ରାଜନୀତି

ମହାପ୍ରଭୁଙ୍କ ପ୍ରତି ଥିବା ଆସ୍ଥା ଓ ଭାବାବେଗକୁ  ଆମେ ସମସ୍ତେ ସମ୍ମାନ ଦେବା- ଧର୍ମେନ୍ଦ୍ର ପ୍ରଧାନ   – Ibnodisha

[ad_1]

ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଓଡ଼ିଆ ଓ ସନାତନୀଙ୍କ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର
ଜାଣତରେ ହେଉ କିମ୍ବା ଅଜାଣତରେ ମହାପ୍ରଭୁଙ୍କର ଆସ୍ଥା ତଥା ତାଙ୍କ ସହ ଯୋଡି ହୋଇଥିବା ଭାବାବେଗ ସହ ଖେଳାନଯାଉ, ଏହା ସମସ୍ତଙ୍କୁ ମୋର ଅନୁରୋଧ
ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେପି ବୁଥ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ସଂଗଠନକୁ ଅଧିକ ମଜଭୂତ୍ କରିବାର ଦାୟିତ୍ୱ ନେଇଛି
ଦଳୀୟ ନେତୃବୃନ୍ଦମାନେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ ନେତା ମାନଙ୍କୁ ଭେଟି ସେମାନଙ୍କ ଠାରୁ ପରାମର୍ଶ ଓ ଆଶୀର୍ବାଦ ନେଇଛନ୍ତି
ଓଡ଼ିଶାର ୧ କୋଟି ଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ବାର୍ତ୍ତାକୁ ପହଞ୍ଚାଇବା ଓ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବା ଲକ୍ଷ୍ୟ

ଭୁବନେଶ୍ୱର,  – ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଓଡ଼ିଆ ଓ ସନାତନୀଙ୍କ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ମହାପ୍ରଭୁଙ୍କ ପ୍ରତି ଥିବା ଆସ୍ଥା ଓ ଭାବାବେଗକୁ ଆମେ ସମସ୍ତେ ସମ୍ମାନ ଦେବା ଉଚିତ୍ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ ସମସ୍ତ ଓଡ଼ିଆ ଏବଂ ସନାତନୀ ହିନ୍ଦୁଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜନଭାବନାକୁ ଆଘାତ ଦେବା ଭଳି କେହି କିଛି କରିବା ଅନୁଚିତ୍ । ଜାଣତରେ ହେଉ କିମ୍ବା ଅଜାଣତରେ କେହି କେବେ ମହାପ୍ରଭୁଙ୍କର ଆସ୍ଥା ତଥା ତାଙ୍କ ସହ ଯୋଡି ହୋଇଥିବା ଭାବାବେଗ ସହ ନ ଖେଳିଲେ ଭଲ, ଏହା ସମସ୍ତଙ୍କୁ ମୋର ଅନୁରୋଧ ରହିବ ବୋଲି ସେ କହିଛନ୍ତି ।    
 
ସେହିପରି ଆଉ ଏକ ପ୍ରଶ୍ନର ପ୍ରତିକ୍ରିୟାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନିକଟରେ ଶେଷ ହୋଇଥିବା ସଂସଦର ଶୀତ ଅଧିବେଶନରେ ମହତ୍ୱପୂର୍ଣ୍ଣ ବିଧେୟକ ଗୁଡିକ ଗୃହୀତ ହୋଇଛି । ଭାରତୀୟ ଜନତା ପାର୍ଟି ତଥା ଏନଡିଏ ସମ୍ମୁଖରେ ପ୍ରତିଦ୍ୱନ୍ଦିତା କରୁଥିବା ବିରୋଧୀ ଦଳ ପାଖରେ କୌଣସି ପ୍ରସଙ୍ଗ ନାହିଁ । ଆଜି ଦେଶର ସବୁଠୁ ଲୋକପ୍ରିୟ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶା ଭଳି ରାଜ୍ୟରେ ୮୦ ଭାଗ ଲୋକ ମୋଦିଙ୍କୁ ପସନ୍ଦ କରୁଛନ୍ତି । ବିଜେପି ଓଡ଼ିଶାରେ ବଡ ଦଳ ଭାବେ ଉଭା ହୋଇଛି । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳ ବୁଥ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ଦଳୀୟ ସଂଗଠନକୁ ଅଧିକ ମଜଭୂତ୍ କରିବାର ଦାୟିତ୍ୱ ନେଇଛି । ଦଳୀୟ ନେତୃବୃନ୍ଦମାନେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ ନେତା ମାନଙ୍କୁ ଭେଟି ସେମାନଙ୍କ ଠାରୁ ପରାମର୍ଶ ଓ ଆଶୀର୍ବାଦ ନେଇଛନ୍ତି । ଓଡ଼ିଶାର ୧ କୋଟି ଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ବାର୍ତ୍ତାକୁ ପହଞ୍ଚାଇବା ଓ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବାର ଲକ୍ଷ୍ୟ ରହିଛି ।  ଏଥିରେ କାର୍ଯ୍ୟକର୍ତ୍ତାମାନେ ଦାୟିତ୍ୱରେ ଅଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button