ରାଜ୍ୟ

ୱାଟକୋ ନଳରୁ ବାହାରୁଛି ଦୂଷିତ ପିଇବା ପାଣି, ଦୂଷିତ ପାଣି ପି ଲୋକେ ରୋଗାକ୍ରାନ୍ତ – Ibnodisha

[ad_1]

ଯାଜପୁର:ରାଜ୍ୟସରକାର ସହରାଞ୍ଚଳରେ ୱାଟକୋ ଜରିଆରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି | ଏହି ଯୋଜନାରେ ସରକାରଙ୍କର କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି | କିନ୍ତୁ ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅଞ୍ଚଳରେ ବିଶୁଦ୍ଧ ପିଇବା ପାଣି ପରିବର୍ତ୍ତେ ଲୋକମାନେ ଦୂଷିତ ପାଣି ପାଉଛନ୍ତି | ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ପୌର ପରିଷଦ ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ଭାବେ ପରିଚିତ ୧୩ ନଂ ୱାର୍ଡରେ |

ଏହି ୱାର୍ଡର………………. | ଦୀର୍ଘ ତିନିମାସ ହେବ ୱାର୍ଡ ବାସି ଦୂଷିତ ଜଳ ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଥିବା ଅଭିଯୋଗ ହେଉଛି | ୱାଟକୋ ପାନୀୟ ଜଳ ଯୋଗାଣ ପାଇପରୁ ଗୋଳିଆ ନାଲି ମାଟି ମିଶା ଦୁର୍ଗନ୍ଧ ପାଣି ବାହାରୁଛି | ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପୌର କତୃପକ୍ଷ ଠାରୁ ୱାଟକୋ କତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ | ଯାହାକୁ ନେଇ ଶନିବାର ୧୩ ନଂ ୱାର୍ଡ ବାସିମାନେ ଏକ ପାତ୍ରରେ ଦୂଷିତ ପାଣିନେଇ ଦଳାସ୍ଥିତ ୱାଟକୋ କାର୍ଯ୍ୟାଳୟରେ ପହଁଚି ବିକ୍ଷୋଭ ପଦର୍ଶନ କରିବା ସହିତ ୱାଟକୋର ସହ ପରିଚାଳକ ବିଚିତ୍ରାନନ୍ଦ ପୁହାଣଙ୍କୁ ଘେରିଥିଲେ |

ସାଙ୍ଗରେ ନେଇଥିବା ଦୂଷିତ ପାଣିକୁ ଦେଖାଇବା ସହ ନାନାଦି ପ୍ରଶ୍ନ କରିଥିଲେ | ୱାଟକୋ କତୃପକ୍ଷ ପୁହାଣ ପ୍ରଶ୍ନର ସଠିକ ଉତ୍ତର ଦେଇ ପାରିନଥିଲେ | କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଲାଗିରହିଥିଲା | ଏହି ସମାନ ଅଭିଯୋଗ ନେଇ ୧0ନଂ ୱାର୍ଡ ବାସିନ୍ଦା ମାନେ ମଧ୍ୟ ବିକ୍ଷୋଭରେ ସାମିଲ ହୋଇଥିଲେ | ଏ ସମ୍ପର୍କରେ ୱାଟକୋର ସହ ପରିଚାଳକ ପୁହାଣଙ୍କୁ ପଚାରିବାରେ ସେ କହିଲେ ଉକ୍ତ ୱାର୍ଡରେ ପୁରୁଣା ପାଇପକୁ ବଦଳା ଯାଇ ନୂଆ ପାଇପ ସଂଯୋଗ କାର୍ଯ୍ୟ କରାଯାଉଛି | ଖୁବ ଶିଘ୍ର ଏହାର ସମାଧାନ ହେବ ବୋଲି ଆମ ପ୍ରତିନିଧିଙ୍କୁ ପ୍ରତିକ୍ରିୟାରେ ଦେଇଥିଲେ |

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button