ଦେଶ

କାଳ ସାଜିଲା ଚିକେନ ଟିକ୍କା ମସଲା ପ୍ୟାଜ ପିଜ୍ଜା – Ibnodisha

[ad_1]

ଇଂଲଣ୍ଡ : ସମସ୍ତେ ପ୍ରୋସେସିଙ୍ଗ ବା ଫାଷ୍ଟ ଫୁଡ୍ ଖାଇବାକୁ ପସନ୍ଦ କରନ୍ତି । ତା’ଭିତରୁ ବହୁଜଣ ପିଜ୍ଜା ଖାଇବାକୁ ବହୁତ ପସନ୍ଦ କରନ୍ତି । ବିଭିନ୍ନ ଫ୍ଲେଭରର ମିଳୁଥିବା ପିଜ୍ଜା ଏବେ ମାର୍କେଟରେ ଇନଷ୍ଟାଣ୍ଟ ପ୍ରସ୍ତୁତ ହୋଇ ବିକ୍ରି ହେଉଛି । ନିକଟରେ ଜଣେ ବ୍ୟକ୍ତି ପିଜ୍ଜା ଖାଇବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ସେ ପିଜ୍ଜାକୁ ପୁରା ବି ଖାଇ ନ ଥିଲେ ମାତ୍ର ଗୋଟିଏ ସ୍ଲାଇସ ଖାଇବା ମାତ୍ରେ ତାଙ୍କ ଜୀବନ ଚାଲିଯାଇଥିଲା । ବ୍ୟକ୍ତିଜଣକ ହେଉଛନ୍ତି ଇଂଲଣ୍ଡର ୨୩ବର୍ଷିୟ ଜେମ୍ସ ଷ୍ଟଆର୍ଟ ।

ସେ ଖାଇଥିବା ପିଜ୍ଜାରେ ବାଦାମ ପଡିଥିଲା । ବାଦାମରେ ତାଙ୍କର ଆଲର୍ଜି ଥିଲା । ରେଷ୍ଟୁରାଣ୍ଟରେ ସେ ଚିକେନ ଟିକ୍କା ମସଲା ପ୍ୟାଜ ଅର୍ଡର କରିଥିଲେ । ଯେଉଁଥିରେ ବାଦାମ ପଡିଥିଲା । ଗୋଟିଏ ସ୍ଲାଇସ୍ ନେବା ମାତ୍ରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲା । ସାଙ୍ଗେସାଙ୍ଗେ ଆମ୍ବୁଲାନ୍ସ ଡକାଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ କିଛି ଖାଇବା ଅର୍ଡର କରିବାବେଳେ ଇର୍ଟରନେଟରେ ପ୍ରଥମେ ଇନଗ୍ରୀଡିଏଣ୍ଟସ ସର୍ଚ୍ଚ କରୁଥିଲେ । କିନ୍ତୁ ରେଷ୍ଟୁରାଣ୍ଟରେ ପିଜ୍ଜାରେ ପଡିଥିବା ଇନଗ୍ରୀଡିଏନ୍ସ ବିଷୟରେ ପଚାରିବାକୁ ଭୁଲି ଯାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button