ପାକିସ୍ତାନରେ ୭୮ ବର୍ଷ ଜେଲଦଣ୍ଡ ଭୋଗୁଛି ହାଫିଜ ସଇଦ: ଜାତିସଂଘ – Ibnodisha
[ad_1]
ହାଇଦ୍ରାବାଦ: ପାକିସ୍ତାନରେ ୭୮ ବର୍ଷ ଜେଲଦଣ୍ଡ ଭୋଗୁଛି ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ, ଲସ୍କର-ଇ-ତୋଇବା ର ପ୍ରତିଷ୍ଠାତା ତଥା ମୁମ୍ବାଇ ଆତଙ୍କୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାଫିଜ ସଇଦ । ଏନେଇ ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି । ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦକୁ ତୁରନ୍ତ ହସ୍ତାନ୍ତର କରିବା ପାଇଁ ଗତ ଡିସେମ୍ବର ମାସରେ ପାକିସ୍ତାନ ନିକଟରେ ଦାବି ରଖିଥିଲେ ଭାରତ ସରକାର । ବର୍ତ୍ତମାନ ଜାତିସଂଘ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଲ-କାୟଦା ସାଙ୍କସନ କମିଟି ପକ୍ଷରୁ ୨୦୦୮ ମସିହାରେ ହାଫିଦ ସଇଦକୁ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଥିବା ନେଇ କୁହାଯାଇଛି । ସେ ବର୍ତ୍ତମାନ ପାକିସ୍ତାନ ସରକାରଙ୍କ ଅଧିନରେ ରହିଥିବା ବେଳେ ଆତଙ୍କବାଦୀ ପାଣ୍ଠି ସହିତ ଜଡିତ ୭ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୨୦ ମସିହା ଫେବୃଆରୀ ୧୨ ତାରିଖରୁ ୭୮ ବର୍ଷ ଜେଲଦଣ୍ଡ ଭୋଗୁଥିବା ନେଇ ସାଙ୍କସନ କମିଟି ପକ୍ଷରୁ ଏକ ବୟାନରେ କୁହାଯାଇଛି । ଆତଙ୍କବାଦୀ ହାଫିଜ ସଇଦ ୨୦୦୮ ମୁମ୍ବାଇ ଆକ୍ରମଣ ଓ ୨୦୧୯ ପୁଲୱାମା ଆକ୍ରମଣ ସମେତ ଅନେକ ଆତଙ୍କୀ କାର୍ଯ୍ୟକଳାପରେ ତା’ର ସମ୍ପୃକ୍ତି ରହିଛି ।
ବିଶ୍ୱସ୍ତରରେ ମଧ୍ୟ ହାଫିଜ ସଇଦକୁ ଆତଙ୍କବାଦୀ ଘୋଷଣା କରାଯାଇଛି । ୨୦୦୮ରେ ହୋଇଥିବା ମୁମ୍ବାଇ ଆକ୍ରମଣରେ ହାଫିଜ ଅବଦୁଲ ସଲାମ ଭୁଟ୍ଟାୱି ମାଷ୍ଟର ମାଇଣ୍ଡ ରହିଥିଲା । ସେ ଆତଙ୍କବାଦୀମାନଙ୍କୁ ଆକ୍ରମଣ ନେଇ ତାଲିମ ମଧ୍ୟ ଦେଇଥିଲା । ତେବେ ଏହି ମାମଲା ସହିତ ଅନେକ ଆତଙ୍କବାଦୀଙ୍କୁ ଅର୍ôଥକ ପାଣ୍ଠି ଯୋଗାଉଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ବେଳେ ଗତବର୍ଷ ମେ’ ମାସରେ ପାକିସ୍ତାନ ପଞ୍ଜାବ ପ୍ରଦେଶର ଏକ ଜେଲରେ ତା’ର ମୃତ୍ୟୁ ହୋଇଥିବା ନେଇ ବୟାନରେ ସ୍ପଷ୍ଟ କରାଯାଇଛି । ଗତବର୍ଷ ହାଫିଜ ସଇଦ ୨ଟି ଟେରର ଫଣ୍ଡିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ତାକୁ ୩୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଦେଇଥିଲେ । ଏହାପୂର୍ବରୁ ୫ଟି ଭିନ୍ନ ମାମଲାରେ ହାଫିଜକୁ ୩୬ ବର୍ଷ ସଜା ଶୁଣାଇଥିଲେ କୋର୍ଟ । ମାତ୍ର ହାଫିଜ ବାସ୍ତବରେ ପାକିସ୍ତାନ ଜେଲରେ ସଜା କାଟୁଛି ନା ନାହିଁ ସେନେଇ ସନ୍ଦେହ ରହିଥିବା ବେଳେ ଏନେଇ ଜାତିସଂଘ ପକ୍ଷରୁ ଖୁଲାସା କରାଯାଇଛି ।
[ad_2]