ରାଜ୍ୟ

ବାଇକ୍ ଓ ସ୍କୁଟି ମୁହାଁମୁହିଁ; ୩ ମୃତ – Ibnodisha

[ad_1]

ମୟୂରଭଞ୍ଜ: ସଡକ ସୁରକ୍ଷା ସପ୍ତାହ ପାଳନର ୭ ଦିନ ନପୂରୁଣୁ ମୟୂରଭଞ୍ଜ ଜିଲ୍ଲାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି । ଆଜି ସନ୍ଧ୍ୟାରେ ଜିଲ୍ଲାର ଘାଗରବେଡା ଥାନା ଅର୍ନ୍ତଗତ ବୁଡାମରା ଗ୍ରା.ପର ବୁଡାମରା-ଶଙ୍କରପୁର ରାସ୍ତାରେ ଏକ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମୃତ ତିନିଜଣ ହେଲେ ମାନସ ମହାକୁଡ, ଆଲୋକ ହୋ ଏବଂ ଜନ୍ମେଜୟ ବେହେରା(୨୨) ।

ସୂଚନା ଅନୁସାରେ ବୁଢାମରା ଗ୍ରାମର ରାଜକିଶୋର ମହାକୁଡଙ୍କ ପୁଅ ମାନସ ମହାକୁଡ, ମୁଟୁ ହୋଙ୍କ ପୁଅ ଆଲୋକ ହୋ, ରାଇକଳା ଗ୍ରାମର ଫକିର ବେହେରାଙ୍କ ସାନପୁଅ ଜନ୍ମେଜୟ ବେହେରା(୨୨) ଓ ରାଇକଳା ଗ୍ରାମର କୁଳମଣି ଗ୍ରାମର ଜିତୁ ବେହେରା ଦୁର୍ଘଟଣାର ସାମ୍ନା କରିଥିଲେ । ମୃତ ବ୍ୟକ୍ତିମାନଙ୍କର ଶବକୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସ୍ୟାଳୟର ଶବଗୃହରେ ରଖାଯାଇଛି । ଆସନ୍ତାକାଲି  ଶବ ବ୍ୟବଛେଦ ହେବ ବୋଲି ସୂଚନା ମିଳିଛି । ଗୁରୁତର ଜିତୁଙ୍କୁ ପ୍ରଥମେ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଘାଗରବେଡା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button