ଅପରାଧ

ପ୍ରେମିକ ସହ ସ୍ତ୍ରୀ ମିଶି ଶେଷ କରିଦେଲା ସ୍ୱାମୀକୁ; ଶେଷରେ କ’ଣ ହେଲା ଜାଣନ୍ତୁ…. – Ibnodisha

[ad_1]

କଟକ: ସ୍ତ୍ରୀକୁ ବାୟା କଲା ପ୍ରେମିକର ପ୍ରେମ । ଆଉ ପାଗେଳି ହୋଇଗଲା ତା ପ୍ରେମରେ । ପ୍ରେମିକ ସହ ମିଶି ଶେଷ କରିଦେଲା ସ୍ୱାମୀକୁ । ପରକୀୟା ପ୍ରୀତିକୁ ନେଇ ନିଜ ପୁରୁଷ ବନ୍ଧୁ ସହ ମିଶି ସ୍ୱାମୀକୁ ଜିଅନ୍ତା ପୋଡିଲା ଏହି ରାକ୍ଷସୀ ସ୍ତ୍ରୀ । ଚେ?ଦ୍ୱାରରେ ବସ କଣ୍ଡକ୍ଟର ନିଶ୍ଚଳ ମହାପାତ୍ର ମୃତ୍ୟୁ ମାମଲାରେ ଏବେ ଏହି ବଡ଼ ଖୁଲାସା କରିଛି କମିଶନରେଟ ପୋଲିସ । ନିଶ୍ଚଳଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା ଏବଂ ତାଙ୍କୁ ଜିଅନ୍ତା ଜାଳି ଦିଆ ଯାଇଥିଲା ବୋଲି ସ୍ପଷ୍ଟ କରିଛି ପୋଲିସ । ଏସବୁ ହୋଇଛି ସ୍ତ୍ରୀର ପରକୀୟର ପ୍ରେମ ପାଇଁ । ପତ୍ନୀର ପରକ୍ରିୟା ପ୍ରେମକୁ ନେଇ ଏହି ହତ୍ୟାକାଣ୍ଡ ହୋଇ ଥିବା ବେଳେ ହତ୍ୟା ଅଭିଯୋଗରେ ନିଶ୍ଚଳଙ୍କ ପତ୍ନୀ ସୁହାସିନୀ ମହାପାତ୍ର ଓ ତାଙ୍କ ପୁରୁଷ ବନ୍ଧୁ ପୂର୍ଣ୍ଣଚନ୍ଦ୍ର ମହାରଣାକୁ ଗିରଫ କରିଛି ପୋଲିସ । ତେବେ କହିରଖିବାକୁ ଚାହିଁବୁ ଯେ ଗତ ୧ ତାରିଖ ଦିନ ବିରାଟଗାଦି ନିକଟରେ ନିଶ୍ଚଳଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଝଉଈରେ ଭର୍ତି କରାଯାଇ ଥିଲା କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟି ଥିଲା ।

ଏନେଇ ଚୌଦ୍ୱାର ପୋଲିସ ପ୍ରଥମେ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଥିଲା କିନ୍ତୁ ତଦନ୍ତ ସମୟରେ ନିଶ୍ଚଳଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସୁରାକ ପାଇ ଥିଲା ପୋଲିସ । ମୂଳତ ନିଆଳି ଗୋବିନ୍ଦପୁର ବାସିନ୍ଦା ନିଶ୍ଚଳ ପେସାରେ ଜଣେ ବସ କଣ୍ଡକ୍ଟର ଥିଲେ । ଚୌଦ୍ୱାର ବାସିନ୍ଦା ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ସହ ନିଶ୍ଚଳଙ୍କ ବନ୍ଧୁତା ଥିବା ବେଳେ ନିଶ୍ଚଳଙ୍କ ଘରକୁ ପୂର୍ଣ୍ଣଚନ୍ଦ୍ରଙ୍କ ଯିବା ଆସିବା ଥିଲା । ପୂର୍ଣ୍ଣଚନ୍ଦ୍ରଙ୍କ ସହ ନିଶ୍ଚଳଙ୍କ ପତ୍ନୀ ସୁହାସିନୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏପରିକି ନିଶ୍ଚଳ ଅଜ୍ଞାତରେ ପୂର୍ଣ୍ଣଚନ୍ଦ୍ରଙ୍କ ଓ ସୁହାସିନୀ ମିଳାମିଶା କରିବା ସହ ନିଶ୍ଚଳଙ୍କୁ ନିଜ ରାସ୍ତାରୁ ସବୁ ଦିନ ଲାଗି ହଟାଇବାକୁ ଯୋଜନା କରି ଥିଲେ । ଯୋଜନା ମୁତାବକ ପୂର୍ଣ୍ଣଚନ୍ଦ୍ର କୌଶଳ କରି ନିଶ୍ଚଳଙ୍କୁ ଚୌଦ୍ୱାର ଡକାଇ ଥିଲା ଏବଂ ବିରାଟଗାଦି ନିକଟରେ ଉଭୟ ପ୍ରଚୁର ମଦ ପିଇବା ପରେ ନିଶ୍ଚଳଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ପୂର୍ଣ୍ଣଚନ୍ଦ୍ର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button