ଦେଶ
ଦେଶରେ ୨୪ ଘଣ୍ଟାରେ ୬୩୬ କରୋନା ସଂକ୍ରମିତ ଚିହ୍ନଟ – Ibnodisha

[ad_1]
ନୂଆଦିଲ୍ଲୀ : ଦେଶ ସହ ଦୁନିଆର ଅନେକ ସ୍ଥାନରେ କରୋନା ସଂକ୍ରମଣ ଲମ୍ବ ଡିଆଁ ମାରୁଥିବା ଦେଖାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ସୋମବାର ମିଳିଥିବା ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାରେ ୬୩୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪,୩୯୪ ଯାଏଁ ପହଞ୍ଚିଛି। ଏହାସହ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାପୂର୍ବରୁ ରବିବାରରେ ଦେଶରେ କରୋନାର ୮୪୧ ନୂଆ ମାମଲା ରେକର୍ଡ କରାଯାଇଥିଲା। ଯାହା ୭ ମାସ ମଧ୍ୟରେ ସବୁଠାରୁ ଅଧିକ ମାମଲା ଥିଲା।
ଦେଶରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦେଖି ସ୍ୱାସ୍ଥ୍ୟ ବିଶେଷଜ୍ଞ ସଭିଁଙ୍କୁ ସଚେତନତା ଓ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। କରୋନାର ନୂଆ ପ୍ରକରଣ ଜେଏନ.୧ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖାଯାଉଛି।
[ad_2]