ରାଜନୀତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ପ୍ରଶ୍ନ; ୩ ମାସ ପରେ ନିର୍ବାଚନ, କେଉଁ ମୁହଁରେ ଯାଇ ଭୋଟ ମାଗିବ – Ibnodisha

[ad_1]

ନିର୍ବାଚନ ପରେ ପ୍ରତିଶ୍ରୁତି ପାଶୋରି ଗଲେ, ଧନ୍ୟବାଦ ଦେବାକୁ ଧାମନଗର ଆସିଲେନି
ଧାମନଗର କଥା ପଚାରିଲେ ଧାମରା ପୋର୍ଟ କଥା କହୁଛନ୍ତି
ଅର୍ଦ୍ଧସତ୍ୟ କହି ଓଡିଶାକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି

ଭୁବନେଶ୍ୱର : ଉପ-ନିର୍ବାଚନ ବେଳେ ପାଂଚ ପାଂଚ ଥର ଧାମନଗର ଆସିଲେ। ଭୋଟ୍ ପାଇବାକୁ ଅନେକ ପ୍ରତିଶ୍ରୁତି ଦେଲେ। ନିର୍ବାଚନ ସରିବା ପରେ ସବୁ ପାଶୋରିଗଲେ, ଧାମନଗରବାସୀଙ୍କୁ ଭୁଲିଗଲେ। ଲୋକଙ୍କୁ ଧନ୍ୟବାଦ ଦେବାକୁ ଧାମନଗର ବି ଆସିଲେ ନାହିଁ। କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ କିଛି ଏଭଳି ଢଙ୍ଗରେ ସମାଲୋଚନା କରିଛନ୍ତି ବିଜେଡି ନେତା ଡାକ୍ତର ସଞ୍ଜୟ ଦାସ। ଡାକ୍ତର ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ମାଳ ମାଳ ପ୍ରତିଶ୍ରୁତି ଯାହା ଆପଣଙ୍କ ପାଟିରୁ ବାହାରିଥିଲା, ବୋଧେ ଆପଣଙ୍କର ଆଉ ମନେନଥିବ। ହେଲେ ଧାମନଗରବାସୀଙ୍କର ଗୋଟି ଗୋଟି କରି ସବୁ ମନେ ଅଛି। ଯେତେବେଳେ ପଚରାଯାଉଛି, ଧାମନଗର ପାଇଁ କଣ କରିଛନ୍ତି।

ସେତେବେଳେ ଧାମରା ପୋର୍ଟ କଥା କହୁଛନ୍ତି। ଯାହା ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଆସୁଛି। ଏହି ପୋର୍ଟ ୭-୮ ବର୍ଷ ପୂର୍ବରୁ କାର‌୍ୟ୍ୟକ୍ଷମ ହୋଇସାରିଛି। ଆପଣ ଏବଂ ଜୁସ୍ ପିଇ ଭଲ ନାଚ କରୁଥିବା ଆପଣଙ୍କ ବିଧାୟକ ବୋଧେ ଧାମନଗରବାସୀଙ୍କୁ ବୋକା ଭାବୁଛନ୍ତି। ଧାମନଗରବାସୀ ବୁଝିଗଲେଣି, ଆପଣ ତାଙ୍କୁ କିଭଳି ଠକିଛନ୍ତି। ମିଛ ତଥ୍ୟ ଏବଂ ଅର୍ଦ୍ଧସତ୍ୟ କହି ଆପଣ ଏବଂ ଆପଣଙ୍କ ଅନୁଗତ କିଛି ନେତା ଓଡିଶାକୁ ବଦନାମ କରିବାକୁ ଯେଉଁ ଉଦ୍ୟମ କରିଛନ୍ତି, ତାକୁ ସଚେତନ ଧାମନଗରବାସୀ ଏବଂ ଓଡିଶାବାସୀ ବେଶ୍ ଭଲ ଭାବେ ଜାଣିସାରିଲେଣି। ଆଉ ୩ ମାସ ପରେ ନିର୍ବାଚନ ଆସୁଛି। କେଉଁ ମୁହଁରେ ଜନତାଙ୍କ ପାଖକୁ ଯାଇ ଆପଣଙ୍କ ପ୍ରାର୍ଥୀ ପାଇଁ ଭୋଟ ମାଗିବେ ବୋଲି ପ୍ରଶ୍ନ କରିଛନ୍ତି ଡାକ୍ତର ଦାସ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button