ଅପରାଧ

ପ୍ରେମିକାର ଡିମାଣ୍ଡ ପୂରଣ କରିନପାରି ଜୀବନ ହାରିଲେ ପ୍ରେମିକ – Ibnodisha

[ad_1]

ମୁମ୍ବାଇ: ପ୍ରେମିକାର ଡିମାଣ୍ଡ ପୂରଣ କରିନପାରି ଜୀବନ ହାରିଲେ ପ୍ରେମିକ । ନଭେମ୍ବର ୧ରେ ମୁମ୍ବାଇର ଜଣେ ଯୁବକ ଫାଶୀ ଲଗାଇ ଜୀବନ ହାରିଥିବା ବେଳେ ଏବେ ତାଙ୍କ ଆତ୍ମହତ୍ୟା ପଛର କାରଣ ସାମ୍ନାକୁ ଆସିଛି। ପ୍ରେମିକା ପାଇଁ ସେ ଜୀବନ ହାରିିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ମୃତକର ଜଣେ ସାଙ୍ଗ ତାଙ୍କ ପରିବାରକୁ ପୂରା ଘଟଣା ଜଣାଇବା ପରେ ପୁଅ ଆତ୍ମହତ୍ୟା କରିବା ପଛର କାରଣ ଜାଣିଥିଲେ ପରିବାର। ମୃତକଙ୍କ ନାମ ପ୍ରଥମ ହୋବାଲ(୨୦) ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଘଟଣାଟି ନଭେମ୍ବର ୧ରେ ମୁମ୍ବାଇର ପବଇ ଅଞ୍ଚଳରେ ଘଟିଥିଲା। ଏହି ଦିନ ସୁମିତ ହୋବାଲଙ୍କ ପୁଅ ପ୍ରଥମ ଜୀବନ ହାରିଥିଲେ। ପୁଅ କାହିଁକି ଜୀବନ ହାରିଲେ ଏହାର କାରଣ ପରିବାର ଲୋକେ ଜାଣିପାରୁନଥିବା ବେଳେ ପ୍ରଥମଙ୍କ ସାଙ୍ଗ ପ୍ରକୃତ କାରଣ କହିଥିଲେ। ‌ପ୍ରଥମଙ୍କ ପ୍ରେମିକା ସପିଂ ପାଇଁ ୧ଲକ୍ଷ ଟଙ୍କା ମାଗୁଥିବା ସହ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା କହିଥିଲେ ପ୍ରଥମଙ୍କ ସାଙ୍ଗ। ଏହା ପରେ ପ୍ରଥମଙ୍କ ଫୋନରୁ ମେସେଜ ପ୍ରମାଣ ଆକାରରେ ମିଳିବାରୁ ତାଙ୍କ ପରିବାର ଏବେ ନ୍ୟାୟ ପାଇଁ ପ୍ରେମିକା ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button