ରାଜ୍ୟ

ଜାନୁଆରୀରେ ମାଲକାନଗିରି ଜିଲ୍ଲାକୁ ଉଡ଼ିବ ବିମାନ – Ibnodisha

[ad_1]

ଭୁବନେଶ୍ୱର: ଓଡ଼ିଶାର ଉପାନ୍ତରେ ଥିବା ମାଲକାନଗିରି ଜିଲ୍ଲାକୁ ଉଡ଼ିବ ବିମାନ। ଆସନ୍ତା ଜାନୁଆରୀ ମାସରୁ ଏହି ବିମାନବନ୍ଦରରୁ ନନ୍‌ ସିଡ୍ୟୁଲ ବିମାନ ଚଳାଚଳ ଆରମ୍ଭ ହେବା ସମ୍ଭାବନା ଅଛି। ଆରସିଏସ୍‌ ଉଡ଼ାନ୍‌ ଯୋଜନାରେ ସାମିଲ ଏହି ବିମାନବନ୍ଦରରେ ୧୫୦୦ ମିଟର୍‌ ରନୱେ ଥିବାରୁ ଏଠାରେ ୨୦ ଆସନ ବିଶିଷ୍ଟ ବିମାନ ଚଳଚାଳ ଆରମ୍ଭ କରିବ। ଏହା ପରେ ବଡ଼ ବିମାନ ଚଳାଚଳ ପାଇଁ ଲକ୍ଷ୍ୟ ରହିଛି। ଏହି ବିମାନବନ୍ଦରକୁ କ୍ୟାଟେଗୋରୀ-୨ ବର୍ଗର ଏୟାରପୋର୍ଟ କରାଯିବ।

ସୂଚନା ଅନୁସାରେ, କିଛି ଦିନ ପୂର୍ବେ ରାଜ୍ୟ ପରିବହନ ବିଭାଗ ଏବଂ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ବରିଷ୍ଠ କର୍ତ୍ତୃପକ୍ଷ ମାଲକାନଗିରି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଚଳିତ ମାସ ପୁନର୍ବାର ଏହି ଟିମ୍‌ ପ୍ରକଳ୍ପ ସ୍ଥାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ରନୱେ ସମ୍ପ୍ରସାରଣ ସହିତ ଟର୍ମିନାଲ ବିଲ୍ଡିଂ, ଫାୟାର ଷ୍ଟେସନ୍‌ ଆଦି ନିର୍ମାଣ ହୋଇଛି। ଚଳିତ ବର୍ଷ ମେ’ ମାସରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ମାଲକାନଗିରି ଗସ୍ତ ସମୟରେ କୋଟେଲଗୁଡ଼ା ଠାରେ ଥିବା ଏହି ବିମାନବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ଜାନୁଆରୀ ମାସ ସୁଦ୍ଧା କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଥମ ପର୍ଯ୍ୟାୟରେ, ନନ୍‌ ସିଡ୍ୟୁଲ ବିମାନ ଚଳାଚଳ ପାଇଁ ଯୋଜନା ଥିବାରୁ ଏବେ ଡିଜିସିଏର ଲାଇସେନ୍ସ ଆବଶ୍ୟକ ପଡ଼ିବ ନାହିଁ। ସମ୍ପ୍ରତି ଭୁବନେଶ୍ୱରରୁ ମାଲକାନଗିରି ମଧ୍ୟରେ ଛୋଟ ବିମାନ ଚଳାଚଳ ଆରମ୍ଭ ପାଇଁ ପରିବହନ ବିଭାଗ ବିଭିନ୍ନ ଏୟାରଲାଇନ୍ସ ସହିତ ଆଲୋଚନା କରିଛନ୍ତି ଏବଂ ଖୁବ୍‌ ଶୀଘ୍ର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ। ଆଗକୁ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଲେ ସୁଡ୍ୟୁଲ୍ଡ ବିମାନ ଚଳାଚଳ ଆରମ୍ଭ ହେବ। ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତ୍‌କେଲା, ରାଉରକେଲା ପରେ ମାଲକାନଗିରି ବିମାନ ଉଡ଼ାଣ ସୂଚୀରେ ସାମିଲ ହେବାକୁ ଯାଉଛି। ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାକୁ ବିମାନ ସେବା ଆରମ୍ଭ ହେଲେ ସେଠାରେ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ। ପୁଞ୍ଜିୁନିବେଶ ସୁଯୋଗ ସୃଷ୍ଟି ହେବା ସହ ଲୋକଙ୍କୁ କର୍ମନିଯୁକ୍ତି ମିଳିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button