ଖେଳ

ପ୍ରଥମ ଦିନିକିଆ: ୮ ୱିକେଟରେ ଜିତିଲା ଭାରତ – Ibnodisha

[ad_1]

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିିକିଆରେ ଭାରତର ସହଜ ବିଜୟ। ପଦାର୍ପଣ ମ୍ୟାଚ୍‌ରେ ବ୍ୟାଟିଂର ଚମକ ଦେଖାଇଛନ୍ତି ସାଇ ସୁଦର୍ଶନ। ଓପନ କରି ୪୩ଟି ବଲ୍‌ରୁ ୯ଟି ଚୌକା ସହ ଅପରାଜିତ ୫୫ ରନ୍‌ ସଂଗ୍ରହ କରିଛନ୍ତି। ଏହି ମ୍ୟାଚକୁ ଟିମ୍ ଇଣ୍ଡିଆ ୮ ୱିକେଟରେ ଜିତି ନେଇଛି।

ଜୋହାନ୍ସବର୍ଗର ନ୍ୟୁ ୱାଣ୍ଡରସ୍‌ ଷ୍ଟାଡିୟମରେ ଘରୋଇ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା। ଫଳରେ ଭାରତ ବୋଲିଂ କରିଥିଲା। କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ପୂରା ଟିମ୍‌ ୨୭.୩ ଓଭରରେ ଅଲ୍‌ଆଉଟ୍‌ ହୋଇ ୧୧୬ ରନ୍‌ କରିପାରିଥିଲେ। ଅର୍ଶଦୀପ ସିଂହଙ୍କୁ ୫, ଆୱେସ ଖାନ୍‌ଙ୍କୁ ୪ ଓ କୁଲଦୀପ ଯାଦବଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା। ଭାରତକୁ ଏହି ମୁକାବିଲା ଜିତିବା ପାଇଁ ୧୧୭ ରନ୍‌ ଦରକାର ଅଛି।

ଏହି ଶୃଙ୍ଖଳା ପାଇଁ ଭାରତୀୟ ଦଳ ଯୁବ ଖେଳାଳିଙ୍କ ଉପରେ ଅଧିକ ଧ୍ୟାନ ଦେଇଛି। ରୋହିତ ଶର୍ମା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ କେଏଲ୍‌ ରାହୁଲ ଭାରତୀୟ ଦଳର ‌ନେତୃତ୍ବ ନେଇଛନ୍ତି। ତେବେ ଭାରତୀୟ ଯୁବଖେଳାଳିମାନେ ବୋଲିଂ ପାଳିରେ ଅଭିଜ୍ଞମାନଙ୍କ ଭଳି ପ୍ରଦର୍ଶନ କରିଛନ୍ତି। ଅର୍ଶଦୀପ ସିଂହ ଆଗଧାଡ଼ିର ୪ରୁ ୩ ଜଣ ବ୍ୟାଟରଙ୍କୁ ଆଉଟ୍‌ କରିଥିଲେ। ସେହିପରି ମଧ୍ୟକ୍ରମର ବ୍ୟାଟରଙ୍କୁ ଖେଳିବାକୁ ସୁଯୋଗ ଦେଇ ନଥିଲେ ଆୱେସ୍‌ ଖାନ। ଦକ୍ଷିଣ ଆଫ୍ରିକାକୁ ଆରମ୍ଭରୁ ଝଟକା ଲାଗିଥିଲା। ଘରୋଇ ଦଳ ୩ ରନ୍‌ରେ ରିଜା ହେଣ୍ଡ୍ରିକ୍ସ ଓ ରାସି ଭାନ୍‌ ଡର ଡୁସେନଙ୍କୁ ହରାଇଥିଲା। ସ୍କୋର ୪୨ ରନ୍‌ ଥିବା ବେଳେ ଟନି ‌ଜର୍ଜି ଆଉଟ୍‌ ହୋଇଥିଲେ। ସେ ୨୨ଟି ବଲ୍‌ ଖେଳି ୨ଟି ଚୌକା ଓ ୨ଟି ଛକା ବଳରେ ୨୮ ରନ୍‌ ସଂଗ୍ରହ କରିଥିଲେ।

ସ୍କୋର ୫୨ ରନ୍‌ରେ ଭାରତ ୪ର୍ଥ ଓ ୫ମ ୱିକେଟ ଭାବେ ଯଥାକ୍ରମେ କ୍ଲାସେଁ ଓ ଐଦେନ ମାରକ୍ରମଙ୍କୁ ଆଉଟ୍‌ କରିଥିଲା। ୫୬ ରନ୍‌ ବେଳକୁ ୱିଆନ୍‌ ମୁଲ୍ଡର ଓ ୫୮ ରନ୍‌ରେ ଡେଭିଡ ମିଲର ଆଉଟ୍‌ ହୋଇଥିବା ବେଳେ ୭୩ରନ୍‌ରେ କେଶବ ମହାରାଜ ପାଭିଲିଅନକୁ ଫେରିଥିଲେ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ହେଣ୍ଡ୍ରିକ୍ସ, ଡୁସେନ, ୱିଆନ୍‌ ମୁଲ୍ଡର ଖାତା ଖୋଲିପାରି ନଥିଲେ। ଡେଭିଡ୍‌ ମିଲର ୨ରନ୍‌, କେଶବ ମହାରାଜ ୪ ରନ୍‌ ଓ ହେନରିକ କ୍ଲାସେଁ ୬ ରନ୍‌ ସଂଗ୍ରହ କରି ପାଭିଲିଅନକୁ ଫେରି ଆସିଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ଆଣ୍ଡିଲେ ଫେଲୁକ୍ବାୟୋ ସର୍ବାଧିକ ବ୍ୟକ୍ତିଗତ ରନ୍‌ ସଂଗ୍ରହ କରିଥିଲେ। ସେ ଆଉଟ୍‌ ହେବା ପୂର୍ବରୁ ୪୯ଟି ବଲ୍‌ ଖେଳିଥିଲେ। ୩ଟି ଚୌକା ଓ ୨ଟି ଛକା ବଳରେ ୩୩ ରନ୍‌ ଯୋଡ଼ିଥିଲେ। ନନ୍ଦ୍ରେ ବର୍ଗର ୩୨ଟି ବଲ୍‌ ଖେଳି ୭ ରନ୍‌ କରିଥିବା ବେଳେ ତାବ୍ରେଜ ସାମ୍‌ସି ୮ଟି ବଲ୍‌ ଖେଳି ୨ଟି ଚୌକା ବଳରେ ୧୧ ରନ୍‌ ସଂଗ୍ରହ କରି ଅପରାଜିତ ଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button