ରାଜ୍ୟ

ଜନସାଧାରଣଙ୍କ ସୁରକ୍ଷା କବଚ ସାଜିଛି ପୁଲିସର ରାତ୍ରିକାଳୀନ ପାଟ୍ରୋଲିଂ – Ibnodisha

[ad_1]

ରାଉରକେଲା : କରୋନା କାଳରେ ପୁଲିସ କୋଭିଡ଼ ଯୋଦ୍ଧା ଭାବେ ଅହରହ କାର୍ଯ୍ୟ କରୁଥିଲା। ଅମାନିଆଙ୍କୁ ସାବାଡ଼ କରିବା ସହ ପୁଲିସ ଜନସାଧାରଣଙ୍କୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଅନୁରୋଧ କରୁଛି । ଜନସାଧାରଣଙ୍କ ସୁରକ୍ଷା କବଚ ପାଲଟିଛି ପୁଲିସର ରାତ୍ରିକାଳୀନ ପାଟ୍ରୋଲିଂ । ଦିନକୁ ଦିନ ରାଉରକେଲାରେ ଅପରାଧର ମାତ୍ରା ବଢିବାରେ ଲାଗିଛି । ଅପରାଧ ଓ ଅପରାଧିଙ୍କୁ ଲଗାମ ଦେବା ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି ଶହଶହ ପୁଲିସ କର୍ମୀ । ତଥାପି ଅପରାଧିକ ମାନଚିତ୍ରରେ ବିଭିନ୍ନ ଅପରାଧ ଯେପରି ଚୋରି, ଛିନତାଇ, ଲୁଟ, ସିନ୍ଧି ଚୋରି ଆଦି ଘଟଣା ଯୋଡ଼ିହେବାରେ ଲାଗିଛି । ଚୋରି ଘଟଣାକୁ ପର୍ଦ୍ଦାଫାସ କରିବାକୁ ପୁଲିସକୁ କେବେ ସଫଳତା ମିଳୁଛି ତ, ପୁଣି କେବେ ବିଫଳତାର ସ୍ୱାଦ ଚାଖିବାକୁ ପଡୁଛି! ବିଭିନ୍ନ ଅପରାଧିକ ଘଟଣା ଉପରେ ଅଙ୍କୁଶ ଲଗାଇବା ପାଇଁ ପୁଲିସ ପକ୍ଷରୁ ପ୍ରତିଦିନ ରାତ୍ରିରେ ହୋଇଥାଏ ରାତ୍ରୀକାଳୀନ ପାଟ୍ରୋଲିଂ । ପୁଲିସର ଏହି ରାତ୍ରୀକାଳୀନ ପାଟ୍ରୋଲିଂ ବ୍ୟବସ୍ଥା ଜନସାଧାରଣଙ୍କୁ କିଛି ଘଂଟା ପାଇଁ ଜନସାଧାରଣଙ୍କୁ ସୁରକ୍ଷାର କବଚ ଯୋଗାଇଥାଏ ।

ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଥିବା ପ୍ରତ୍ୟେକ ଥାନା ଓ ଫାଣ୍ଡି ପକ୍ଷରୁ କରାଯାଇଥାଏ ରାତ୍ରୀକାଳୀନ ପାଟ୍ରୋଲିଂ । ମାତ୍ର ସମୟ ସମୟରେ କିଛି ଅଂଚଳରେ ରାତ୍ରୀାକଳୀନ ପାଟ୍ରୋଲିଂ ବ୍ୟବସ୍ଥା ଠିକ ଭାବରେ କରାଯାଉନାହିଁ ବୋଲି ଅଂଚଳବାସୀଙ୍କ ପକ୍ଷରୁ ଅଭିଯୋଗ ମଧ୍ୟ ଉଠିଥାଏ । ପରବର୍ତୀ ଅବସ୍ଥାରେ ପାଟ୍ରୋଲିଂ ବ୍ୟବସ୍ଥାରେ ପୁଲିସ ପକ୍ଷରୁ ସୁଧାର ଅଣାଯାଇଥାଏ । ଦକ୍ଷିଣ ରାଉରକେଲାରେ ରହିଛି ଗୋଟିଏ ଥାନା ଓ ଦୁଇଟି ଫାଣ୍ଡି । ଟାଙ୍ଗରପାଲୀ ଥାନା ଅଧିନରେ ଆଇଡିଏଲ ଫାଣ୍ଡି ଓ ଜାତୀୟ ରାଜପଥ-୧୪୩ କଡ଼ରେ ରହିଛି ଜଲଦା ଫାଣ୍ଡି । ସାରନଗରୀର ବିଭିନ୍ନ କଲୋନୀ, ବସ୍ତି,ଫର୍ଟିଲାଇଜର ଟାଉନସିପରେ ବସବାସ କରୁଥିବା ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରିଥାଏ ଟାଙ୍ଗରପାଲୀ ଥାନା । ସେହିପରି ଆଇଡ଼ିଏଲ କଲୋନୀ ସମେତ ଆଖପାଖ ଅଂଚଳ ନିମନ୍ତେ ଆଇଡ଼ିଏଲ ଫାଣ୍ଡି ପ୍ରତିଷ୍ଠା କରାଯାଇଛି ।

କୌଣସି ଅଘଟଣ ଘଟିଲେ, ଆଇଡ଼ିଏଲ ଫାଣ୍ଡି ପୁଲିସ ପ୍ରଥମେ ଘଟଣାସ୍ଥଳରେ ପହଂଚି ପରବର୍ତୀ ଅବସ୍ଥାରେ ଏହାର ସୂଚନା ଟାଙ୍ଗରପାଲୀ ଥାନାକୁ ପ୍ରଦାନ କରିଥାଏ । ଜଲଦା ଫାଣ୍ଡି ରଘୁନାଥପାଲ୍ଲୀ ଥାନା ଅଧିନରେ ଥାଇ କାର୍ଯ୍ୟ କରୁଥିବା ବେଳେ, ଏହି ଫାଣ୍ଡି ଅଧିନରେ ଜଲଦା, ନୟାଡେରା,ବାଲିଯୋଡିର କିଛି ଅଂଶ ରହିଛି । ବିଶେଷ କରି ଜାତୀୟ ରାଜପଥ-୧୪୩ରେ କୌଣସି ଦୁର୍ଘଟଣା ଘଟିଲେ ଜଲଦା ଫାଣ୍ଡିରେ କାର୍ଯ୍ୟରତ ପୁଲିସ କର୍ମୀ ଘଟଣାସ୍ଥଳରେ ପହଂଚିବା ଦେଖିବାକୁ ମିଳିଥାଏ । ଅପରାଧକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ବ୍ୟବସ୍ଥାର ଅମୋଘ ଅସ୍ତ୍ର ହେଉଛି ରାତ୍ରୀକାଳୀନ ପାଟ୍ରୋଲିଂ । ପ୍ରତିଦିନ ରାତ୍ରୀ ୧୨ଟାରୁ ଭୋର ୪ଟା ପର୍ଯ୍ୟନ୍ତ ପୁଲିସ ଭ୍ୟାନ, ପିସିଆର ଭ୍ୟାନରେ ଆରମ୍ଭ କରାଯାଇଥାଏ ପୁଲିସର ରାତ୍ରୀକାଳୀନ ପାଟ୍ରୋଲିଂ ବ୍ୟବସ୍ଥା । ପୁଲିସ କର୍ମୀ ମାନେ ସଂପୃକ୍ତ ଥାନାର ପରିସରଭୁକ୍ତ ଅଂଚଳରେ ପୁଲିସ ଭ୍ୟାନରେ ବସି ରାତିରେ ପଇଁତରା ମାରିଥାନ୍ତି । ସେହି ସମୟରେ ସନ୍ଦେହଜନକ ଅବସ୍ଥାରେ କୌଣସି ଯାନବାହାନ ଅବା ବ୍ୟକ୍ତି ରାସ୍ତାରେ ବିଚରଣ କରୁଥିବା ନଜରକୁ ଆସିଲେ, ପୁଲିସ କର୍ମୀ ମାନେ ଉକ୍ତ ଲୋକଙ୍କୁ ପଚରାଉଚରା କରି ତାଗିଦ କରିଥାନ୍ତି ।

ଯଦି ଲୋକଟି କୌଣସି ଅପରାଧିକ କାର୍ଯ୍ୟକଳାପ ସହିତ ସମ୍ପୃକ୍ତ ଥାଏ, ଅବା ସନ୍ଦେହ ପରିସର ଭୁକ୍ତ ହୁଏ, ତେବେ ପୁଲିସ କର୍ମୀ ମାନେ ସେହି ଲୋକକୁ ପୁଲିସ ଭ୍ୟାନରେ ବସାଇ ଥାନା ଅବା ଫାଣ୍ଡିକୁ ଆଣିଥାନ୍ତି । ସେହିପରି ରାସ୍ତାରେ ବିଳମ୍ବିତ ରାତ୍ରୀରେ ଉତ୍ପାତ କରୁଥିବା ମଦ୍ୟପ ବ୍ୟକ୍ତି ମାନଙ୍କୁ ମଧ୍ୟ ପୁଲିସ ସାବାଡ୍ କରିଥାଏ । ରାତ୍ରୀ ସହାୟତା ଖୋଜୁଥିବା ଜନସାଧାରଣଙ୍କୁ ପୁଲିସ ସାହାଯ୍ୟ ପ୍ରଦାନ କରିବା ସହ ରାତ୍ରୀକାଳୀନ ପାଟ୍ରୋଲିଂ ହେଉଥିବା ନିର୍ଦ୍ଧିଷ୍ଟ ସ୍ଥାନରେ ଆଇନଶୃଖଂଳା ବ୍ୟବସ୍ଥାକୁ ବଜାୟ ରଖିଥାଏ । ପୁଲିସ ଭ୍ୟାନ, ପିସିଆର ଭ୍ୟାନ ବ୍ୟତୀତ ସମୟ ସମୟରେ ପୁଲିସ ପକ୍ଷରୁ ପାଦଚଲା ସାଂଧ୍ୟ ଓ ରାତ୍ରୀକାଳୀନ ପାଟ୍ରୋଲିଂ କରାଯାଇଥାଏ । ରାତ୍ରୀକାଳୀନ ପାଟ୍ରୋଲିଂ ବ୍ୟବସ୍ଥା ବିଭିନ୍ନ ଛକ, ସମ୍ବେଦନଶୀଳ ଅଂଚଳ, ଜାତୀୟ ରାଜପଥରେ ରାତ୍ରୀ ସମୟରେ କରାଯାଇଥାଏ । ସେହିପରି ବିଭିନ୍ନ ଛକରେ ପୁଲିସ କର୍ମୀ ଓ ହୋମଗାର୍ଡ ମାନେ ରାତ୍ରି ୧୨ଟାରୁ ଭୋର ୪ଟା ପର୍ଯ୍ୟନ୍ତ ମୁତୟନ ରହିବା ଦେଖିବାକୁ ମିଳେ । ପୁଲିସର ରାତ୍ରୀକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କିପରି ଚାଲୁଛି ଏହାକୁ ନେଇ ଅନେକ ସମୟରେ ସାଧାରଣରେ ବିଭିନ୍ନ ମତ ପ୍ରକାଶ ପାଇବା ଦେଖିବାକୁ ମିଳେ । ଅପରପକ୍ଷରେ ଏହି ବ୍ୟବସ୍ଥା କିଛି ଘଂଟା ପାଇଁ ଜନସାଧାରଣଙ୍କ୍‌ୁ ସୁରକ୍ଷା କବଚରେ ବାନ୍ଧି ରଖେ ବୋଲି ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button