କେନ୍ଦ୍ରମନ୍ତ୍ରୀଙ୍କୁ ପାଣ୍ଡିଆନଙ୍କ ଜବାବ ‘ନିର୍ବାଚନ ଇସ୍ତାହାରରେ ବିଏସକେଓ୍ଵି ବନ୍ଦ କରିବେ ବୋଲି ଲେଖନ୍ତୁ – Ibnodisha

[ad_1]
ନାଁ ନନେଇ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ
ନମ୍ରତାର ସହ କଲେ ବଡ ଚ୍ୟାଲେଞ୍ଜ
ଭଗବତୀଙ୍କ ମନ୍ଦିରର ରୂପାନ୍ତରଣ ପାଇଁ ୩୩କୋଟି
ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ୫-ଞରେ ହେଲା ସାମିଲ
ଗୋଦାବରୀଶ ମହାବିଦ୍ୟାଳୟର ଉନ୍ନତି ପାଇଁ ୨କୋଟି ୨୫ଲକ୍ଷ
ବାଲୁଗାଁ ମହାବିଦ୍ୟାଳୟ ପାଇଁ ୧କୋଟି ୫୦ଲକ୍ଷ
ବାଣପୁର ସହରର ରାସ୍ତା ଓ ଡ୍ରେନ ପାଇଁ ମିଳିବ ୨୬କୋଟି
ପାଣ୍ଡିଆନଙ୍କୁ ପାଇକଙ୍କ ପ୍ରତୀକ- ଖଣ୍ଡା ଓ ଢାଲ ଉପହାର
ରଣପୁର ନିର୍ବାଚନମଣ୍ଡଳୀ ପାଇଁ ୮୦ କୋଟି
ରଣପୁରର ଶ୍ରୀଜଗନ୍ନାଥ ମନ୍ଦିର ଲାଗି ୪ କୋଟି ୬୦ ଲକ୍ଷ
ବଡ ହସପିଟାଲରେ ଗରୀବ ଲୋକଙ୍କ ଚିକିତ୍ସା ସୁବିଧା କରାଇଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ରାଜ୍ୟର ସବୁଠୁ ବଡ ଯୋଜନା ବିଏସକେୱାଇକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ନୟାଗଡ଼ ଜିଲ୍ଲାର ରଣପୁରଠାରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବଡ଼ ଆହ୍ୱାନ ମଧ୍ୟ ଦେଇଛନ୍ତି। ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡକୁ କ୍ୟାବିନେଟ ପାହ୍ୟାର କେନ୍ଦ୍ରମନ୍ତ୍ରୀ ଅର୍ଥାତ ଧର୍ମେନ୍ଦ୍ର ପ୍ରଧାନ ବରାବର ନିନ୍ଦା ଓ ସମାଲୋଚନା କରିଆସୁଛନ୍ତି । ସମ୍ବଲପୁରରେ ଏକ ସଭାରେ କେନ୍ଦ୍ରମନ୍ତ୍ରୀ ବିଏସକେୱାଇ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ଉଦ୍ଧାର କରିଥିଲେ କାର୍ତ୍ତିକ ପାଣ୍ଡିଆନ । ବିଏସକେୱାଇ ଏକ ପ୍ରହସନ । ବିଏସକେୱାଇ କାର୍ଡ କିଛି କାମରେ ଆସୁନାହିଁ, ଏହାକୁ ନେଇ ଲୋକେ ହଇରାଣ ହେଉଛନ୍ତି ଜ୍ଝ ଏଭଳି ଯୋଜନା ଓଡିଶାବାସୀଙ୍କ ପାଇଁ ଦରକାର ନାହିଁ ବୋଲି ଧର୍ମେନ୍ଦ୍ର ସଭାରେ କହିଥିଲେ ।
ଧର୍ମେନ୍ଦ୍ରଙ୍କ ଏହି ବକ୍ତବ୍ୟକୁ ନେଇ ପାଣ୍ଡିଆନ ଉତ୍ତର ରଖିବା ସହ ନମ୍ରତାର ସହ ଏକ ଚାଲେଂଜ ମଧ୍ୟ କରିଛନ୍ତି । ଯଦି ଏହି ଯୋଜନା ଏତେ ଖରାପ ତେବେ କେନ୍ଦ୍ରମନ୍ତ୍ରୀ ତାଙ୍କ ଦଳ ଆଗାମୀ ନିର୍ବାଚନ ପୂର୍ବରୁ ପ୍ରକାଶ ହେବାକୁ ଥିବା ଦଳୀୟ ନିର୍ବାଚନୀ ଇସ୍ତାହାରରେ ବିଏସକେୱାଇକୁ ବନ୍ଦ କରିବା ଲାଗି ଘୋଷଣା କରନ୍ତୁ। ଇସ୍ତାହାରର ପ୍ରଥମ ପଏଣ୍ଟରେ ଲେଖନ୍ତୁ ଯେ, ରାଜ୍ୟରେ ବିଜେପି ସରକାରକୁ ଆସିଲେ ବିଏସକେୱାଇ ଯୋଜନାକୁ ବନ୍ଦ କରିବେ ଜ୍ଝ
ବିଏସକେୱାଇକୁ ନିନ୍ଦା ପ୍ରସଂଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଇ ବିଏସକେୱାଇ କାର୍ଡର ଉପଯୋଗିତା ବିଷୟରେ ବଖାଣିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିଏସକେୱାଇ ମାଧ୍ୟମରେ ଗରିବ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଦେଇଛନ୍ତି। ଏହି ଯୋଜନା ଦ୍ବାରା ବଡ଼ ବଡ଼ ହସ୍ପିଟାଲରେ ଗରିବ ଲୋକଙ୍କୁ ଚିକିତ୍ସା ସୁବିଧା ମିଳୁଛି । ଏହା କାହିଁକି ଆପଣଙ୍କ ଦେହରେ ଯାଉନି ଓ ଆପଣ କାହିଁକି ଏତେ ରାଗୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ ଇଂଗିତ କରି ସେ କହିଥିଲେ ଯେ, ପ୍ରକୃତ ନିଦରେ ଶୋଇଥିବା ଲୋକଙ୍କୁ ଉଠାଇ ହେବ । ନିଦରେ ଶୋଇଥିବା ଭଳି ଅଭିନୟ କରୁଥିବା ଲୋକଙ୍କୁ ଉଠାଇ ହେବନାହିଁ । ତେବେ ଜନତା ଜୋରରେ କହିଲେ ସେମାନେ ଉଠିବେ। ଲୋକେ ବିଏସକେୱାଇକୁ ନେଇ ଖୁସିରେ ଅଛନ୍ତି । ବିଏସକେୱାଇକୁ ନିନ୍ଦାର ଜବାବ ଓଡିଶାବାସୀ ଦେବେ ବୋଲି ମଧ୍ୟ ସେ କହିଥିଲେ।
ନୟାଗଡ଼ ରଣପୁରଠାରେ ଆୟୋଜିତ ଏହି ସଭାରେ ରଣପୁର ବିକାଶର ହିସାବ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କହିଥିଲେ ଯେ ସେ ଗତ ଜୁଲାଇ ୨୦ରେ ରଣପୁର ଆସିଥିଲେ ଜ୍ଝ ଲୋକେ ତାଙ୍କୁ ୩୫୦ଟି ଦରଖାସ୍ତ ଦେଇଥିଲେ । ମିଳିଥିବା ଦରଖାସ୍ତ ମଧ୍ୟରୁ ଇତି ମଧ୍ୟରେ ୩୦୦ ଦରଖାସ୍ତର ସମାଧାନ ହୋଇଛି । କୌଣସି କାରଣରୁ ଯାହାବି ବାକି ରହିଛି ସେସବୁର ଉତ୍ତର ମିଳିଯିବ।
ରଣପୁର ନିର୍ବାଚନମଣ୍ଡଳୀ ପାଇଁ ଗତ ୪ମାସ ଭିତରେ ମୁଖ୍ୟମନ୍ତ୍ରୀ ୮୦ କୋଟି ଟଙ୍କା ମଂଜୁର କରିଛନ୍ତି । ୧୧୫ଟି ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟର ପାଇଁ ଲୋକେ ଅନୁରୋଧ କରିଥିଲେ ଜ୍ଝ ଏଥିଲାଗି ମୁଖ୍ୟମନ୍ତ୍ରୀ ୧୦ କୋଟି ୧୫ ଲକ୍ଷ , ରଣପୁରର ଶ୍ରୀଜଗନ୍ନାଥ ମନ୍ଦିର ଲାଗି ୪ କୋଟି ୬୦ ଲକ୍ଷ ଟଙ୍କା ମଂଜୁର ହୋଇଛି। ମନ୍ଦିର କାମ ଚାଲିଛି ଓ ଏହା ଆସନ୍ତା ଜୁନ ସୁଦ୍ଧା ଶେଷ ହେବ। ନୂଆ ରୂପ ପାଇବ ଏହି ମନ୍ଦିର। ମଣିନାଗ ମନ୍ଦିର ରୂପାନ୍ତର ଲାଗି ୩ କୋଟି,। ତଳ ମଣିନାଗ ମନ୍ଦିର ଲାଗି ୨ କୋଟି, ଶରଣକୁଳର ଲଡୁବାବା ମନ୍ଦିର ଲାଗି ୫ କୋଟି, ରାଜସୁନାଖଳା କଲେଜର ରୂପାନ୍ତରଣ ପାଇଁ ୧ କୋଟି, ରଣପୁର ଡିଗ୍ରୀ କଲେଜର ରୂପାନ୍ତରଣ ପାଇଁ ୧ କୋଟି ମଂଜୁର ହୋଇଛି ।
ରଣପୁର ପୂର୍ବରୁ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁରର ମା ଭଗବତୀଙ୍କ ପୀଠରେ ପହଞ୍ଚି ରୂପାନ୍ତରଣ କାର୍ୟ୍ୟର ସମୀକ୍ଷା କରିଥିଲେ ପାଣ୍ଡିଆନ । ମା ଭଗବତୀଙ୍କ ଦର୍ଶନ ସହ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ । ଭଗବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ତାଙ୍କୁ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସ୍ବାଗତ କରିଥିଲେ । ଘଣ୍ଟ, ଘଣ୍ଟା, ମୃଦଙ୍ଗ ବଜାଇ ଫାଇଭ ଟି ଅଧ୍ୟକ୍ଷଙ୍କୁ ଭଗବତୀଙ୍କ ମନ୍ଦିରରୁ ପଲଟଣ ପଡିଆ ପର୍ୟ୍ୟନ୍ତ ସାଧାରଣ ଜନତା ପାଛୋଟି ନେଇଥିଲେ । ପଲଟଣ ପଡିଆଠାରେ ୨୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ସେଠାରେ ତାଙ୍କୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ପର୍ୟ୍ୟବେକ୍ଷକ ରବୀନ୍ଦ୍ର କୁମାର ଜେନା, ଚିଲିକା ନିର୍ବାଚନମଣ୍ଡଳୀ ପର୍ୟ୍ୟବେକ୍ଷକ ସୌମ୍ୟଶଙ୍କର ଚକ୍ର ଓ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ସ୍ବାଗତ କରିଥିଲେ । ଫାଇଭ ଟି ଅଧ୍ୟକ୍ଷଙ୍କୁ ସାଂସଦ ମଙ୍ଗରାଜ ପାଇକଙ୍କ ପ୍ରତୀକ-ଏକ ଢାଲ, ଖଣ୍ଡା ଓ ଶିରୋପା ପ୍ରଦାନ କରିଥିଲେ ଜ୍ଝ
ପଲଟଣ ପଡିଆରେ ଆୟୋଜିତ ସଭାରେ ବୀର ପାଇକ ମାଟିକୁ ପ୍ରଣାମ ଜଣାଇ ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ତାଙ୍କ ଅଭିଭାଷଣ ରଖିଥିଲେ । ପାଣ୍ଡିଆନ କହିଥିଲେ ଯେ ଗତ ୪ମାସ ଭିତରେ ଚିଲିକା ନିର୍ବାଚନମଣ୍ଡଳିର ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟପାଇଁ ମୁଖ୍ୟମନ୍ତ୍ରୀ ୯୦କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ମା ଭଗବତୀଙ୍କ ମନ୍ଦିରର ରୂପାନ୍ତରଣ ଲାଗି ୩୩କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ଚନ୍ଦନେଶ୍ବର ଶିବ ମନ୍ଦିରର ଉନ୍ନତି ପାଇଁ ୧କୋଟି ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବାଣପୁରର ଗୋଦବରୀଶ ମହାବିଦ୍ୟାଳୟକୁ ଫାଇଭ ଟିରେ ଅନ୍ତର୍ଭୁକ୍ତ କରି ତାର ଉନ୍ନୟନ ପାଇଁ ୨କୋଟି ୨୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବାଲୁଗାଁ ମହାବିଦ୍ୟାଳୟର ଉନ୍ନତି ପାଇଁ ୧କୋଟି ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଂଚଳରେ ରହିଥିବା ଡ୍ରେନ ଓ ରାସ୍ତା ପାଇଁ ୨୬କୋଟି ଟଙ୍କାର ଆକଳନ ପ୍ରସ୍ତୁତ ହୋଇଛି । ଖୁବ ଶୀଘ୍ର ଏହି ଅନୁଦାନ ମିଳିବ ବୋଲି ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ବାଣପୁର ସଭାରେ ସୂଚନା ଦେଇଛନ୍ତି।
ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଏସକେୱାଇ କାର୍ଡକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ସେ ଯେଉଁଭଳି ସଚେତନତା ସୃଷ୍ଟି କରୁଛନ୍ତି ସେହି ଢାଂଞ୍ଚାରେ ଏଠାରେ ମଧ୍ୟ କହିଥିଲେ । ଗ୍ରାମାଞ୍ଚଳର ଯେଉଁମାନେ ସ୍ବାସ୍ଥ୍ୟ କାର୍ଡ ପାଇ ନାହାନ୍ତି ତୁରନ୍ତ ନାମ ପଞ୍ଜିକରଣ କରିବାକୁ ଆହ୍ବାନ ଦେଇଥିଲେ । ୬ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଛି । ଏହା ଆସନ୍ତା ୧୬ତାରିଖ ପର୍ୟ୍ୟନ୍ତ ଚାଲିବ । ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ସେ ସୂଚନା ଦେଇଥିଲେ । ଆସନ୍ତା ଫେବ୍ରୁଆରୀ ମାସରୁ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଲକ୍ଷ୍ମୀ ବସ ଗଡିବ ଓ ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କର ଶାଖା ଖୋଲିବ ବୋଲି ସେ କହିଥିଲେ । ସେହିଭଳି ଭତ୍ତା ବଢାଇବା ନେଇ ମୁଖ୍ୟମନ୍ତ୍ରୀ ବିଚାର କରୁଛନ୍ତି । ଖୁବଶୀଘ୍ର ଖୁସୀ ଖବର ମିଳିବ ବୋଲି ପାଣ୍ଡିଆନ କହିଥିଲେ । ବାର୍ଦ୍ଧକ୍ୟ ଭତ୍ତାଠାରୁ ଭିନ୍ନକ୍ଷମ ଭତ୍ତା ଭଳି ସବୁ ଭତ୍ତା ବଢିବ ବୋଲି ସେ କହିଥିଲେ । ଅଂଗନବାଡି, ଆଶାକର୍ମୀ, ସ୍ବଚ୍ଛସାଥୀ, ଜଳସାଥୀ ସମସ୍ତଙ୍କ ଭତ୍ତା ବୃଦ୍ଧି ହେବ ବୋଲି ସେ ସୂଚନା ଦେଇଥିଲେ । ନୂଆ ଓଡିଶା ତଥା ସଶକ୍ତ ଓଡିଶା ଗଠନ କରିବା ମୂଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ସେଥିରେ ସହଯୋଗ କରିବାକୁ ସମସ୍ତଙ୍କୁ ସେ ଆହ୍ବାନ ଦେଇଥିଲେ । ଅଭିଭାଷଣ ଆରମ୍ଭରେ ପାଣ୍ଡିଆନ କହିଥିଲେ ଯେ, ସେ ଗତ ଅଗଷ୍ଟମାସରେ ବାଣପୁର ଆସିଥିଲେ । ସେତେବେଳେ ତାଙ୍କୁ ୪୭୦ଟି ଦରଖାସ୍ତ ମିଳିଥିଲା । ୪ମାସ ଭିତରେ ଏ ସବୁ ଦରଖାସ୍ତ ମଧ୍ୟରୁ ୪୦୦ଟି ଦରଖାସ୍ତର ସମାଧାନ ହେବା ସହ ଅର୍ଥ ମଞ୍ଜୁର ହୋଇଛି । ଆଜି ମଧ୍ୟ ଯେଉଁସବୁ ଦରଖାସ୍ତ ମିଳିଛି ତା ଭିତରେ ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଭିତ୍ତିକ ଯେଉଁ ଦରଖାସ୍ତ ଥିବ ତାକୁ ତୁରନ୍ତ ବିଚାରକୁ ନିଆଯିବ ଏବଂ ଆସନ୍ତା ୨୦ ତାରିଖ ସୁଦ୍ଧା ଦରଖାସ୍ତକାରୀମାନେ ଖୁସୀ ଖବର ପାଇବେ । ଅନ୍ୟ ଦରଖାସ୍ତ ଗୁଡିକ ସମ୍ପର୍କରେ ସଂପୃକ୍ତ ଦରଖାସ୍ତକାରୀଙ୍କୁ ଜିଲ୍ଲା ପ୍ରଶାସନ ଟିକିନିଖି ଉତ୍ତର ପ୍ରଦାନ କରିବେ ବୋଲି ପାଣ୍ଡିଆନ କହିଥିଲେ । ଚିଲିକା ନିର୍ବାଚନ ମଣ୍ଡଳିକୁ ମିଳିଥିବା ୯୦କୋଟିର ଅନୁଦାନକୁ ପ୍ରଥମ କିସ୍ତି ବୋଲି କହିଛନ୍ତି ପାଣ୍ଡିଆନ। ଭଲ କାମ କଲେ ପରବର୍ତ୍ତୀ କିସ୍ତି ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବାଣପୁର ପରେ ରଣପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ କାର୍ତ୍ତିକ ପାଣ୍ଡିଆନ ।
ବାଣପୁର ପୂର୍ବରୁ ଖୋର୍ଦ୍ଧା ହାବେଳି ପଡିଆଠାରେ ଆୟୋଜିତ ନୂଆ ଓ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ପାଣ୍ଡିଆନ । କଠିନ ପରିଶ୍ରମ ସଫଳତାର ମୂଳମନ୍ତ୍ର। କଠିନ ପରିଶ୍ରମର ବିକଳ୍ପ ନାହିଁ। ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଆଜି ଖୋର୍ଦ୍ଧା ଜିଲ୍ଲା ଗସ୍ତ ଅବସରରେ ଖୋର୍ଦ୍ଧା ହାବେଳି ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ୟ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ସୂତ୍ର ଦେଖାଇଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଛାତ୍ରଛାତ୍ରୀଙ୍କୁ ନୂଆ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ନୂଆ-ଓ କାର୍ୟ୍ୟକ୍ରମ କେମିତି ଲାଗୁଛି ବୋଲି ପଚାରିଥିଲେ କାର୍ତ୍ତିକ ପାଣ୍ଡିଆନ ।
ଯେଉଁ ଉଦ୍ଦେଶ୍ୟ ନେଇ ଏହି କାର୍ୟ୍ୟକ୍ରମ ମୁଖ୍ୟମନ୍ତ୍ରୀ ହାତକୁ ନେଇଛନ୍ତି ତାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ଉନ୍ନତି । ସେ କହିଥଲେ ଯେ, ଆପଣ ଜୀବନର ଯେଉଁ ପାହାଚରେ ଏବେ ଅଛନ୍ତି ଏହା ଅତି ଗୁରୁତ୍ବପୂର୍ଣ୍ଣ। ଆପଣ ଭବିଷ୍ୟତରେ କଣ ହେବେ ଏଥିଲାଗି ଏହି ପର୍ୟ୍ୟାୟର ଅନେକ ଗୁରୁତ୍ବ ରହୁଛି । ଏଥିଲାଗି ପାଠପଢା ଗୁରୁତ୍ବପୂର୍ଣ୍ଣ । ପାଠପଢା ବ୍ୟକ୍ତିତ୍ବର ବିକାଶ ସହ କୋ-କରିକୁଲାର କାର୍ୟ୍ୟକ୍ରମ ମଧ୍ୟ ବହୁ ଜରୁରୀ । ବକ୍ତୃତା, ନାଚ, ଗୀତ. ଚିତ୍ରକଳା ସହ ଅନ୍ୟ କାର୍ୟ୍ୟକ୍ରମ ମଧ୍ୟ ଅତି ଗୁରୁତ୍ବପୂର୍ଣ୍ଣ । ଏହି ସବୁ କାର୍ୟ୍ୟକ୍ରମରେ ଜିତିବା ଅପେକ୍ଷା ଅଂଶଗ୍ରହଣର ଅନେକ ମହତ୍ବ ରହୁଛି । ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବ୍ୟକ୍ତିତ୍ବର ବିକାଶ ହେବ। ଏଭଳି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବା ଲାଗି ଏହି ନୂଆ-ଓ କାର୍ୟ୍ୟକ୍ରମ ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପାଠପଢା ସହ ଶାରିରୀକ ଓ ମାନସିକ ବ୍ୟାୟାମ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଦିନକୁ ୩୦ ମିନିଟ ଶାରୀରିକ ପରିଶ୍ରମ ସହ ୧୫ ମିନିଟ ଧ୍ୟାନ କରିବାକୁ ସେ କହିଥିଲେ ଜ୍ଝ ଏହାଦ୍ବାରା ଛାତ୍ରଛାତ୍ରୀ ସୁସ୍ଥ ରହିବା ସହ ସେମାନଙ୍କ ମଧ୍ୟରେ ଥିବା ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଲାଗି ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ ସେ ପରାମର୍ଶ ଦେଇଥିଲେ । କଠିନ ପରିଶ୍ରମ ସହ ବାପାମାଆ ଓ ଗୁରୁଜନଙ୍କ କଥାକୁ ଶୁଣିବା ସହ ସମ୍ମାନ ଦେବାକୁ ସେ କହିଥିଲେ । କଠିନ ପରିଶ୍ରମ କଲେ ସଫଳ ହେବେ, ସଫଳ ହେଲେ ନିଜେ ଭଲରେ ରହିବା ସହ ଓଡ଼ିଶା ପାଇଁ ସୁନାମ ଆଣିବେ ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଖୋର୍ଦ୍ଧାରେ ଆୟୋଜିତ ଏହି ନୂଆ ଓ କାର୍ୟ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।
ଖୋର୍ଦ୍ଧା ହାବେଳି ପଡ଼ିଆରେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇ ତାଙ୍କର ଜଣେ ଆଇଏଏସ ମହିଳା ବ୍ୟାଚମେଟଙ୍କ ସଫଳତା ଓ ସଂଘର୍ଷର କାହାଣୀ କହିଛନ୍ତି। କଠିନ ପରିଶ୍ରମ ବଳରେ କଲେଜ ଯାଇନଥିବା ଝିଅ କିପରି ଆଇଏଏସ୍ ଟପ୍ପର ହୋଇପାରିଥିଲେ ଏହି ବିଷୟରେ ଛାତ୍ରଛାତ୍ରୀଙ୍କୁ ବଖାଣିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
ସମ୍ପୃକ୍ତ ମହିଳା ଜଣକ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଥିଲେ ଜଣେ ଆଇଏଏସ୍ ବ୍ୟାଚମେଟ୍। ତେବେ ସେ କେବେ ବି କଲେଜରେ ପାଠ ପଢିନାହାନ୍ତି। ରାଜସ୍ଥାନର ନିପଟ ମଫସଲରୁ ଆସିଥିବା ଏହି ମହିଳା ମାଟ୍ରିକ ପରୀକ୍ଷାରେ ସାରା ରାଜ୍ୟରେ ରାଙ୍କ ହାସଲ କରିଥିଲେ। ତେବେ ସେ ରହୁଥିବା ଅଂଚଳରେ ଝିଅଙ୍କ ପାଠପଢା ଉପରେ କଟକଣା ଥିବାରୁ ପରିବାର ଲୋକେ ଉଚ୍ଚଶିକ୍ଷା କରିବାକୁ ମନା କରିବା ସହ ବିବାହ କରିବାକୁ କହିଥିଲେ। ତେବେ ସେ ଉଚ୍ଚ ଶିକ୍ଷା ନେବାକୁ ଜିଦ କରିଥିଲେ । ସେତେବେଳେ ତାଙ୍କୁ ଯୁକ୍ତ ଦୁଇ ପଢିବାକୁ କଲେଜ ଯିବାକୁ ମନା କରାଯାଇଥିଲା। କରେସପଣ୍ଡେନ୍ସରେ ପଢିବାକୁ ଅନୁମତି ଦେଇଥିଲେ ପରିବାର ।
ଏହାପରେ ସେ କରେସପୋଣ୍ଡେନ୍ସରେ ଯୁକ୍ତ ଦୁଇ ପରୀକ୍ଷା ଦେଇ ରାଜ୍ୟରେ ରାଙ୍କ୍ ରଖିଥିଲେ। ଡିଗ୍ରୀ ପଢିବାକୁ ମଧ୍ୟ ତାଙ୍କୁ ପରିବାର ପକ୍ଷରୁ ଅନୁମତି ଦିଆଯାଇନଥିଲା। ସ୍ନାତକ ପାଠ୍ୟକ୍ରମ ମଧ୍ୟ ସେ କରେସପୋଣ୍ଡେସରେ ପଢି ଅର୍ଥନୀତିରେ ଡିଗ୍ରୀ ହାସଲ କରିବା ସହ ବିଶ୍ବବିଦ୍ୟାଳୟରେ ଗୋଲ୍ଡ ମେଡାଲ ପାଇଥିଲେ। ଏହି ସମସ୍ତ ପରୀକ୍ଷା ସେ ହିନ୍ଦୀ ମିଡିୟମରେ ଦେଇଥିଲେ । ଏହାପରେ ସାଙ୍ଗସାଥିଙ୍କ ପରାମର୍ଶକ୍ରମେ ଆଇଏଏସ ପରୀକ୍ଷା ଦେଇ ଟପ୍ପର ହୋଇଥିଲେ ସମ୍ପୃକ୍ତ ମହିଳା। ତାଙ୍କର ସଫଳତାର ମନ୍ତ୍ର କଣ ବୋଲି ପଚାରିବାରୁ, ଏହା କେବଳ କଠିନ ପରିଶ୍ରମ ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବ୍ୟାଚମେଟ୍। ନିଜ ବ୍ୟାଟମେଟଙ୍କ ସଂଘର୍ଷର ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।
[ad_2]