ଦେଶ

ଜାହାଜ ଅପହରଣ ଘଟଣା: ୧୫ଭାରତୀୟଙ୍କୁ ଛାଡ଼ିବାକୁ ଚେତାବନୀ ଦେଲା ନୌସେନା – Ibnodisha

[ad_1]

ନୂଆଦିଲ୍ଲୀ: ୧୫ଜଣ ଭାରତୀୟ ନାବିକ ଥିବା ଲିବେରିଆରେ ପଞ୍ଜୀକୃତ ଏକ ବାଣିଜ୍ୟ ପୋତକୁ ସୋମାଲିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅପହରଣ କରି ନିଆଯାଇଥିଲା। ଏବେ ନାବିକଙ୍କୁ ଉଦ୍ଧାର କରିବା ପାଇଁ ଅପହରଣ ହୋଇଥିବା ଜାହାଜ ପାଖରେ ପହଞ୍ଚିଛି ଭାରତୀୟ ନୌସେନା। ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇରେ ଭାରତୀୟ ନୌସେନାର ଅଭିଜ୍ଞ ସାମୁଦ୍ରିକ କମାଣ୍ଡୋ ଅପହରଣ ହୋଇଥିବା ଜାହାଜ ଏମଭି ଲୀଲା ନର୍‌ଫକ୍‌ ପାଖରେ ପହଞ୍ଚିଛନ୍ତି। ନାବିକଙ୍କୁ ଛାଡ଼ିବା ପାଇଁ ‌ଅପହରଣକାରୀଙ୍କୁ ଚେତାବନୀ ଦେବା ସହ ତୁରନ୍ତ ଉଦ୍ଧାର କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଗୁରୁବାର ୫/୬ଜଣ ଅଜ୍ଞାତ ଅସ୍ତ୍ରଧାରୀ ବ୍ୟକ୍ତି ବାଣିଜ୍ୟ ପୋତ ଭିତରକୁ ପ୍ରବେଶ କରିଥିବା କଥା କହି ଉକ୍ତ ବାଣିଜ୍ୟପୋତ ସତର୍କ ସୂଚନା ଜାରି କରିଥିଲା। ବାଣିଜ୍ୟ ପୋତ ‘ଏମ୍‌ ଲୀଲା ନର୍‌ଫକ୍‌’କୁ ଅପହରଣ କରାଯାଇଥିବା କଥା ଗୁରୁବାର ସନ୍ଧ୍ୟାରେ ସୂଚନା ପାଇବା ପରେ ଭାରତୀୟ ନୌସେନା ଜାହାଜର ଗତିବିଧି ଉପରେ ନଜର ରଖିଥିଲା। ଜାହାଜକୁ ଉଦ୍ଧାର କରିବା ଲାଗି ସେ ଅଞ୍ଚଳରେ ଥିବା ‘ମେରିଟାଇମ୍‌ ସିକ୍ୟୁରିଟି ଟାସ୍କ୍‌ ଫୋର୍ସ’ର (ଏମ୍‌ଏନ୍‌ଏଫ୍‌) ବିଭିନ୍ନ ଏଜେନ୍‌ସିମାନଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ଏବେ ସଫଳତାର ସହ ନୌସେନାର ଅଭିଜ୍ଞ ସାମୁଦ୍ରିକ କମାଣ୍ଡୋ ଅପହରଣ ହୋଇଥିବା ଜାହାଜ ପାଖରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିବା କୁହାଯାଉଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button