ରାଜନୀତି

ଶିବରାଜଙ୍କୁ ଦିଲ୍ଲୀ ଡାକରା; କେନ୍ଦ୍ରରେ ମିଳିପାରେ ବଡ଼ ପଦବୀ – Ibnodisha

[ad_1]

ନୂଆଦିଲ୍ଲୀ : ଯାହା ଅନୁମାନ କରାଯାଉଥିଲା ତାହା ହିଁ ହୋଇଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଏଥିସହ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ସମ୍ଭାବନା ମଧ୍ୟ ବଢ଼ିଯାଇଛି । ଏପ୍ରସଙ୍ଗରେ ଶିବରାଜ କହିଛନ୍ତି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଦିଲ୍ଲୀ ଡାକିଛନ୍ତି । ତେବେ ତାଙ୍କୁ କେଉଁ କାରଣ ପାଇଁ ଡକାଯାଇଛି ସେସମ୍ପର୍କରେ ସେ ନିଜେ ମଧ୍ୟ ଅବଗତ ନୁହଁନ୍ତି । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନ ମିଳିବ କି ବୋଲି ପଚରାଯିବାରୁ ଶିବରାଜ କହିଛନ୍ତି ଯେ, ସଂଗଠନ ଯାହା ନିଷ୍ପତ୍ତି ନେବ ଦଳର ଶୃଙ୍ଖଳିତ କର୍ମୀ ଭାବେ ସେ ତାହା କରିବେ । ପ୍ରକାଶ ଶିବରାଜ ସୋମବାର ବିଧାନସଭାରେ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ଶିବରାଜ ଦିଲ୍ଲୀ ଗସ୍ତ କରୁଛନ୍ତି । ପ୍ରଥମେ ଶିବରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଅପରାହ୍ନ ସୁଦ୍ଧା ସେ ଦିଲ୍ଲୀ ଯାଇ ସନ୍ଧ୍ୟା ସାଢ଼େ ୭ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ ବୋଲି ସୂଚନା ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ମଙ୍ଗଳବାର ସକାଳୁ ଦିଲ୍ଲୀ ଗସ୍ତ କରିବେ ଏବଂ ନଡ୍ଡାଙ୍କ ସହ ତାଙ୍କର ସାକ୍ଷାତ ଅପରାହ୍ନ ୧୨ଟା ସମୟରେ ହେବ ବୋଲି ଶିବରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ପ୍ରକାଶ, ଆଗାମୀ ଦିନରେ କେନ୍ଦ୍ର କ୍ୟାବିନେଟ୍‌ରେ ଏକ ଛୋଟଧରଣର ସମ୍ପ୍ରସାରଣ ସମ୍ଭାବନା ରହିଥିବା ନେଇ ଚର୍ଚ୍ଚା ହେଉଛି । କାରଣ ନରେନ୍ଦ୍ର ସିଂହ ତୋମର ମଧ୍ୟପ୍ରଦେଶକୁ ଫେରିବା ପରେ କେନ୍ଦ୍ରରେ କୃଷି ମନ୍ତ୍ରଣାଳୟ ଖାଲି ପଡିଛି । ଏହାମଧ୍ୟରେ ଶିବରାଜଙ୍କୁ ଜେପି ନଡ୍ଡା ଦିଲ୍ଲୀ ଡାକିବା ଏବଂ ବୈଠକ କରିବା ପ୍ରସଙ୍ଗକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । କାରଣ ଶିବରାଜଙ୍କୁ ଏହି ମନ୍ତ୍ରାଳୟ ମିଳିବା ନେଇ ଚର୍ଚ୍ଚା ଏବେ ଜୋରଧରିଛି । ସୂଚନାଯୋଗ୍ୟ, ରବିବାର ରାଜ୍ୟର ବରିଷ୍ଠ ବିଜେପି ନେତାମାନେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ବୈଠକ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ରାଜ୍ୟ ବିଜେପି ସଭାପତି ଭିଡି ଶର୍ମା, ସଂଗଠନ ସାଧାରଣ ସମ୍ପାଦକ ହିତାନନ୍ଦ, ଉପମୁଖ୍ୟମନ୍ତ୍ରୀ ଜଗଦ୍ଦୀଶ ଦେଓରା, ରାଜେନ୍ଦ୍ର ଶୁକ୍ଳା, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରହଲ୍ଲାଦ ପଟେଲ, କୈଳାଶ ବିଜୟବର୍ଗୀ ଓ ନରେନ୍ଦ୍ର ସିଂହ ତୋମାର ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ବରିଷ୍ଠ ନେତାମାନଙ୍କ ବ୍ୟତୀତ ବିଧାୟକ ନିର୍ବାଚନରେ ପରାଜିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ତେବେ ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଯୋଗଦେଇନଥିଲେ । ଏହାକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା କରାଯାଉଥିଲା । ଏହାପରେ ଶିବରାଜଙ୍କୁ ଭେଟିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଦିଲ୍ଲୀ ଡାକିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button