ଅପରାଧ

ମାକୁ ଟାଙ୍ଗିଆରେ ହାଣିଲା ପୁଅ – Ibnodisha

[ad_1]

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଆଖୁସିଙ୍ଗି ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା।  ଆଖୁସିଙ୍ଗି ଗାଁର ରହୁଥିବା ପୁଅ କୃଷ୍ଣ ମିଶାଲର ଟାଙ୍ଗିଆ ଚୋଟରେ ମାଆ ରମ୍ଭା ମିଶାଲ ଗୁରୁତର। ପ୍ରଥମେ ତାଙ୍କୁ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବା ଯୋଗୁଁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏପଟେ ପୁଅ କୁ ଥାନା ରେ ଅଟକ ରଖିଛି ପଦ୍ମପୁର ପୋଲିସ। ଗତ କିଛି ମାସ ହେବ କୃଷ୍ଣ ମାନସିକ ବିକୃତ ରେ ପୀଡ଼ିତ ଥିବା ଜଣାପଡ଼ିଛି । ମାଆ ଓ ପୁଅ ଙ୍କ ମଧ୍ଯ ରେ କଥାବାର୍ତ୍ତା ଚାଲିଥିଲା ବେଳେ ପୁଅ ଉତକ୍ଷୀପ୍ତ ହୋଇ ମାଆ କୁ ମାରିବା ପାଇଁ ଟାଙ୍ଗିଆ ଧରି ଗୋଡାଇ ଥିଲା ଓ ପଛ ପଟୁ ମୁଣ୍ଡ କୁ ପ୍ରହାର କରିଥିଲା। ଘଟଣାସ୍ଥଳରେ ମାଆ ତଳେ ପଡି ଯାଇଥିଲେ । ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ପଦ୍ମପୁର ଡାକ୍ତରଖାନା କୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ରମ୍ଭାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ତେବେ ପୋଲିସ ଏହି ଘଟଣାର ଅଧିକ ଅନୁସନ୍ଧାନ ଚଳାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button