ରାଜନୀତି

ବଡ ଖବର : ଓଡିଶାରେ ମେଣ୍ଟ ହେବନି ! – Ibnodisha

[ad_1]

ଭୁବନେଶ୍ୱର : ବଡ ସୂଚନା ଦେଲେ ବିଜେପି ସଭାପତି ମନମୋହନ ସାମଲ । ଓଡିଶାରେ ବିଜେପି ସରକାର କରିବ କହିଲେ ମନମୋହନ । ଓଡିଶାର ଅସ୍ମିତା ନେଇ ନିର୍ବାଚନ ଲଢିବ ବିଜେପି । ଲୋକମାନଙ୍କ ଆର୍ଶୀବାଦ, ଶୁଭେଚ୍ଛାରେ ସରକାର କରିବୁ । ମେଣ୍ଟ ହେବ କି ନାହିଁ ପ୍ରଶ୍ନରେ ମନମୋହନ ସାମଲଙ୍କ ଉତ୍ତର । ମୁଁ ବାରମ୍ବାର କହୁଛି ଓଡିଶାରେ ବିଜେପି ସରକାର ହେବ । ନହେଲେ ମୁଁ କହିଥାନ୍ତି ଆଉ କାହା ସହ ମିଶି ସରକାର କରିବୁ ବୋଲି । ବିଜେପି ଏକାକୀ ସରକାର କରିବ ବୋଲି ସ୍ପଷ୍ଟ କହିଲେ ମନମୋହନ ସାମଲ । ତେବେ ମନମୋହନଙ୍କ ମନ୍ତବ୍ୟରୁ ଏହା ସ୍ପଷ୍ଟ ହେଉଛି ଆଗାମୀ ଦିନରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button