ଅପରାଧ
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ – Ibnodisha

[ad_1]
ମୟୂରଭଞ୍ଜ: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍ (୧) ମଙ୍ଗଳବାର ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ କରିଛନ୍ତି । ବିଚାରପତି ସତ୍ୟ ନାରାୟଣ ପାତ୍ର ଏହି ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି । ଏହା ସହିତ ୫୨ହଜାର ଟଙ୍କା ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ଅଧିକ ୯ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି । ଅଭିଯୁକ୍ତ ଜଣକ ହେଲେ ବୈଶିଙ୍ଗା ଥାନା ନୂଆ ଗାଁ ଗ୍ରାମର ଶ୍ୟାମ ସୁନ୍ଦର ବାରିକ(୬୨) ।
ସୂଚନାଯୋଗ୍ୟ, ନୂଆ ଗାଁ ଗ୍ରାମର ନିବାସୀ ଶ୍ୟାମସୁନ୍ଦର ଏବଂ ମୃତକ ରାଧାକୃଷ ବାରିକଙ୍କ ମଧ୍ୟରେ କୋଣସି କାରଣ ପାଇଁ ପୂର୍ବ ଶତ୍ରୁତା ରହିଥିଲା । ଯାହାକୁ ନେଇ ସନ୍ଧ୍ୟା ସମୟରେ ଗ୍ରାମର ଏକ ପାନ ଦୋକାନ ସମ୍ମୁଖରେ ଉଭୟଙ୍କ ଝଗଡା ହୋଇଥିଲା । ସ୍ଥାନୀୟ ଲୋକମାନେ ବୁଝାସୁଝା କରିବା ପରେ ଶ୍ୟାମ ସୁନ୍ଦର ସେଠାରୁ ପଳାଇ ଯାଇଥିଲା ।
[ad_2]