ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଏକ ମଡେଲ୍: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତ ପାଣିପାଗ ବିଭାଗ(ଆଇଏମ୍ଡି)ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ଦିବସୀୟ ଉପଯୋଗକର୍ତ୍ତା କର୍ମଶାଳା ଅନୁଷ୍ଠିତ ହୋଇଛି। ‘ଓଡ଼ିଶା ଉପରେ ଅତ୍ୟନ୍ତ ଭୀଷଣ ପାଣିପାଗ ଜନିତ ଘଟଣାସମୂହ ଶୀର୍ଷକ କର୍ମଶାଳାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଆଜି ସାରା ବିଶ୍ବରେ ଏକ ମଡେଲ ରୂପେ ପରିଗଣିତ ହେଉଛି। ଏହାର ପ୍ରମୁଖ ଶ୍ରେୟ ଆଇଏମ୍ଡିକୁ ଦିଆଯାଏ। ପ୍ରମୁଖ ବୈଜ୍ଞାନିକ ଓ ପାଣିପାଗ ବିଶେଷଜ୍ଞଙ୍କ ଆକଳନକୁ ପାଥେୟ କରି ପ୍ରାକୃତିକ ବିପର୍ଯ୍ୟୟ ବେଳେ ବହୁ ପରିମାଣରେ ଧନଜୀବନହାନିରୁ ରକ୍ଷା କରାଯାଇ ପାରୁଛି। ୧୫୦ ବର୍ଷ ଏକ ଲମ୍ବା ଯାତ୍ରା। ଏହି ସମୟରେ ଓଡ଼ିଶା ବହୁ ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଛି। ଅକ୍ଟୋବରରେ ବାତ୍ୟା ‘ଦାନା’ର ସୁପରିଚାଳନା ମଧ୍ୟ ପ୍ରାରମ୍ଭିକ ଚେତାବନୀ ଦ୍ୱାରା ସମ୍ଭବପର ହୋଇପାରିଛି। ଧନଜୀବନ ହାନି, ଫସଲହାନି ଅପେକ୍ଷାକୃତ କମ୍ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ।
ଆଇଏମ୍ଡିର ୧୫୦ ବର୍ଷ ପୂର୍ତ୍ତି ଅବସରରେ କର୍ମଶାଳା
ସମ୍ବଲପୁର, ବାଲେଶ୍ବର, ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଡପ୍ଲର୍ ରାଡାର୍
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଓଡ଼ିଶା ହେଉଛି ପ୍ରାକୃତିକ ବିପର୍ଯ୍ୟୟର ଘର। ପ୍ରତିବର୍ଷ ଏଠି ବନ୍ୟା, ବାତ୍ୟା, ମରୁଡ଼ି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସେଗୁଡ଼ିକର ସୁପରିଚାଳନା ନିମନ୍ତେ ଆମେ ପାଣିପାଗ ବିଭାଗର ଆକଳନ ଉପରେ ନିର୍ଭର କରୁ। ପାଣିପାଗ ବିଶେଷଜ୍ଞଙ୍କ ଯୋଗୁଁ ବିପର୍ଯ୍ୟୟ ପରିଚାଳନା ସହ ଆସନ୍ତାକାଲିର ପାଣିପାଗ କେଉଁଭଳି ରହିବ ତାହାର ପୂର୍ବାନୁମାନ ଆଜିର ସମୟରେ ସହଜରେ ଉପଲବ୍ଧ ହୋଇପାରୁଛି ବୋଲି ସେ କହିଥିଲେ। ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଯୋଗଦେଇ କହିଲେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ସମସ୍ତ ୩୦ଟି ଜିଲ୍ଲାରେ ପର୍ଯ୍ୟବେକ୍ଷଣ କେନ୍ଦ୍ର ରହିଛି। ଏଥିସହ ଗୋପାଳପୁର ଓ ପାରାଦ୍ବୀପରେ ରାଡାର ରହିଛି। ସମ୍ବଲପୁର, ବାଲେଶ୍ବର ଓ ଭୁବନେଶ୍ବରରେ ରାଡାର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଛି। ‘ମୌସମ୍ ମୋବାଇଲ୍ ଆପ୍’ ଜରିଆରେ ଯେକୌଣସି ସ୍ଥାନର ପାଣିପାଗ ବିଷୟରେ ଜାଣିହେଉଛି।
ସ୍ବତନ୍ତ୍ର ରିଲିଫ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ପାଣିପାଗର ପୂର୍ବାନୁମାନ ସମ୍ପର୍କରେ ମତ ରଖିଥିଲେ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମନୋରମା ମହାନ୍ତି ସ୍ବାଗତ ଭାଷଣ ଓ ସଞ୍ଜିବୀ ଦ୍ୱିବେଦୀ ଧନ୍ୟବାଦ ଦେଇଥିଲେ। କର୍ମଶାଳାରେ ବହୁ ବିଶିଷ୍ଟ ବ୍ୟକ୍ତି, ବିଶେଷଜ୍ଞ ଏବଂ ବରିଷ୍ଠ ଅଧିକାରୀବୃନ୍ଦ ଅଂଶଗ୍ରହଣ କରିଥିଲେ। ଆଇଏମ୍ଡିର ୧୫୦ ବର୍ଷର ଉଲ୍ଲେଖନୀୟ ଯାତ୍ରା ଉପରେ ପର୍ଯ୍ୟବସିତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା।
latest news
Saha post image
ଅତିଶୀଙ୍କ ବିରୋଧରେ ଆଗୁଆ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି
www.indiatoday.in post image
ଜେରା ପାଇଁ ଘରୁ ବାହାରିଗଲେ ଅଲୁ ଅର୍ଜୁନ; ଘର ବାହାରେ କଡ଼ା ସୁରକ୍ଷା
bhj post image
କଟକରେ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ
nbj post image
ପୁଲିସ କ୍ୟାମ୍ପ ଉପରେ ନକ୍ସଲ ହମଲା, ୨ ଯବାନ ଆହତ
alu post image
‘ପୁଷ୍ପା-୨’ ଦଳାଚକଟା ମାମଲା: ଆଜି ଅଲୁଙ୍କୁ ହେବ ଜେରା




