ମନୋରଞ୍ଜନ

ହାର୍ଟ ଆଟାକର ଯନ୍ତ୍ରଣା ବଖାଣିଲେ ଅଭିନେତା ଶ୍ରେୟସ – Ibnodisha

[ad_1]

ମୁମ୍ଵାଇ; ହାର୍ଟ ଆଟାକର ଯନ୍ତ୍ରଣା ବଖାଣିଲେ ଅଭିନେତା ଶ୍ରେୟସ । ୨୦୨୩ର ଶେଷ ମାସ ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେଙ୍କ ପାଇଁ ବହୁତ କଷ୍ଟଦାୟକ ଥିଲା। ଡିସେମ୍ବର ୧୪ରେ ଫିଲ୍ମ ‘ଓ୍ୱେଲକମ୍ ଟୁ ଦ ଜଙ୍ଗଲ‘ର ସୁଟିଂ ଚାଲୁଥିବା ସମୟରେ ଶାରୀରିକ ଅସୁସ୍ଥତା ଅନୁଭବ କରିଥିଲେ ଶ୍ରେୟାସ୍। ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କର ହାର୍ଟ ଆଟାକ୍ ହୋଇଥିବା ଜଣାପଡ଼ିଥିଲା। ଏବେ ସେ ସୁସ୍ଥ ଅଛନ୍ତି। କିନ୍ତୁ ସେହି ଦିନର ସେ ଘଟଣାକୁ ମନେପକାଇ ଏଭଳି କିଛି ବୟାନ୍ ଦେଇଛନ୍ତି ଶ୍ରେୟସ। ସେ କହିଛନ୍ତି, ମୁଁ ମରିଯାଇଥିଲି ମୋର ପୁର୍ନଜନ୍ମ ଘଟିଛି । ମୁଁ ମୋ ଜୀବନରେ କେବେ ହସ୍ପିଟାଲରେ ଆଡମିଟ୍ ହୋଇନାହିଁ। ଏହା ପୂର୍ବରୁ ମୋ ପରିବାରରେ ଅନେକଙ୍କର ହାର୍ଟ ଆଟାକ୍ ହୋଇଛି। ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ମୋର ଏନଜିଓପ୍ଲାଷ୍ଟି କରିଥିଲେ। ପ୍ରଶଂସକଙ୍କ ଆଶୀର୍ବାଦରୁ ମୁଁ ଧିରେ ଧିରେ ସୁସ୍ଥ ହେଉଛି ବୋଲି କହିଛନ୍ତି ଅଭିନେତା। ଏଥି ସହିତ ଶ୍ରେୟସ କହିଛନ୍ତି ୨୦ ବର୍ଷ ବୟସରୁ ଲଗାତାର କାମ କରିଚାଲିଛି। ଏବେ ମୁଁ ୪୭ ବର୍ଷ ବୟସରେ ପହଞ୍ଚିସାରିଲିଣି। ଗତ କିଛି ମାସ ହେବ ମୁଁ ପୁରା ବିଜି ସିଡ୍ୟୁଲରେ ରହିଥିଲି, ଯେଉଥିପାଇଁ ମୋତେ ବହୁତ ଥକା ବି ଲାଗୁଥିଲା। ସୂଚନାଯୋଗ୍ୟ, ବର୍ତ୍ତମାନ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଅଭିନେତା ଶ୍ରେୟସ। ତେବେ ସୂଚନା ଅନୁଯାଇ, କିଛି ଦିନ ପୂର୍ବରୁ ଶ୍ରେୟସଙ୍କୁ ଶୁଟିଂ କରିବା ପାଇଁ ଡାକ୍ତରଙ୍କର ଅନୁମତି ମିଳିଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button