ଦୁଇ ଶିଶୁ ଙ୍କ ସାହାରା ସାଜିଲା ଅଂଶୁମାନ ଟ୍ରଷ୍ଟ,ଲୋକପ୍ରିୟତାରେ ହିମାଂଶୁ।

*ପ୍ରଥମେ ମାଆଙ୍କ ମୃତ୍ୟୁ ଆଉ ପରେ ବାପାଙ୍କୁ ନେଇଗଲା ପୁଲିସ୍, ଘରେ ରହିଥିବା ୨ ଶିଶୁଙ୍କୁ ସହାୟତାର ହାତ ବଢ଼ାଇଲା ଅଂଶୁମାନ ଟ୍ରଷ୍ଟ୍*
IBN ଓଡିଶା(ବ୍ୟୁରୋ):-ମୟୁରଭଞ୍ଜ:- ସେବାରେ ସେବାରେ ନିଜକୁ ସର୍ବଦା ନିୟୋଜିତ କରି ସାରା ଓଡ଼ିଶାରେ ସୁନାମ ଅର୍ଜନ କରିଥିବା ଯାଜପୁର ଧର୍ମଶାଳା ର ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଏବେ ମୟୂରଭଞ୍ଜ ରେ ଜିଲ୍ଲା ବାସୀ ଙ୍କର ପ୍ରଶଂସା ର ପାତ୍ର ପାଲଟିଛନ୍ତି।
ସୂଚନା ଥାଉକି ଗତ କିଛି ଦିନ ହେବ ସୋସିଆଲ୍ ମିଡ଼ିଆରେ ଘୂରି ବୁଲୁଥିବା ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ କଚଡ଼ାଘାଟି ପଂଚାୟତର ଶିଶୁ ଦ୍ବୟଙ୍କ ବିଷୟରେ ଖବର ପାଇଁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ୍ର ସଂପାଦକ ହିମାଂଶୁ ଶେଖର ସାହୁଙ୍କ ପରାମର୍ଶକ୍ରମେ ଟ୍ରଷ୍ଟର ସଦସ୍ୟମାନେ ସେମାନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି।, କିଛି ଦିନ ତଳେ ଏକ ପାରିବାରିକ କଳହଙ୍କୁୁ ନେଇ ଉକ୍ତ ଦୁଇ ଶିଶୁଙ୍କର ମାଆଙ୍କ ଜୀବନ ଚାଲି ଯାଇଥିଲା। ପୁଲିସ୍ ଆସି ତାଙ୍କ ବାପାଙ୍କୁ ବାନ୍ଧି ନେଇ ଯାଇଥିଲା। ଫଳରେ ୨ଟି ଛୁଆ ବାପାମାଆ ଛେଉଣ୍ଡ ହୋଇ ଯାଇଥିଲେ।ଏମିତିକି ଦୁଇ ଶିଶୁ ଏକ ଚାଳ ଛପର ଘରେ ବୃଦ୍ଧା ପିଇସୀଙ୍କ ସହ ରହୁଥିଲେ। ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ଦୁଇ ପିଲାଙ୍କର ପ୍ରତିପୋଷଣ ପାଇଁ ବହୁତ ଅସୁବିଧା ହେଉଥିଲା। ଏହି ଖବର ପାଇ ଟ୍ରଷ୍ଟର ସଦସ୍ୟମାନେ ସେଠାରେ ପହଂଚି ତାଙ୍କୁ ଆର୍ଥିକ ସହାୟତା କରିବା ସହ ଦୁଇ ମାସର ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ଏହାଛଡ଼ା ଦୁଇ ପିଲାଙ୍କ ପାଠ ପଢ଼ା ଲାଗି ପଢ଼ା ସାମଗ୍ରୀ ମଧ୍ୟ ଯୋଗଇ ଦେଇଛନ୍ତି।
ଏହି ଖବର ଟ୍ରଷ୍ଟର ସଦସ୍ୟମାନେ ସ୍ଥାନୀୟ ପ୍ରଶାସନଙ୍କୁ ଜଣାଇବା ପରେ ବିଡ଼ିଓ ଏବଂ ତହସିଲଦାର ସେଠାରେ ପହଞ୍ଚି ଘଟଣାକୁ ତଦାରଖ କରି ଘର ଚଳିବା ଓ ପିଲାଙ୍କ ପ୍ରତିପୋଷଣ ପାଇଁ ସବୁ ପ୍ରକାର ସାହାଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ହିମାଂଶୁ ଙ୍କ ଏପରି କାଯ୍ୟ ଧାରା କୁ ଜିଲ୍ଲା ବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି।