ଅପରାଧ

ପତ୍ନୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାରୁ, ସ୍ୱାମୀକୁ ମିଳିଲା ଏତିକି ବର୍ଷ ଦଣ୍ଡ – Ibnodisha

[ad_1]

ରାୟପୁର: ପତ୍ନୀଙ୍କ ସହ ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଛତିଶଗଡ଼ର ଦୁର୍ଗ ଜିଲ୍ଲାର ଫାଷ୍ଟଟ୍ରାକ୍ କୋର୍ଟ ଜଣେ ବ୍ୟକ୍ତିଙ୍କୁ ୯ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ବ୍ୟତୀତ ପତ୍ନୀଙ୍କୁ ଆକ୍ରମଣ କରିଥିବାରୁ ସ୍ୱାମୀଙ୍କୁ ଏକ ହଜାର ଟଙ୍କା ଜରିମାନା ସହ ଆହୁରି ୧ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଦେଶରେ ବୈବାହିକ ଦୁଷ୍କର୍ମ ଓ ଅପ୍ରାକୃତିକ ଯୌନ କ୍ରିୟାକୁ ନେଇ ବିତର୍କ ଚାଲିଥିବା ବେଳେ ଶନିବାର ଏହି ନିଷ୍ପତ୍ତି ନିଆଯାଇଛି ।

ସେପଟେ ପୀଡ଼ିତା କହିଛନ୍ତି, ମୋତେ ସବୁ ପ୍ରକାର ନିର୍ଯାତନା ଦିଆଯାଇଛି । ମୋତେ ମାନସିକ, ଶାରୀରିକ, ସାମାଜିକ, ଆର୍ôଥକ ନିର୍ଯାତନା ଦିଆଯାଉଥିଲା । “ମୁଁ ଆଶା କରୁଛି ଯେ ଅନ୍ୟ ମହିଳାମାନେ ଯେଉଁମାନେ ଲଜ୍ଜାରେ କିମ୍ବା ଭୟରେ ଅପ୍ରାକୃତିକ ଯୌନ ସମ୍ପର୍କ ପ୍ରସଙ୍ଗ ଉଠାଇବେ ନାହିଁ ସେମାନେ ଆଗେଇ ଆସି ନିଜ ପାଇଁ କହିବେ । ଅପ୍ରାକୃତିକ ଯୌନ ସମ୍ପର୍କ କିମ୍ବା ଆକ୍ରମଣ କିମ୍ବା ଯୌତୁକ ନିର୍ଯାତନା ମାମଲା ହେଉ, ଆଇନ ଆପଣଙ୍କୁ ସାହାଯ୍ୟ କରିଥାଏ । “ମୁଁ ମହିଳାମାନଙ୍କୁ କହିବାକୁ ଚାହୁଁଛି ଯେ ଆପଣଙ୍କ ମନ ରେ ଆଘାତ ହେଉ କିମ୍ବା ଶାରୀରିକ, ଆପଣ ସ୍ୱର ଉତ୍ତୋଳନ କରିବା ଉଚିତ୍ । ସମାଜ ଓ ଆଇନ ଏବେ ବେଶ୍ ସଚେତନ ହୋଇଛି । ସେପଟେ ପୀଡ଼ିତାଙ୍କ ବୃଦ୍ଧ ବାପା ବିବିସିକୁ କହିଛନ୍ତି ଯେ, ବର୍ଷ ବର୍ଷ ଧରି ସେ ଏବଂ ତାଙ୍କ ପରିବାର କେତେ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ ତାହା କେହି କଳ୍ପନା କରିପାରିବେ ନାହିଁ ।”

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button