ରାଜ୍ୟ

ସାରଦା ବିରୋଧୀ ଗୋଷ୍ଠୀରେ ଭାଳେଣି! ଦୁଇ ଯୁବନେତା ଗଲେ, ଆଉ କାହାର ପାଳି? – Ibnodisha

[ad_1]

କୁନଙ୍କ ଉପରେ କିନ୍ତୁ ଭରସା ଅତୁଟ

ରାଉରକେଲା: ରାଉରକେଲାର ଦୁଇ ଯୁବ ନେତାଙ୍କ ବିରୋଧରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାନୁଷ୍ଠାନ ପରେ ରାଜନୈତିକ ଉଷ୍ଣତା ଦେଖାଦେଇଛି। ଗତକାଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରଧାନଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ବେଳେ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ପଦରୁ ପ୍ରକାଶ ପାଶ୍ବାନଙ୍କୁ ହଟାଯାଇଥିଲା। ଏହି ଦୁଇ ଯୁବ ନେତା ଖୋଲାଖୋଲି ମନ୍ତ୍ରୀ ସାରଦା ନାୟକଙ୍କୁ ବିରୋଧ କରିଆସୁଥିବା ବେଳେ ଶେଷରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି। ଏହି କାର୍ଯ୍ୟାନୁଷ୍ଠାନ ପରେ ବିଜେଡିର ସାରଦା ବିରୋଧୀ ଗୋଷ୍ଠୀରେ ଛନକା ପଶିଛି।

ବହୁଦିନ ହେଲା ରାଉରକେଲା ବିଜେଡିରେ ଗୋଟିଏ ଗୋଷ୍ଠୀର ଶ୍ରମମନ୍ତ୍ରୀ ସାରଦା ସର୍ବେସର୍ବା ଥିବାବେଳେ ଅନ୍ୟ ଗୋଷ୍ଠୀକୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନ ବିହାରୀ ଦାସ ପରିଚାଳନା କରିଆସୁଛନ୍ତି। ଏକଦା ସାରଦାଙ୍କ ଅନୁଗତ ଥିବା କୁନ ବିହାରୀ ପରବର୍ତ୍ତୀ ସମୟରେ କୌଣସି କାରଣରୁ ତାଙ୍କଠାରୁ ଦୂରେଇ ଯାଇଥିଲେ। ସାରଦାଙ୍କ ବିରୋଧୀ କିଛି ଯୁବକ, ଛାତ୍ର, ମହିଳା ବିଜେଡି ନେତା ଶ୍ରୀ ଦାସଙ୍କ ଗୋଷ୍ଠୀରେ ମିଶି ଖୋଲାଖୋଲି ସାରଦାଙ୍କୁ ଚାଲେଞ୍ଜ ଦେଇଥିଲେ। ଶ୍ରୀ ଦାସଙ୍କ ନେତୃତ୍ବରେ ପୃଥକ ଭାବେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏମିତିକି ରାଉରକେଲା ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ୍‌, ରାଉରକେଲା ବଣିକ ସଂଘ ନିର୍ବାଚନ ଆଦିରେ ଏହି ଗୋଷ୍ଠୀ ଖୋଲାଖୋଲି ସାରଦାଙ୍କ ବିରୋଧରେ ଯାଇ ପ୍ରାର୍ଥୀ ଛିଡ଼ା କରିଥିଲେ। ବିଗତ ଦିନରେ ଉଭୟ ନିର୍ବାଚନରେ ଏହି ଗୋଷ୍ଠୀକୁ ସଫଳତା ବି ମିଳିଥିଲା। ବିଶେଷକରି ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ରେ ସାରଦାଙ୍କ ସମର୍ଥିତ ପ୍ରାର୍ଥୀ ଶୋଚନୀୟ ପରାଜୟ ଭୋଗିଥିଲେ। ସମ୍ଭବତଃ, ଏହି ପରାଜୟପରେ ବିଦ୍ରୋହୀ ଗୋଷ୍ଠୀର ପକ୍ଷଚ୍ଛେଦନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ବିଗତ ଦିନରେ ଅନୁଷ୍ଠିତ ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ବଣିକ ସଂଘ ନିର୍ବାଚନରେ ଶ୍ରୀ ଦାସଙ୍କ ଅନୁଗତ ଭାବେ ଜଣାଶୁଣା ଶଙ୍କର ଜେନାଙ୍କ ପ୍ୟାନେଲ ମୂଳପୋଛ ହୋଇଯାଇଥିଲା। କେବଳ ବିପକ୍ଷ ଗୋଷ୍ଠୀକୁ ଉଚିତ ଜବାବ ଦେବା ଉଦ୍ଦେଶ୍ୟରେ ଶ୍ରୀ ନାୟକ ଉକ୍ତ ନିର୍ବାଚନରେ ପରୋକ୍ଷରେ ଗୋଟିଚାଳନା କରିଥିଲେ ଏବଂ ଫଳ ତାଙ୍କ ସପକ୍ଷରେ ଯାଇଥିଲା।

ଏତଦ୍‌ ବ୍ୟତୀତ ମନ୍ତ୍ରୀଙ୍କ ଶିବିର ତରଫରୁ ବହୁଦିନ ହେଲା ବିରୋଧୀ ଗୋଷ୍ଠୀ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲା। ତେବେ ବିଳମ୍ବରେ ହେଲେ ବି ଶେଷରେ ଉକ୍ତ ଗୋଷ୍ଠୀ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ତେବେ କେବଳ ଏହି ଦୁଇ ଯୁବ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିବ ନା ଅନ୍ୟଙ୍କ ଉପରେ ମଧ୍ୟ ସମାନ ନୀତି ଆପଣାଇ ସାରଦା ବିରୋଧୀଙ୍କୁ ଦମନ କରାଯିବ ତାହା ସମୟ କହିବ। କିନ୍ତୁ ଏସବୁ ସତ୍ତ୍ବେ ଏହି ସାରଦା ବିରୋଧୀ ଗୋଷ୍ଠୀର ନେତା ଶ୍ରୀ ଦାସଙ୍କ ଉପରେ ଦଳର ଶୀର୍ଷ ନେତାଙ୍କ ଅତୁଟ ଭରସା ଥିବା ପରିଲକ୍ଷିତ ହୁଏ। ଶ୍ରୀ ଦାସଙ୍କୁ ଉଚ୍ଚ ପଦ ଦିଆଯିବା ସହ ନୂତନ ଦାୟିତ୍ବ ଦେଇ ଏହାକୁ ବାରମ୍ବାର ପ୍ରମାଣିତ କରାଯାଉଛି। ଗୋଟିଏ ପକ୍ଷରେ ଦୁଇ ଯୁବନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିବାବେଳେ କୁନଙ୍କୁ କୋଇଲା, ଖଣି ଓ ରେଳବାଇ ଶ୍ରମିକ ସାମ୍ମୁଖ୍ୟର ମୁଖ୍ୟ ସଂଯୋଜକର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସାରଦାଙ୍କ ଉପରେ ଅଂକୁଶ ରଖିବା ପାଇଁ ଶୀର୍ଷ ନେତୃତ୍ବ ଗୋଟିଏ ପଟେ କୁନଙ୍କୁ ପ୍ରୋତ୍ସାହିତ କରୁଥିବବେଳେ ଅପରପକ୍ଷେ ତାଙ୍କ ସମର୍ଥକ ତଳିଆ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସାରଦା ଗୋଷ୍ଠୀକୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button