ରାଜ୍ୟ

ବସ୍ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଲାଠି ଚାର୍ଜ କଲା ପୁଲିସ – Ibnodisha

[ad_1]

ସମ୍ବଲପୁର: ସମ୍ବଲପୁର: ଜଣେ ନାବାଳକ ସ୍କୁଟି ଚାଳକଙ୍କ ଉପରେ ଯାତ୍ରୀବାହୀ ବସ୍‌ ଚଢ଼ିଯିବାରୁ ଘଟିଥିବା ଦୁର୍ଘଟଣା ନେଇ ସମ୍ବଲପୁର ସହରରେ ଆଜି ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜିତ ଲୋକଙ୍କ ବିରୋଧରେ ପୁଲିସ ଲାଠିଚାର୍ଜ କରିଛି। ପୁଲିସ ଗୋଡେଇ ଗୋଡେଇ ଲୋକଙ୍କୁ ମାଡ଼ ମାରିଛି। ଆମ୍ବେଦକର ନଗର ନବମ ଶ୍ରେଣୀ ଛାତ୍ର ଦିଶାନ ନାୟକ ଆଜି ସନ୍ଧ୍ୟା ବେଳେ ମାଆଙ୍କ ପାଇଁ ମେଡିସିନ୍ ଆଣିବାକୁ ସ୍କୁଟିରେ ଯାଉଥିଲେ । ତେବେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ସାମ୍ନାରେ ସ୍କୁଟିକୁ ବସ୍ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରିଥିଲେ । ଯାହାଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି । ଉତ୍ତ୍ୟକ୍ତ ଲୋକେ ବସ୍‌?କୁ ଭଙ୍ଗାରୁଜା କରିଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଚାଳକକୁ ଅଟକ ରଖି ପଚରାଉଚରା କରୁଛି ।

ଅନ୍ୟପକ୍ଷରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ମାତ୍ର ଲୋକମାନେ ଜିଦ୍‌ରେ ଅଟଳ ରହିଥିଲେ । ସ୍ଥିତି ବାହାରକୁ ଯାଉଥିବା ଦେଖି ଲକ୍ଷ୍ମୀ ଟକିଜ୍ ନିକଟରେ ପୁଲିସ୍ ଲାଠି ଚାର୍ଜ କରିଥିଲା । ଉତ୍ତ୍ୟକ୍ତ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ପୁଲିସ୍ । ଜୀବନ ବିକଳରେ ଲୋକମାନେ ଦୌଡ଼ି ପଳାଇ ଯାଇଥିଲେ । ସୁରକ୍ଷା ଦୃଷ୍ଟିରୁ ଟାଉନ୍‌ରେ ଗୋଟିଏ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button