Uncategorized

ଅଚଳେଶ୍ୱର ମହାଦେବ ମନ୍ଦିରରେ ଥିବା ଶିବଲିଙ୍ଗ ଦିନକୁ ୩ଥର ରଙ୍ଗ ବଦଳାଏ

ହିନ୍ଦୁ ପରମ୍ପରାରେ ଥିବା ତ୍ରିଦେବଙ୍କ ମଧ୍ୟରୁ ମହାଦେବଙ୍କ ସ୍ଥାନ ଖୁବ ସ୍ୱତନ୍ତ୍ର। ବ୍ରହ୍ମା ସୃଷ୍ଟି କର୍ତ୍ତା ହେଲେ ବିଷ୍ଣୁ ପାଳନ କର୍ତ୍ତା ଓ ସ୍ୱୟଂ ମହଦେବ ସୃଷ୍ଟିର ସଂହାର କର୍ତ୍ତା। ସହସ୍ରନାମରେ ମହାଦେବ ଏ ଧରାପୃଷ୍ଠରେ ପୂଜା ପାଆନ୍ତି। ତନ୍ତ୍ର ସାଧନାରେ ଭୋଳାନାଥ ଭୈରବ ରୂପରେ ପୂଜା ପାଆନ୍ତି। ସେହିପରି ସନାନତ ଧର୍ମାବଲମ୍ବୀ ଲୋକ ଶୈବ ଉପାସନା କରିଥାନ୍ତି। ବେଦରେ ମହାଦେବଙ୍କୁ ରୁଦ୍ର ରୂୂପରେ ପୂଜା କରାଯାଏ। ସାଧାରଣତଃ ଶିବ ଯୋଗୀ ରୂପରେ ପ୍ରତିଷ୍ଠା ପାଇଛନ୍ତି। ଉଭୟ ଶିବଲିଙ୍ଗ ଓ ମୂର୍ତ୍ତିରେ ଆମେ ଭଗବାନ ଭୋଳାନାଥଙ୍କୁ ପୂଜା କରିଥାଉ।ଆମ ଦେଶରେ ଶହ ଶହ ପ୍ରସିଦ୍ଧ ଓ ଚମତ୍କାର ମନ୍ଦିର ଅଛି । ଏପରି ଅନେକ ପ୍ରାଚୀନ ମନ୍ଦିର ଅଛି ଯେଉଁଥିରେ ଅନେକ ରହସ୍ୟ ମଧ୍ଯ ଜଡିତ ରହିଛି।। ଏହି ରହସ୍ୟମୟ ମନ୍ଦିର ଶତାବ୍ଦୀ ଧରି ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ପବିତ୍ର ଶ୍ରାବଣ ମାସରେ ଭଗବାନ ଭୋଳାନାଥଙ୍କୁ ପୂଜା କଲେ ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ । ଏହି ପର୍ଯ୍ୟାୟରେ, ଆଜି ଆମେ ଆପଣଙ୍କୁ ଏପରି ରହସ୍ୟମୟ ଶିବ ମନ୍ଦିର ବିଷୟରେ କହୁଛୁ ଯେଉଁଠାରେ ଶିବଲିଙ୍ଗର ରଙ୍ଗ ଦିନକୁ ତିନିଥର ବଦଳିଥାଏ । ଏହି ମନ୍ଦିର ସହିତ ଲୋକମାନଙ୍କର ଗଭୀର ବିଶ୍ୱାସ ଯୋଡ଼ି ହୋଇ ରହିଛି ।

ରାଜସ୍ଥାନର ଧୌଳପୂର ଅବସ୍ଥିତ ଅଚଳେଶ୍ୱର ମହାଦେବ ମନ୍ଦିରର ଏହି ଶିବଲିଙ୍ଗ ଦିନକୁ ତିନିଥର ରଙ୍ଗ ପରିବର୍ତ୍ତନ କରିଥାଏ। କୁହାଯାଏ ଯେ ଏହି ଶିବଲିଙ୍ଗ ପାତାଳ ଫୁଟା।। ଆଶ୍ଚର୍ଯ୍ୟର କଥା ଆଜି ପର୍ଯ୍ୟନ୍ତ କେହି ଶିବଲିଙ୍ଗର ଗଭୀରତା ଜାଣିପାରି ନାହାଁନ୍ତି। ବିଶେଷଜ୍ଞମାନେ ମଧ୍ୟ ଏହାର ଶେଷରେ ପହଞ୍ଚିବାରେ ବିଫଳ ହୋଇଥିଲେ। ସ୍ଥାନୀୟ ଲୋକ କହିଛନ୍ତି ଯେ ଅଚଳେଶ୍ୱର ମନ୍ଦିରରେ ଉପସ୍ଥିତ ଥିବା ଶିବଲିଙ୍ଗର ଆରମ୍ଭ କେହି ଜାଣିପାରି ନାହାଁନ୍ତି।। ବହୁ ପୂର୍ବରୁ ଏହାର ଗଭୀରତା ଥରେ ଖୋଜିବାକୁ ଚେଷ୍ଟା କରାଯାଇଥିଲା। ଅନେକ ଦିନ ଧରି ଖୋଜା ଚାଲିଲା। ତାପରେ ବି କିଛି ସୁରାକ ମିଳିପାରିନଥିଲା। ସେବେଠାରୁ ଭଗବାନ ଶିବଙ୍କ ଉପରେ ଲୋକଙ୍କ ବିଶ୍ୱାସ ଆହୁରି ବଢ଼ିଯାଇଥିଲା।

ସବୁଠାରୁ ବଡ଼ କଥା ହେଉଛି ଏହି ଶିବଲିଙ୍ଗ ଦିନକୁ ୩ ଥର ରଙ୍ଗ ପରିବର୍ତ୍ତନ କରିଥାଏ । ବିଶ୍ୱାସ କରାଯାଏ ଯେ ଶିବଲିଙ୍ଗ ସକାଳେ ନାଲି ହୋଇଯାଏ, ଅପରାହ୍ନରେ କମଳା ରଙ୍ଗ ତା’ପରେ ସନ୍ଧ୍ୟାରେ ଏହାର ରଙ୍ଗ ଧୀରେ ଧୀରେ ଶ୍ୟାମଳ ରଙ୍ଗ ହେବାକୁ ଲାଗେ । ଅଚଲେଶ୍ୱର ମହାଦେବଙ୍କ ଶିବଲିଙ୍ଗ ଆଶ୍ଚର୍ଯ୍ୟଜନକ ଓ ଚମତ୍କାର ମଧ୍ୟ। କୁହାଯାଏ ଯେ ଏହି ମନ୍ଦିରକୁ ଆସି ଶିବଲିଙ୍ଗଙ୍କ ଆଗରେ ପ୍ରଣାମ କରୁଥିବା ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ। ଯଦି ଅବିବାହିତ ଯୁବକ ଓ ଯୁବତୀମାନେ ନିଜ ପସନ୍ଦର ବର ଓ କନ୍ଯାର ଇଚ୍ଛା ସହିତ ଏଠାକୁ ଆସନ୍ତି, ତେବେ ସେମାନଙ୍କର ପ୍ରାର୍ଥନା ପୂରଣ ହୁଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button