ରାଜନୀତି

କର୍ମୀମାନଙ୍କୁ ପାଣ୍ଡିଆନଙ୍କ ଗୁରୁମନ୍ତ୍ର – Ibnodisha

[ad_1]

-କର୍ମୀଙ୍କୁ ଟାକ୍ସ ଦେଲେ ଫାଇପ ଟି ଅଧ୍ୟକ୍ଷ
– ଭଲ ପ୍ରଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ସହ ପରିଚିତ କରାଇବି
-୫୦ ପ୍ରତିଶତରୁ ଅଧିକ ଭୋଟ ବିଜେଡିକୁ ଯିବା ଦରକାର

କଟକ: କଟକ ବାଲିଯାତ୍ରା ପଡ଼ିଆରେ ବିଜେଡି ପକ୍ଷରୁ ଆମ ଓଡ଼ିଶା ନବୀନ ଓଡ଼ିଶା ଧନ୍ୟବାଦ କାର୍ଯ୍ୟକ୍ରମରେ ଫାଇପ-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଯୋଗଦେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବା ସହ କିଛି କିଛି ଟାକ୍ସ ମଧ୍ୟ ଦେଇଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ କର୍ମୀଙ୍କ ଉତ୍ସାହ ବୃଦ୍ଧି ପାଇଁ ବିଜେଡିର ଚର୍ଚ୍ଚିତ ଚେହେରା ଭି.କେ. ପାଣ୍ଡିଆନ କର୍ମୀମାନଙ୍କୁ ମଧ୍ୟ ଅନେକ ଖୋଲା ଅଫର ଦେଇଛନ୍ତି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ଭୋଟ୍ ତୁଳନାରେ ଏଥର ରେକର୍ଡ ମାର୍ଜିନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇଲେ ନବୀନ ନିବାସ ଡକାଇ ମୁଖ୍ୟମନ୍ତ୍ରୀଙ୍କ ସହ ପରିଚିତ କରାଇ ଦେବି, ଆଉ ଯାହାବି କାମ ଥିବ ତାକୁ ଜୋରଦାର କରିବି । କିନ୍ତୁ ୫୦ପ୍ରତିଶତ ଭୋଟ୍ ନୁହେଁ ତା’ଠୁ ଅଧିକ ଭୋଟ୍ ବିଜେଡି ପ୍ରାର୍ଥୀଙ୍କୁ ମିଳିବା ଦରକାର । ଆଜି ଏଭଳି କିଛି ଢଙ୍ଗରେ କଟକ ଜିଲ୍ଲା ବିଜେଡିର ସକ୍ରିୟ କର୍ମୀ,ଦଳୀୟ ପଦାଧିକାରୀ ଓ ନିର୍ବାଚିତ ଜନପ୍ରତିନିଧି (ସରପଞ୍ଚଙ୍କ ଠାରୁ ବିଧାୟକଙ୍କ ପର୍ଯ୍ୟନ୍ତ)ମାନଙ୍କୁ ଖୋଲା ଆହ୍ୱାନ ଦେଇଛନ୍ତି ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ।

ସ୍ଥାନୀୟ ଉପର ବାଲିଯାତ୍ରା ପଡ଼ିଆରେ ଜିଲ୍ଲା ବିଜେଡି ପକ୍ଷରୁ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଧନ୍ୟବାଦ କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଓ ପଦାଧିକାରୀମାନଙ୍କୁ ସମ୍ବୋଧିତ କରି ପାଣ୍ଡିଆନ କହିଥିଲେ ଯେ, କଟକ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି । ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳି ସରକାରରେ ସର୍ବାଧିକ ରୂପାନ୍ତରୀଣ କଟକ ସହରର ହୋଇଛି । ତାଳଦଣ୍ଡା କେନାଲ ଓ କଟକ ବଡ଼ମେଡିକାଲ ସହ ବାଦାମବାଡ଼ି ବସଷ୍ଟାଣ୍ଡ ଆଦିର ରୂପାନ୍ତରୀକରଣ ସହ ଏବେ ଚଣ୍ଡୀ ମନ୍ଦିରର ରୂପାନ୍ତରୀକରଣ ବି ଚାଲିଛି । ଅବଶ୍ୟ କଟକରେ ବିଜେଡି ସୁଦୃଢ଼ ସ୍ଥିତିରେ ଅଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ହୋଇଥିବାରୁ ୫୦ପ୍ରତିଶତ ଭୋଟ୍ ହାର ନୁହେଁ ଏହାଠୁ ବେଶୀ ଭୋଟ୍ ହାର ବିଜେଡି ସପକ୍ଷରେ ଆଗାମୀ ସାଧାରଣ ନିର୍ବାଚନରେ ହେବା ଦରକାର ।

ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରଖିଲା ଭଳି ଭୋଟ୍ ହାର ଯେମିତି ହେବ ସେଥିପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଦଳୀୟ କର୍ମୀ ଓ ପଦାଧିକାରୀମାନଙ୍କୁ ଚ୍ୟାଲେଞ୍ଜ ଦେଇ କହିଥିଲେ ଯେ, ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଏଥର ଅଧିକ ପରିମାଣର ବା ରେକର୍ଡ ପରିମାଣର ଭୋଟ୍ ମାର୍ଜିନ ଯେଉଁଠି ହେବ ସେଠାର କର୍ମୀ ଓ ନେତାଙ୍କୁ ନବୀନ ନିବାସ ଡକାଇ ମୁଖ୍ୟମନ୍ତ୍ରୀଙ୍କ ସହ ପରିଚିତ କରାଇବି । ଆଉ ତାଙ୍କର ଯାହାବି କାମ ଥିବ ତାକୁ ଜୋରଦାର କରାଯିବ । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ କେଉଁ ପଞ୍ଚାୟତ ଓ କେଉଁ ବୁଥରେ କେତେ ଭୋଟ୍ ମିଳିଥିଲା ତାହା ସେ ଜାଣନ୍ତି । ତେଣୁ ୨୦୨୪ରେ ଏସବୁକୁ ପଛରେ ପକାଇ ରେକର୍ଡ ମାର୍ଜିନ ଭୋଟ ଦଳୀୟ ପ୍ରାର୍ଥୀଙ୍କୁ ମିଳିବ ବୋଲି ସେ ଉପସ୍ଥିତ କର୍ମୀମାନଙ୍କୁ ଟାସ୍କ ଦେଇଛନ୍ତି । ଏଭଳି ଚ୍ୟାଲେଞ୍ଜ ଆପଣମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ତ ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ ।

ଯାହାକୁ ଉପସ୍ଥିତ ଦଳୀୟ କର୍ମୀ ଓ ପଦାଧିକାରୀମାନେ ସ୍ୱାଗତ କରିଥିଲେ । ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ଦିନରାତି କାମ କରୁଛନ୍ତି । ଆପଣମାନେ ବି ତାଙ୍କର ସମ୍ମାନ ରଖିବା ପାଇଁ କାର୍ଯ୍ୟ କରିବେ ବୋଲି ଯେମିତି ଅନୁଭବ କରିବି । ତେବେ ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଅନୁପସ୍ଥିତ ରହିଥିଲେ । ଏଥିସହିତ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ, ତାଙ୍କୁ ନବୀନ ନିବାସରୁ ଫୋନ୍ କରି ଡକାଯାଇଥିଲା ମାତ୍ର ସେ ନିଜର ବ୍ୟକ୍ତିଗତ କାର୍ଯ୍ୟ ଥିବା ଦର୍ଶାଇ ଅନୁପସ୍ଥିତ ରହିଥିବା କହିଛନ୍ତି । ସୂଚନାଯୋଗ୍ୟ, ପାଣ୍ଡିଆନ ସେହି କଟକ ବାଲିଯାତ୍ରା ପଡ଼ିଆରେ ନୂଆ-ଓ ଯୁବଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ କଲେଜ ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ ଭାବ ବିନିମୟ କରିବା ସହ ସେ ଜନସାଧାରଣଙ୍କୁ ଗମନାଗମନ ଓ ସ୍ୱାସ୍ଥ୍ୟ ସେବା ସୁବିଧା ସମ୍ପର୍କରେ ପ୍ରକାଶ କରିଥିଲେ ।

ଶ୍ରୀ ପାଣ୍ଡିଆନ୍ ପୁଣି କହିଛନ୍ତି ଯେ, କଟକରେ ଲକ୍ଷ୍ମୀ ବସ୍ ଚାଲିବ । ଏଥିରେ ଛାତ୍ରଛାତ୍ରୀ ଓ ମହିଳା ମାତ୍ର ୫ ଟଙ୍କାରେ ଯାତ୍ରା କରି ପାରିବେ । ଏହାସହ ଜିଲ୍ଲାର ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚିବ । ଏହାସହ ବିଏସକେୱାଇ ଯୋଜନା ଉପରେ ମଧ୍ୟ ଗୁରତ୍ୱ ଦେଇଛନ୍ତି ଭି କେ ପାଣ୍ଡିଆନ୍ । ସେ କହିଛନ୍ତି, ମିଶନ ଶକ୍ତିରେ ଥିବା ମହିଳା ହୁଅନ୍ତୁ ବା ଭତ୍ତା ପାଉଥିବା ମହିଳା ସମସ୍ତେ ଏହି କାର୍ଡ ପାଇଁ ଆବେଦନ କରିବେ । ଏହାସହ ଅନ୍ୟ ସମସ୍ତେ ନବୀନ ବିଏସକେୱାଇ କାର୍ଡ ପାଇଁ ଆବେଦନ କରିପାରିବେ । ଏଥିପାଇଁ ୬ ତାରିଖରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହେଉଛି । ଏହାକୁ ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗ୍ରାମାଞ୍ଚଳ ଜନସାଧାରଣ ଏଥିପାଇଁ ନାମ ପଞ୍ଜିକରଣ କରାଇବେ ଏବଂ ସହରାଞ୍ଚଳ ଲୋକେ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିବେ । ଏହାଦ୍ୱାରା ସ୍ୱାସ୍ଥ୍ୟ ସୁବିଧା ସୁଲଭରେ ଉପଲବ୍ଧ ହୋଇପାରିବ । ଗୋଟିଏ ବି ପରିବାର ଯେପରି ନବୀନ ବିଏସକେୱାଇ କାର୍ଡ ପାଇବାରୁ ବଞ୍ଚିତ ନ ହୁଅନ୍ତି ତାହା ସରକାର ନିଶ୍ଚିତ କରିବେ ବୋଲି ପ୍ରକାଶ କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button