ଅପରାଧ

ଚାକିରି ନାଁରେ ଠକେଇ, ୪୧ ହଜାର ଠକି ଥିବା ଠକ ଗିରଫ

ଯାଜପୁର:ଧର୍ମଶାଳା: IBN ଓଡ଼ିଶା:-ଧର୍ମଶାଳା ଥାନା ଜାରକା ପଞ୍ଚାୟତ ଉତ୍ତରଶାସନ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର କରଙ୍କୁ ଚାକିରି ଦେବାକୁ କହି ୪୧ହଜାର ଟଙ୍କା ଲୁଟି ନେଇଥିବା ଠକକୁ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତ ପାରାଦୀପ ଅଞ୍ଚଳର ସୁଶାନ୍ତ ବଳ(୨୮)କୁ ଆଜି ଚଣ୍ତିଖୋଲ କୋର୍ଟଚାଲାଣ କରାଯାଇଛି। ପ୍ରକାଶ ଯେ, କୃଷି ବିଭାଗରେ ଚାକିରି କରାଇଦେବାକୁ କହି ସୁଶାନ୍ତ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ କରଙ୍କ ନିକଟରୁ ୧ ହଜାର ଟଙ୍କାର ଏକ ଚେକ୍ ନେଇଥିଲା।ପରେ ସେହି ଚେକ୍‌ରେ ୧ହଜାର ପୂର୍ବରୁ ୪ ଲେଖି ସୁଶାନ୍ତ ପାରାଦୀପର ଏକ ବ୍ୟାଙ୍କରୁ ୪୧ ହଜାର ଟଙ୍କା ଉଠାଇ ନେଇଥିଲା। ଏସଂପର୍କରେ ଶ୍ରୀ କର ମୋବାଇଲ୍‌ରେ ମେସେଜ୍ ପାଇବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ୍‌ ୬୩୩/୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଶ୍ରୀ କରଙ୍କ ପାଖରୁ ଚେକ୍ ନେଇଥିବା ସୁଶାନ୍ତ ଏହି ଜାଲିଆତି କରିଥିବା ଜଣାପଡ଼ିବା ପରେ ପୁଲିସ୍‌ ପାରାଦୀପରେ ଚଢ଼ଉ କରି ତାକୁ ଗିରଫ କରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button