ରାଜନୀତି

ରାଘବ ଚଢା ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ – Ibnodisha

[ad_1]

ନୂଆଦିଲ୍ଲୀ :  ଆପ୍ ସାଂସଦ ରାଘବ ଚଢା ଇତିମଧ୍ୟରେ ରାଜ୍ୟସଭାରେ ନିଲମ୍ବନ ଆଦେଶକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ ରାଘବ ଚାରିଜଣ ସାଂସଦଙ୍କ ବିନା ଅନୁମତିରେ ସେମାନଙ୍କ ନାମ ଉଲ୍ଲେଖ କରି ଏକ ପ୍ରସ୍ତାବ ଗୃହରେ ଆଗତ କରିଥିଲେ । ସ୍ୱାଧିକାର ଭଙ୍ଗ କରିଥିବାରୁ ଅଗଷ୍ଟ ୧ରେ ରାଘବଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯାଇଥିଲା । ସଂପୃକ୍ତ ସାଂସଦଙ୍କ ଦସ୍ତଖତ ଜାଲିଆତି କରିନଥିବାବେଳେ ସେ କେବଳ ସେମାନଙ୍କ ନାମ ଉଲ୍ଲେଖ କରିଥିବା ରାଘବ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି । ମୌସୁମୀ ଅଧିବେଶନରେ ରାଘବଙ୍କ ବ୍ୟତୀତ ଅନ୍ୟତମ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଜୁଲାଇ ୨୪ରେ ନିଲମ୍ବନ କରାଯାଇଥିଲା । ଅପରପକ୍ଷରେ ରାଘବ ମଙ୍ଗଳବାର ସକାଳେ ଅନ୍ୟ ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସରକାରୀ ବଙ୍ଗଳା ଖାଲି କରିବାକୁ ରାଘବଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାରୁ ଏହାକୁ ଖାରଜ କରିବାକୁ ସେ ପିଟିସନ୍‌ରେ ଅନୁରୋଧ କରିଛନ୍ତି । ଆସନ୍ତାକାଲି ଅର୍ଥାତ୍ ବୁଧବାର ଏହାର ଶୁଣାଣି କରାଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button