ରାଜ୍ୟ

ଉତ୍କର୍ଷ ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପାଇବେ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର – Ibnodisha

[ad_1]

ଭୁବନେଶ୍ୱର: ଗୋଟିଏପଟେ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତି ଜନତାଙ୍କ ନିର୍ଭରଶୀଳତା ବଢ଼ୁଥିବା ବେଳେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷ ପାଇଁ ଚଳିତ ବର୍ଷ ଡାକ୍ତର ଓ ନର୍ସମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ କରାଯିବ। ଏଥିସହ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାପତ୍ର ମଧ୍ୟ ଦିଆଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ ଏନ୍‌ଏଚ୍‌ଏମ୍‌ ଏମ୍‌ଡିଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଡାକ୍ତର ଏବଂ ନର୍ସମାନଙ୍କୁ ସମ୍ମାନିତ କରାଯିବ। ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯିବ। ତେଣୁ ଏହି କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଲାଗି ଶ୍ରୀମତୀ ପଣ୍ଡିତ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ବ୍ୟାପକ ରୂପାନ୍ତରଣ ହେଉଥିବା ବେଳେ ନୂଆ ମେଡିକାଲ କଲେଜ ଓ ପିଜି ଅନୁଷ୍ଠାନ ପ୍ରତିଷ୍ଠା କରାଯାଉଛି। ଛୋଟବଡ଼ ସବୁ ଡାକ୍ତରଖାନାର ନବକଳେବର କରାଯାଉଛି। ଉତ୍ତମ ସ୍ୱାସ୍ଥ୍ୟସେବା ମିଳୁଥିବାରୁ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତା ସହିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ମଧ୍ୟ କାର୍ଯ୍ୟଭାର ବଢ଼ୁଛି । ସେମାନଙ୍କୁ ଚାପ ମୁକ୍ତ ରଖିବା ପାଇଁ ବିହିତ ପଦକ୍ଷେପ ନିଆଯାଉଥିବା ବେଳେ ଆର୍ଥିକ ପ୍ରୋତ୍ସାହନ ଦେବାରେ ମଧ୍ୟ ସରକାର ଅବହେଳା କରି ନାହାନ୍ତି । ଏପରିସ୍ଥଳେ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ଦ୍ୱାରା ସ୍ୱାସ୍ଥ୍ୟ ସେବା ଆହୁରି ତ୍ୱରାନ୍ୱିତ ହେବ ବୋଲି କୁହାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button