ପଦ୍ମପୁର ଷ୍ଟାର ପ୍ରଚାରକ ରୁ ପ୍ରଣବ ଙ୍କୁ ବାଦ, ହେଲେ ଉପରେ ପଡି ମାମଲତ ଦେଖାଉଛନ୍ତି।

ପଦ୍ମପୁର:IBN ଓଡିଶା(ବ୍ୟୁରୋ):- ପଦ୍ମପୁର ପ୍ରଚାରରେ ବିଜେଡିର ମଙ୍ଗ ଧରିଛନ୍ତି ବିବାଦୀୟ ନେତା । ବାଦ ପଡିଛନ୍ତି କୋଟେରି ଗ୍ରୁପ । ଦଳ ପକ୍ଷରୁ ପ୍ରକାଶ ପାଇଥିବା ଷ୍ଟାର କ୍ୟାମ୍ପନର ତାଲିକାରେ ରହିଛନ୍ତି ଅନେକ ବିବାଦୀୟ ନେତା । ମମିତା ମେହେର ହତ୍ୟାକାଣ୍ଡରେ ବିବାଦରେ ରହିଥିବା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମାହାଙ୍ଗା ଡ଼ବଲ ମର୍ଡରରେ ବିବାଦରେ ଥିବା ପ୍ରତାପ ଜେନା ଓ ପରି ଘଟଣାରେ ବିବାଦରେ ଥିବା ଅରୁଣ ସାହୁଙ୍କୁ ଦଳ ପଦ୍ମପୁର ପ୍ରଚାରର କମାଣ୍ଡ ଧରାଇଛି ।
ସେହିପରି ବର୍ତ୍ତମାନର ମନ୍ତ୍ରୀ ତଥା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିବାଦକୁ ଆସିଥିବା ସମୀର ଦାସଙ୍କୁ ପୁଣି ଥରେ ଦଳ ପଦ୍ମପୁର ଷ୍ଟାର କ୍ୟାମ୍ପନର ଲିଷ୍ଟରେ ସ୍ଥାନ ଦେଇଛି । କିଛିଦିନ ତଳେ ଧାମନଗର ଉପନିର୍ବାଚନରେ ଦଳ ତାଙ୍କୁ ବାଦ ଦେଇଥିଲା । ସେପଟେ ଦଳର ଷ୍ଟାର କ୍ୟାମ୍ପନର ତାଲିକାରୁ କୋଟେରି ଗ୍ରୁପକୁ ବାଦ ଦିଆଯାଇଛି । ବିଶେଷ କରି ଧାମନଗର ପରାଜୟ ପରେ ଏହି ଗ୍ରୁପ କୁ ବାଦ ଦିଆଯାଇଥିବା ଚର୍ଚ୍ଚା ହେଉଛି । ଯେଉଁ ଥିରେ ରହିଛନ୍ତି ଯାଜପୁର ଟିମ୍ । ଯୁବ ସଭାପତି ତଥା ବିଧାୟକ ବ୍ୟମୋକେସ ରାୟଙ୍କ ସମେତ ଦୁଇ ମନ୍ତ୍ରୀ ପ୍ରମିଳା ମଲିକ ଓ ପ୍ରୀତି ରଞ୍ଜନ ଘଡେଇଙ୍କୁ ବାଦ ଦିଆଯାଇଛି ।
ସେହିପରି ପ୍ରଣବ ବଳବନ୍ତରାୟ ଓ ସଞ୍ଜୀବ ମଲିକଙ୍କୁ ବି ଦଳ ପ୍ରଚାରରୁ ବାଦ ଦେଇଛି । ତେବେ ଏହି ଲିଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ ସମେତ 11 ମନ୍ତ୍ରୀ ସାମିଲ ରହିଥିବାବେଳେ ବରିଷ୍ଠ ଏବଂ ପଶ୍ଚିମ ଓଡିଶାର ନେତାଙ୍କୁ ଦଳ ଭରଷା କରିଛି ।
ଅନ୍ୟପଟେ ବିଜେପି ପକ୍ଷରୁ ବି ପଦ୍ମପୁର ପ୍ରଚାର ପାଇଁ 40 ଜଣିଆ ଷ୍ଟାର କ୍ୟାମ୍ପନର ଲିଷ୍ଟ ପ୍ରକାଶ ପାଇଛି । ଯେଉଁଥିରେ ରହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଶ୍ୱିନ ବୈଷ୍ଣବ, ବିଶେଶ୍ୱର ଟୁଡୁ ଓ ଅର୍ଜୁନୁ ମୁଣ୍ଡା । ସେହିପରି କ୍ଷତ୍ରିୟ ପ୍ରଭାରୀ ସୁନୀଲ ଵଂଶଲ ଓ ରାଜ୍ୟ ପ୍ରଭାରୀ ଡ଼ି ପୁରନ୍ଦେଶ୍ୱରୀଙ୍କୁ ସ୍ଥାନ ଦିଆଯାଇଛି । ଏହା ସହ ସଭାପତି ସମୀର ମହାନ୍ତିଙ୍କ ସମେତ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ବି ଦଳ ପ୍ରଚାରର ମଙ୍ଗ ଧରାଇଛି । ସେହିପରି ଧାମନଗର ବିଜୟ ପରେ ଚର୍ଚ୍ଚାରେ ଥିବା ସୁରଜ ସୁର୍ଯ୍ୟବଂଶୀଙ୍କୁ ବି ଦଳ ଷ୍ଟାର କ୍ୟାମ୍ପନର ତାଲିକାରେ ସ୍ଥାନ ଦେଇଛି ଦଳ ।