ ଆପେକ୍ଷା ଅଧ୍ୟକ୍ଷ ଅଭିଶେକ ଦେବଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ କାଜୁଗୁଡ଼ିକୁ ବାଂଲାଦେଶ ପଠାଯାଇଥିଲା। ଆଗାମୀ ଦିନରେ ଓଡ଼ିଶାର କାଜୁ ବାହାରିନ ଓ କତର ଭଳି ଦେଶକୁ ଯିବ ବୋଲି ସୂଚନା ଦିଆଯାଇଛି। ଏହି ସଫଳତାକୁ ପାଳନ କରିବା ଲାଗି ଇଡ୍‌କୋ ସମ୍ମିଳନୀ କକ୍ଷରେ ଆପେଡା ଓ ଓଡ଼ିଶା ସରକାରଙ୍କ ସହଯୋଗିତାରେ ଏକ ରପ୍ତାନି କୈନ୍ଦ୍ରୀକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ), କୃଷକ ଉତ୍ପାଦକ କଂପାନି (ଏଫ୍‌ପିସି)ଗୁଡ଼ିକ ଯୋଗଦେଇଥିଲେ। କୃଷିଜାତ ସାମଗ୍ରୀ ରପ୍ତାନି ପ୍ରତି ଧ୍ୟାନ ଦେବାକୁ ସେମାନଙ୍କୁ କୁହାଯାଇଥିଲା। ଚାଷୀଙ୍କ ଆୟ ବଢ଼ାଇବା ସହ ମଝିରେ ରହୁଥିବା ଦଲାଲମାନଙ୍କୁ ଏଡ଼ାଇ କିଭଳି ରପ୍ତାନି ବୃଦ୍ଧି କରାଯାଇପାରିବ ସେନେଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ଏହି ଅବସରରେ ୪୦ରୁ ଅଧିକ ଏଫ୍‌ପିଓ ଓ ଏଫ୍‌ପିସି ସଦସ୍ୟ ଯୋଗଦେଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button