ବିଧର୍ମୀ ଯୁବକଙ୍କୁ ପ୍ରେମ କରୁଥିବା ଭଉଣୀର ତଣ୍ଟିଚିପି କେନାଲ୍ରେ ଫିଙ୍ଗି ଦେଲେ ଦୁଇ ଭାଇ – Ibnodisha

[ad_1]
ନୂଆଦିଲ୍ଲୀ : ବିଧର୍ମୀ ଯୁବକଙ୍କୁ ପ୍ରେମ କରୁଥିବା ଭଉଣୀର ତଣ୍ଟିଚିପି ହତ୍ୟା କରିବା ପରେ ଦୁଇ ଭାଇ ତା’ର ଶବକୁ ଗାଜିଆବାଦର ଗୋଟାଏ କେନାଲ୍ରେ ଫିଙ୍ଗି ଦେଇଥିବା କଥା ପୁଲିସ କହିଛି।‘ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ବଳ’ର ଟିମ୍ ଓ ସ୍ଥାନୀୟ ବୁଡ଼ାଳିମାନେ କେନାଲ୍ରେ ତଲାସ କରୁଥିଲେ ବି ଏଯାବତ୍ ଶବ ଉଦ୍ଧାର କରି ପାରି ନାହାନ୍ତି।ପୁଲିସ ପାଟ୍ରୋଲ୍ ଟିମ୍ ଆକସ୍ମିକ ଭାବେ ତଦନ୍ତ ଚଳାଇଥିବା ବେଳେ ଘଟଣା ଲୋକଲୋଚନକୁ ଆସିଲା। ସଂଗୃହୀତ ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ବେଳେ ପୁଲିସ ପାଟ୍ରୋଲ୍ ଟିମ୍ ମୁରାଦନଗରରେ ଦୁଇଜଣ ଲୋକଙ୍କୁ ଦେଖି କୁଆଡୁ ଆସିଲ ବୋଲି ପଚାରିଲେ। ତାଙ୍କର ଉତ୍ତର ସନ୍ଦେହଜନକ ମନେ ହେବାରୁ ପୁଲିସ କର୍ମଚାରୀମାନେ ସେମାନଙ୍କୁ ଜେରା କଲେ। ସେତେବେଳେ ଜଣାପଡ଼ିଲା ଯେ, ଜଣେ ହେଉଛନ୍ତି ସୁଫିୟାନ୍ ଓ ଆରଜଣକ ତାଙ୍କର ସମ୍ପର୍କୀୟ ଭାଇ ମହତାବ। ଗାମୁଛାରେ ଭଉଣୀକୁ ସ୍ବାଶରୁଦ୍ଧ କରି ମାରି ହତ୍ୟା କରିବା ପରେ ତା’ର ଶବକୁ ଗାଙ୍ଗନହର କେନାଲ୍ରେ ଫିଙ୍ଗି ଦେଇଥିବା କଥା ସେମାନେ ସ୍ବୀକାର କଲେ। ତୁରନ୍ତ ପୁଲିସ ସକ୍ରିୟ ହୋଇ କେନାଲ୍ରେ ତଲାସ ଆରମ୍ଭ କଲା।ହାଜତରେ ଥିବା ଦୁଇ ଭାଇ ପୁଲିସକୁ କହିଛନ୍ତି ଯେ, ସେମାନଙ୍କ ଭଉଣୀ ଶିବା ଦିଲ୍ଲୀରେ ଥିବା ଆତ୍ମୀୟଙ୍କ ସହିତ ରହୁଥିଲା। ମୁଫିୟାନ୍ଙ୍କ ଘର ଉତ୍ତରାଖଣ୍ଡର ରୂର୍କିରେ ଏବଂ ତାଙ୍କ ମାମୁପୁଅ ଭାଇ ମହତାବଙ୍କ ଘର ମୁଜାଫରନଗରରେ। ଭଉଣୀ ଅନ୍ୟ ଧର୍ମର ଜଣେ ଯୁବକଙ୍କୁ ପ୍ରେମ କରୁଥିବା ଜାଣି ସେମାନେ ବିରୋଧ କରିଥିଲେ। ଶେଷରେ ଭଉଣୀ ଶିବାକୁ ହତ୍ୟା କରି କେନାଲ୍ରେ ଫିଙ୍ଗି ଦେଇଥିଲେ। କେନାଲ୍ରୁ ଶିବାଙ୍କର ପୋଷାକ, ଚପଲ ଓ ହତ୍ୟାକାଣ୍ଡରେ ବ୍ୟବହୃତ ଗାମୁଛା ଉଦ୍ଧାର କରାଯାଇଥିଲେ ବି ଏପର୍ଯ୍ୟନ୍ତ ତାଙ୍କ ଶବ ମିଳିନାହିଁ।
[ad_2]