ଦେଶ

‘ଭୁଲ୍ ଲୋକକୁ ପଚାରିଦେଲେ’: ନିଜାର ହତ୍ୟା ପ୍ରସଙ୍ଗରେ ଜୟଶଙ୍କରଙ୍କ ଉତ୍ତର – Ibnodisha

[ad_1]

ନୂଆଦିଲ୍ଲୀ: ନ୍ୟୁୟର୍କଠାରେ ଅନୁଷ୍ଠିତ କାଉନସିଲ ଅନ ଫରେନ ରିଲେସନ୍ସର ଏକ କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ନେଇ ଫାଇଭ୍ ଆଇଜ୍‌ର ସୂଚନା ଏବଂ ଆମେରିକାର ଶିଖ୍ ନେତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଏଫ୍‌ବିଆଇ ସତର୍କ କରାଇବା ନେଇ ପ୍ରଶ୍ନ ପଚରାଯାଇଥିଲା।

ଏହାର ଉତ୍ତରରେ ଜୟଶଙ୍କର କହିଥିଲେ- ମୁଁ ଫାଇଭ୍ ଆଇଜ୍‌ର ଏକ ଅଂଶ ନୁହେଁ କିମ୍ବା ମୁଁ ଏଫ୍‌ବିଆଇର ବି ଏକ ଅଂଶ ନୁହେଁ। ତେଣୁ ମୁଁ ଭାବୁଛି ଆପଣ ଭୁଲ୍ ଲୋକକୁ ପ୍ରଶ୍ନ ପଚାରୁଛନ୍ତି। ଫାଇଭ୍ ଆଇଜ୍ ହେଉଛି ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, କାନାଡ଼ା ଓ ନ୍ୟୁଜିଲାଣ୍ଡର ଗୁଇନ୍ଦା ମେଣ୍ଟ, ଯେଉଁମାନେ ପରସ୍ପର ଭିତରେ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ କରିଥାନ୍ତି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସେପ୍ଟେମ୍ବର ୧୮ରେ ଅଭିଯୋଗ କରିଥିଲେ ଯେ, ଖଲିସ୍ତାନୀ ଆତଙ୍କବାଦୀ ତଥା କାନାଡ଼ା ନାଗରିକ ହରଦୀପ ସିଂହ ନିଜାର ହତ୍ୟା ପଛରେ ଭାରତର ହାତ ଥାଇପାରେ। ଜୁନ୍ ୧୮ରେ ନିଜାରକୁ ବ୍ରିଟିସ କଲମ୍ବିଆର ସୁରେଠାରେ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ବାରା ଗୁଳି କରି ହତ୍ୟା କରାଯାଇଥିଲା। ଟ୍ରୁଡୋଙ୍କ ଏହି ଦାବିକୁ ଭାରତ ପକ୍ଷରୁ ମିଥ୍ୟା ଓ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କୁହାଯିବା ସହ ନିଜ ଦାବି ସପକ୍ଷରେ ପ୍ରମାଣ ଦେବାକୁ କୁହାଯାଇଥିଲା।

ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଥିଲେ କାନାଡ଼ା ଏପର୍ଯ୍ୟନ୍ତ ନିଜ ଦାବି ସପକ୍ଷରେ ପ୍ରମାଣ ଦେଇ ନାହିଁ। ଆପଣ ଭାବୁଛନ୍ତି କି କାନାଡ଼ା ଦେଇଛି ବୋଲି? ଦେଇଥିଲେ ଆମେ ତା’ ଉପରେ ଯାଞ୍ଚ କରିଥାନ୍ତୁ। ଜୟଶଙ୍କର କହିଥିଲେ, କାନାଡ଼ାରେ ଭାରତୀୟ କୂଟନୀତିଜ୍ଞଙ୍କୁ ଧମକ ଦିଆଯାଉଛି, ଦୂତାବାସ ଉପରେ ଆକ୍ରମଣ କରାଯାଉଛି। କାନାଡ଼ା ସରକାର ଏହାକୁ ଅନୁମତି ଦେବା ଦୁର୍ଭାଗ୍ୟଜନକ। ଗଣତନ୍ତ୍ରରେ ଏସବୁ ଚଳେ ବୋଲି କହି ଏହାକୁ ନ୍ୟାୟୋଚିତ ଦର୍ଶାଯାଉଛି। ତଥାପି କାନାଡ଼ା ପ୍ରମାଣ ଦେଲେ ତା’ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜୟଶଙ୍କର କହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button