ଅପରାଧ

ବୋମାମାଡ଼ କରି ବ୍ୟାଙ୍କ ଏଟିଏମ ଲୁଟିନେଲେ ଦୁର୍ବୃତ୍ତ – Ibnodisha

[ad_1]

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ବୋମାମାଡ଼ କରି ଆକ୍ସିସ ବ୍ୟାଙ୍କ ଏଟିଏମ ଲୁଟି ନେଇଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୨ଟି ବୋଲେରୋରେ ଆସି ଏଟିଏମ ସାମ୍ନାରେ ପ୍ରଥମେ ବୋମାମାଡ଼ କରିଥିଲେ।

ଏହାଫଳରେ ସେଠାରେ ଥିବା ଲୋକମାନେ ଭୟଭୀତ ହୋଇ ଘରେ ପଶି ଯାଇଥିଲେ। ପରେ ରାତି ୨ ଟା ସମୟରେ ଖଇରା ଥାନା ଅଧିକାରୀ ଗୟାଧର ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ଲୁଟେରାମାନେ ଏଟିଏମ ମେସିନକୁ ଗ୍ୟାସ କଟରରେ କାଟିବା ସହ ସେଠାକାର ସିସିଟିଭିକୁ ପୋଡ଼ି ନଷ୍ଟ କରି ଦେଇଛନ୍ତି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଭୟର ଆତଙ୍କ ଖେଳି ଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button