ଦେଶ

‘ଇ-ମେଲ୍‌’ରେ  ଆସିଥିବା ଜାମିନ ଆଦେଶ ଖୋଲି ନ ପାରି କଏଦୀଙ୍କୁ ଅଧିକ ୩ ବର୍ଷ ରଖିଲେ ଜେଲ୍‌ କର୍ତ୍ତୃପକ୍ଷ – Ibnodisha

[ad_1]

ଅହମଦାବାଦ: ଇ-ମେଲ୍‌ରେ ଆସିଥିବା ଜାମିନ ଆଦେଶ ‘ଆଟାଚ୍‌ମେଣ୍ଟ୍‌’ ଖୋଲି ନ ପାରି ଜେଲ୍‌ କର୍ତ୍ତୃପକ୍ଷମାନେ ସଜା ପାଇଥିବା ଜଣେ କଏଦୀଙ୍କୁ ଅଧିକ ୩ ବର୍ଷ ଜେଲ୍‌ରେ ରଖିଥିବା କାରଣରୁ ‌ତାଙ୍କୁ (କଏଦୀ) ୧ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥ ଦେବା ପାଇଁ ମଙ୍ଗଳବାର ଦିନ ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ଦଣ୍ଡାଦେଶ ପାଇଥିବା ଉକ୍ତ କଏଦୀଙ୍କୁ ୧୪ ଦିନ ମଧ୍ୟରେ ଉପରୋକ୍ତ ଅର୍ଥରାଶି ଦିଆଯିବ। ଚନ୍ଦନଜୀ ଠାକୋର୍‌ ନାମକ ଉକ୍ତ ୨୭ ବର୍ଷିୟ କଏଦୀ ନରହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିଲେ। କିନ୍ତୁ, ୨୦୨୦ ସେପ୍ଟେମ୍ବର ୨୯ରେ ତାଙ୍କ ଦଣ୍ଡାଦେଶ ବାତିଲ କରାଯାଇଥିଲା।

ତା’ ସତ୍ତ୍ବେ ସେ ୨୦୨୩ ପର୍ଯ୍ୟନ୍ତ ତାଙ୍କୁ ଜେଲ୍‌ରେ ରଖାଯାଇଥିଲା। କାରଣ ଦର୍ଶାଇବାକୁ ଯାଇ ଜେଲ୍‌ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ହାଇକୋର୍ଟ ରେଜିଷ୍ଟ୍ରି ପଠାଇଥିବା ଇ-ମେଲ୍‌ ସେମାନେ ଖୋଲି ପାରିଲେ ନାହିଁ। ଏଥିରେ କୋଭିଡ୍‌ ପରିସ୍ଥିତି ବି ଅନ୍ତରାୟ ହେଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।

Image Courtesy of Times of India

ଦଣ୍ଡାଦେଶ ପାଇଥିବା କଏଦୀ ପୁଣି ଥରେ ଜାମିନ ପାଇଁ ଆବେଦନ କରିବାରୁ ଘଟଣା ଲୋକଲୋଚନକୁ ଆସିଲା। ପରେ ବିଚାରପତି ଏ. ଏସ୍‌. ସୁପେହିଆ ଓ ଏମ୍‌. ଆର୍‌. ରାମମୂର୍ତ୍ତିଙ୍କ ଡିଭିଜନ୍‌ ବେଞ୍ଚ୍‌ ବା ଖଣ୍ଡପୀଠ କଏଦୀଙ୍କୁ ଅନୁକମ୍ପାମୂଳକ ଅର୍ଥରାଶି ଭାବେ ୧ ଲକ୍ଷ ଟଙ୍କା ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି, ଜେଲ୍‌ କର୍ତ୍ତୃପକ୍ଷ ଧ୍ୟାନ ନ ଦେବାରୁ ମୁକ୍ତ ହେବାର ଆଦେଶ ପାଇ ମଧ୍ୟ କଏଦୀ ମୁକ୍ତି ପାଇ ପାରିଲେ ନାହିଁ। ତେଣୁ, ୩ ବର୍ଷ କାଳ ଜେଲ୍‌ରେ ଦୁର୍ଦ୍ଦଶା ଭୋଗିଥିବାରୁ ରାଜ୍ୟ ସରକାର ତାଙ୍କୁ ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରନ୍ତୁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button