୧୩ ଓ ୧୪ରେ ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର – Ibnodisha

[ad_1]
ଭୁବନେଶ୍ୱର: ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟର ୫୦ତମ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର (ଗୋଲଡ କ୍ୟାମ୍ପ) ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଫୁଲ୍କିମୁଣ୍ଡା, ଖପରାଖୋଲ ପରିସରରେ ତା.୧୩.୦୧.୨୦୨୪ରିଖ (ଶନିବାର) ଓ ତା.୧୪.୦୧.୨୦୨୪ରିଖ (ରବିବାର) ଦିନ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେବ । ଏହି ଶିବିରରେ କଟକ, ଭୁବନେଶ୍ୱର, ବୁର୍ଲା, ବଲାଙ୍ଗିର ଓ ସମ୍ବଲପୁର ଏବଂ ତଥା ରାଜ୍ୟବାହାରର ଖ୍ୟାତନାମା ବିଶେଷଜ୍ଞ ଚିକିତ୍ସକମାନଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତି ଅନୁସରଣରେ ଯଥା – ଇ.ସି.ଜି., ପି.ଏଫ.ଟି. ଏଣ୍ଡୋସ୍କୋପି ଏବଂ ବିଭିନ୍ନ ରକ୍ତ ପରୀକ୍ଷା ଇତ୍ୟାଦି କରାଯାଇ ରୋଗ ନିରୁପଣ ହେବା ସହ ଚିକିତ୍ସା କରାଯିବ ।

ଏହି ଶିବିରରେ ସ୍ତ୍ରୀ ଓ ପ୍ରସୂତି, ଶଲ୍ୟ, ଅସ୍ଥିଶଲ୍ୟ, ମୂତ୍ରରୋଗ ଓ କିଡ଼୍ନୀରୋଗ, ଶିଶୁରୋଗ, ଭେଷଜ (ମେଡ଼ିସିନ୍), ହୃଦ୍ରୋଗ, ଚର୍ମ ଓ ଯୌନ, ଚକ୍ଷୁ, ଦନ୍ତ ରୋଗ, କର୍ଣ୍ଣ, ନାସା ଗଳା, ମାନସିକ ବ୍ୟାଧି ଜନିତ ରୋଗ ଶରୀର ଯନ୍ତ୍ରଣା ଜନିତ ବ୍ୟାଧି ସହିତ ହୋମିଓପାଥି, ଆର୍ୟୁବେଦିକ, ନ୍ୟାଚୁରୋପାଥୀ ଏବଂ ଯୋଗ ଚିକିତ୍ସା ମଧ୍ୟ ଉପଲବ୍ଧ ହେବା ସଙ୍ଗେ ସଙ୍ଗେ ମାଗଣାରେ ଔଷଧ ଓ ଚଷମା ମଧ୍ୟ ବଣ୍ଟନ କରାଯିବ । ଏଣୁ ଆପଣଙ୍କୁ ଅନୁରୋଧ ଏଭଳି ଏକ ଦୁର୍ଲଭ କାର୍ଯ୍ୟକ୍ରମର ସୁଯୋଗ ନେଇ ଆପଣଙ୍କ ଅଞ୍ଚଳର ସ୍ୱାସ୍ଥ୍ୟରକ୍ଷା କାର୍ଯ୍ୟକ୍ରମକୁ ସଫଳ ହେବାରେ ସହାୟ ହେବେ । ଉକ୍ତ ସ୍ୱାସ୍ଥ୍ୟସେବା ଶିବିରରେ ସକାଳ ୮.୩୦ ଘଟିକାରୁ ଦିବା ୧ ଘଟିକା ସମୟ ମଧ୍ୟରେ ରୋଗୀଙ୍କ ନାମ ପଞ୍ଜିକରଣ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଗଲା । ଏହି ସ୍ୱାସ୍ଥ୍ୟସେବା ଶିବିରକୁ ମାନ୍ୟଗଣ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ଜାନୁୟାରୀ ୧୩ ତାରିଖ ସକାଳ ୧୦ଟା ସମୟରେ ଆନୁଷ୍ଠାନିକଭାବେ ଉଦ୍ଘାଟନ କରାଯିବ ।
[ad_2]


