ରାଜ୍ୟ

ପୁଣି ଧର୍ମଘଟ; ତୈଳ ସଙ୍କଟ – Ibnodisha

[ad_1]

ଭୁବନେଶ୍ୱର: ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ସୋମବାରଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ୟ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି। କେନ୍ଦ୍ରର ନୂଆ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌-୨୦୨୩)ରେ ଗାଡ଼ି ଚାଳକଙ୍କ ପାଇଁ କରାଯାଇଥିବା ଦଣ୍ଡବିଧାନକୁ ବିରୋଧ କରି ଏହି ଆହ୍ବାନ ଦିଆଯାଇଥିବା ରବିବାର ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି। ଧର୍ମଘଟ ସମୟରେ ସବୁ ଅଏଲ୍‌ କମ୍ପାନୀ ଡିପୋ ଅଫିସ୍‌କୁ ତେଲ ଯୋଗାଣ ବନ୍ଦ ରଖିବେ ବୋଲି ମହାସଂଘ ପକ୍ଷରୁ ଜଣାଇ ଦିଆଯାଇଛି।

ତେବେ ବନ୍ଦ ଡାକରା ପରେ ରାଜ୍ୟରେ ପେଟ୍ରୋଲ, ଡିଜେଲ ସଙ୍କଟ ଦେଖାଦେବା ଏକପ୍ରକାର ନିଶ୍ଚିତ ବୋଲି ସୂଚନା ମିଳିଛି। କାରଣ ୩ ଦିନ ହେଲା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଗାଡ଼ି ଚାଳକଙ୍କୁ ୧୦ ବର୍ଷ ଜେଲ ଏବଂ ୭ ଲକ୍ଷ ଟଙ୍କାର ଜରିମାନା ଆଦାୟ ନିୟମ ବିରୋଧରେ ରାଜ୍ୟବ୍ୟାପୀ ଡ୍ରାଇଭର ସଂଘ ଷ୍ଟିୟରିଂ ଛାଡ଼ ଡାକରା ଦେଇଥିଲା। ଏଥିଯୋଗୁ ପେଟ୍ରୋଲ, ଡିଜେଲ ଯୋଗାଣ ଏକପ୍ରକାର ବନ୍ଦ ହୋଇଯାଇଥିଲା। ଶନିବାର ରାଜ୍ୟବ୍ୟାପୀ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବା ସହ ଅଧିକାଂଶ ପେଟ୍ରୋଲ ପମ୍ପ ଡ୍ରାଏ ସମସ୍ୟା ଯୋଗୁ ବନ୍ଦ ରହିଥିଲା।

ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପ୍ରତ୍ୟାହାରର ଦିନକ ପରେ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ଦେଇଥିବା ଧର୍ମଘଟ ଡାକରା ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ଲୋକେ ପେଟ୍ରୋଲ, ଡିଜେଲ ନ ମିଳିବା ଆଶଙ୍କା କରି ପମ୍ପରେ ଲମ୍ବାଧାଡ଼ି କରି ଅଧିକ ପେଟ୍ରୋଲ, ଡିଜେଲ ଭର୍ତ୍ତି କରିବା ଆରମ୍ଭ କରିଦେଇଛନ୍ତି।  ଏଥିଯୋଗୁ ସୋମବାର ସା ସୁଦ୍ଧା ପମ୍ପଗୁଡ଼ିକରେ ତେଲ ଅଭାବ ଦେଖାଦେବ ବୋଲି ଉତ୍କଳ ପେଟ୍ରୋଲିୟମ୍‌ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି।
ଉତ୍କଳ ପେଟ୍ରୋଲିୟମ୍‌ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ଡ୍ରାଇଭର ଆନ୍ଦୋଳନ ଯୋଗୁ ଶନିବାର ଅଧିକାଂଶ ପେଟ୍ରୋଲ ପମ୍ପରେ ଷ୍ଟକ୍‌ ବହୁତ କମି ଯାଇଥିଲା।

ମାଲକାନଗିରି, ନବରଙ୍ଗପୁର କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ ଦେଖାଦେଇଥିଲା। ତେବେ ଶନିବାର ସାରେ ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହାର ପରେ ଡିପୋରୁ ୨୫ରୁ ୩୦% ଟ୍ୟାଙ୍କରରେ ତେଲ ଲୋଡିଂ ହୋଇପାରିଛି। ରବିବାର ସତ୍ତ୍ୱେ ସକାଳୁ କିଛି ଡିପୋରୁ ଅଳ୍ପ କିଛି ଟ୍ୟାଙ୍କରରେ ତେଲ ଲୋଡ ହୋଇଛି। କିନ୍ତୁ ସୋମବାରଠାରୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ପୁଣି ଧର୍ମଘଟ ହେଲେ ସା ସୁଦ୍ଧା ପ୍ରାୟ ପେଟ୍ରୋଲ ପମ୍ପରେ ପୁଣି ତେଲ ଅଭାବ ଦେଖାଦେବ। ତେଣୁ ତେଲ ଯୋଗାଣ ସ୍ବାଭାବିକ କରିବା ନେଇ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ କହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button