ରାଜ୍ୟ

ଇସ୍ପାତନଗରୀରେ ଆତଙ୍କ; ନିଦ ହଜାଇଛି ହଇଜା, ଆଜି ଯିବେ ଦୁଇ ସିନିୟର ଅଫିସର – Ibnodisha

[ad_1]

ରାଉରକେଲା:  ଇସ୍ପାତ ନଗରୀ ରାଉରକେଲାରେ ଆତଙ୍କ ଖେଳାଇଦେଇଛି ହଇଜା । ଘୁ ଘୁ ହୋଇ ମାଡ଼ିଚାଲିଛି, ଘାତକ ହେଉଛି । ଭୁବନେଶ୍ୱରରୁ ଫୁଡ୍ ସେଫ୍ଟି ଟିମ୍ ପହଞ୍ଚି ରାଉରକେଲା ସହରର ବିଭିନ୍ନ ସ୍ଥାନରୁ ଖାଦ୍ୟ ଓ ପାଣି ନମୁନା ସଂଗ୍ରହ କରୁଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ହଇଜା ସ୍ଥିତିର ସମୀକ୍ଷା କରି ଏହାକୁ ରୋକିବା ଲାଗି ତୁରନ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଝାଡ଼ାବାନ୍ତି ନୁହେଁ, ଷ୍ଟିଲ ସିଟିରେ ମାଡ଼ିଚାଲିଛି ହଇଜା ।  ବୋଲମାନୁନି ସ୍ଥିତି । ଗତକାଲି ସୁଦ୍ଧା ସ୍ମାର୍ଟସିଟିରେ ୧ ହଜାର ୨୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର  ବି ଡାକ୍ତରଖାନାକୁ ରୋଗୀଙ୍କ ସୁଅ ଛୁଟୁଛି । ଏ ଭିତରେ ୬ ଜଣଙ୍କ ମୁଣ୍ଡ ବି ନେଲାଣି ଡାଇରିଆ ଓ କଲେରା । ରାଉରକେଲା ସରକାରୀ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି, ଝାଡ଼ାବାନ୍ତିର କାରଣ ଖୋଜିବାକୁ ଡିସେମ୍ବର ୧୦ରୁ ୧୮ ତାରିଖ ଭିତରେ ୩୯ ଜଣ ରୋଗୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ୧୮ଟି ନମୁନାରେ ଭିବ୍ରିଓ କଲେରା ବ୍ୟାକ୍ଟେରିଆ ଚିହ୍ନଟ ହୋଇଛି । ଏବେ ଅନ୍ୟ ରୋଗୀଙ୍କ ନମୁନା ବି ପରୀକ୍ଷା ପାଇଁ ପଠାଯାଇଛି । ଏ ରିପୋର୍ଟ ଆସିବା ପରେ ହଇଜା ରୋଗୀଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ବି ବଢ଼ିଛି । ଏପଟେ ରାଉରକେଲା ସହରରେ ଭୁବନେଶ୍ୱର ଫୁଡ୍ ସେଫ୍ଟି ଟିମ୍ ପହଞ୍ଚି ବିଭିନ୍ନ ହୋଟେଲ ଓ ଗୁପ୍‌ଚୁପ୍ ଷ୍ଟଲରୁ ଖାଦ୍ୟ ଓ ପାଣି ନମୁନା ସଂଗ୍ରହ କରୁଛନ୍ତି । ରାଉରକେଲାରେ ବ୍ୟାପୁଥିବା ହଇଜା ରାଜ୍ୟର ଅନ୍ୟ ଅଞ୍ଚଳକୁ ବି ବ୍ୟାପିବାର ଆଶଙ୍କା ରହିଛି । ଏଣୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ଣରେ ରାଉରକେଲା ହଇଜା ସ୍ଥିତିର ସମୀକ୍ଷା କରି ତୁରନ୍ତ ଏହାକୁ ରୋକିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭିସି ଜରିଆରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।  ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ, ମୁଖ୍ୟ ସଚିବ, ନଗର ଉନ୍ନୟନ  ସଚିବ, ସ୍ୱାସ୍ଥ୍ୟ ସଚିବ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ  ଉପସ୍ଥିତ ଥିଲେ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପରିସ୍ଥିତି ସମ୍ପର୍କରେ ଅବପଗତ କରାଇଥିଲେ ।
ବୁଧବାର ଦୁଇଜଣ ସିନିଅର ଅଫିସର ରାଉରକେଲା ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିବେ । ଝାଡାବାନ୍ତି ନିୟନ୍ତ୍ରଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ସହରରେ ଝାଡାବାନ୍ତି ନିୟନ୍ତ୍ରଣ ହୋଇଯିବ ବୋଲି କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button