ଦେଶ

ନିପାତ ହେବ ନିପା ଭାଇରସ ! – Ibnodisha

[ad_1]

ନୂଆଦିଲ୍ଲୀ: ନିପା ଭାଇରସର ଭ୍ୟାକ୍ସିନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଖୁବଶୀଘ୍ର ଆସିବ ନିପା ଟିକା ! ଅକ୍ସଫୋର୍ଡ ୟୁନିଭରସିଟି ପକ୍ଷରୁ ଏହାର ହ୍ୟୁମାନ ଟ୍ରାଏଲ ଆରମ୍ଭ କରାଯାଇଛି । ଭାରତର କେରଳ ସମେତ ଏସିଆର ଅନେକ ସ୍ଥାନରେ ଚିନ୍ତାର କାରଣ ସାଜିଛି ନିପା ଭାଇରସ । ତେବେ ଏହି ଭାଇରସରୁ ବର୍ତ୍ତିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଭ୍ୟାକ୍ସିନ ବାହାରି ନାହିଁ ।

ଆଷ୍ଟ୍ରାଜେନେକା ଏବଂ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କୋଭିଡ-୧୯ ପାଇଁ ଯେଉଁ ଟେକନିକ ବ୍ୟବହାର କରିଥିଲେ, ଉକ୍ତ ଟେକନିକ ବ୍ୟବହାର କରାଯାଇ ହ୍ୟୁମାନ ଟ୍ରାଏଲ ଆରମ୍ଭ କରାଯାଇଛି । ସୂଚନା ଅନୁସାରେ, ପ୍ରାୟ ୨୫ ବର୍ଷ ପୂର୍ବେ ମାଲେସିଆରୁ ନିପା ଭାଇରସ ଚିହ୍ନଟ ହୋଇଥିଲା । ଏହାପରେ ବାଲାଂଦେଶ, ଭାରତ ଏବଂ ସିଙ୍ଗାପୁରରେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଅକ୍ସଫୋର୍ଡ ୟୁନିଭରସିଟିର ପାଣ୍ଡେମିକ ସାଇନ୍ସର ମୁଖ୍ୟ କହିଛନ୍ତି, “ପ୍ରଥମ ଫେଜରେ ୧୮ରୁ ୫୫ ବର୍ଷ ମଧ୍ୟରେ ୫୨ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ଏହି ଟେଷ୍ଟିଂ କରାଯିବ । ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଏବଂ ସେଫ୍ଟି ନେଇ ଅନୁଧ୍ୟାନ କରାଯିବ । ଏହି ଟେଷ୍ଟିଂରେ ସାମିଲ ହୋଇଥିବା ସମସ୍ତ ଅଂଶଗ୍ରହଣକାରୀ ଗତ ସପ୍ତାହରେ ଟିକା ନେଇଥିଲେ ।

ପୂର୍ବରୁ କୋଭିଡ-୧୯ ପାଇଁ ଆଷ୍ଟ୍ରାଜେନେକା ଏବଂ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବ୍ୟବହୃତ କରୁଥିବା ଟେକନିକକୁ ବ୍ୟବହାର କରି ହ୍ୟୁମାନ ଟ୍ରାଏଲ କରାଯାଉଛି । ଏନେଇ ସିଇପିଆଇର ସହ ନିର୍ଦ୍ଦେଶକ ଇନ କୁଁ୍ୟଉନ କହିଛନ୍ତି, ନିପା ଭାଇରସ ମହାମାରୀ ସୃଷ୍ଟି କରିବାର ଆଶଙ୍କା ରହିଛି । ଚେମେଡି ରହିଥିବା ଅଞ୍ଚଳରେ ଏହି ଭାଇରସ ଅଧିକ ଦେଖାଯାଏ । ଅକ୍ସଫୋର୍ଡ ଭ୍ୟାକ୍ସିନ୍ ଗ୍ରୁପ୍ ଏହି ଟେଷ୍ଟିଂ କରୁଥିବା ବେଳେ ସିଇପିଆଇ ଅର୍ଥ ପ୍ରଦାନ କରୁଛି । ଏହା ଏକ ବିଶ୍ୱସ୍ତରୀୟ ସଂଗଠନ ଯାହା ସଂକ୍ରାମକ ରୋଗ ସହ ଲଢେଇ କରିବା ପାଇଁ ଟିକା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । ୨୦୨୨ ମସିହାରେ, ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏବଂ ସଂକ୍ରାମକ ରୋଗ ସହାୟତାରେ ନିପା ଭାଇରସ୍ ଟିକା ପରୀକ୍ଷା କରାଯାଇଥିଲା । ବର୍ତ୍ତମାନ ଏଥିରେ ସୁଫଳ ମିଳିବା ନେଇ ଆଶା କରାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button