ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ୧୭ରେ ଦୀପ ଜାଳିବା, ଘରେ ଘରେ ଉତ୍ସବ ପାଳିବା – Ibnodisha

[ad_1]

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ହର୍ଷୋଲ୍ଲାସରେ ପାଳନ ହେଉଛି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡିଆ ଜାତିର ଶ୍ରେଷ୍ଠ ପରିଚୟ । ପ୍ରତି ଓଡିଆ ଜଗନ୍ନାଥଙ୍କୁ ସ୍ମରଣ କରି ଶୁଭ କାର୍ଯ୍ୟ ଆରମ୍ଭ କରିଥାନ୍ତି । ସେ ଜଗତର ନାଥ । ସାରା ବିଶ୍ୱ ତାଙ୍କର ସୃଷ୍ଟି । ସବୁ ଧର୍ମ ସମନ୍ୱୟର ସେ ହେଉଛନ୍ତି ପ୍ରତୀକ । ଆମ ସଂସ୍କୃତି, ଆମ ପରମ୍ପରା, ଆମ ଚେତନା ସବୁର ଆଧାର ହେଉଛନ୍ତି ମହାପ୍ରଭୁ । ଜଗନ୍ନାଥ ସଂସ୍କୃତି ହେଉଛି, ଓଡିଶାର ସଂସ୍କୃତି । ଓଡିଶା ଇତିହାସ, ଜଗନ୍ନାଥ ମନ୍ଦିରର ଇତିହାସ ସହ ଯୋଡି ହୋଇରହିଛି । ତାଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ଇଛାରେ ଆସନ୍ତା ୧୭ ତାରିଖ ଦିନ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି । ମହାପ୍ରଭୁ ସକଳ ଶକ୍ତିର ଆଧାର । ତାଙ୍କ ବିନା ଇଚ୍ଛାରେ ପତ୍ରଟିଏ ମଧ୍ୟ ହଲେ ନାହିଁ । ଆମ ମାନଙ୍କର ପରମ ସୌଭାଗ୍ୟ ଆମ ଜୀବନକାଳ ମଧ୍ୟରେ ଆମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବର ସାକ୍ଷୀ ହୋଇପାରିଛୁ । ଶହ ଶହ ବର୍ଷ ଧରି ସାଧୁ, ସନ୍ଥ, ରାଜା ମହାରାଜା ମାନେ ଶ୍ରୀ ମନ୍ଦିରକୁ ସୁରକ୍ଷା ଦେଇଆସିଥିଲେ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜା ମହାରାଜା ମାନେ ଶ୍ରୀମନ୍ଦିର ସୁରକ୍ଷା ଉପରେ ବିଶେଷ ଧ୍ୟାନ ରଖିଥିଲେ । ସାଧୁ ସନ୍ଥମାନେ, ସାଧାରଣ ଭକ୍ତ ଓ ଲୋକମାନେ ଏହି ମାର୍ଗରେ ପରିକ୍ରମା କରୁଥିଲେ । ଶାନ୍ତି ଓ ଦିବ୍ୟ ଆନନ୍ଦର ସହ ଭକ୍ତ ମାନେ ଯେପରି ଶ୍ରୀମନ୍ଦିର ପରିକ୍ରମା କରିବେ, ତାହା ହେଉଛି ଆମ ଏହି ପ୍ରକଳ୍ପର ଲକ୍ଷ୍ୟ । ଗଜପତି ମହାରାଜାଙ୍କ ଭାଷାରେ, ‘୭୦୦ ବର୍ଷ ଭିତରେ ଶ୍ରୀମନ୍ଦିର ପାଇଁ ଏମିତି କାମ ହୋଇନାହିଁ ।’ ଏହା ହେଉଛି ସାରା ଓଡିଆ ଜାତି ପାଇଁ ଏକ ଉତ୍ସବର ଦିନ । ତେଣୁ ମୋର ଅନୁରୋଧ, ଆମେ ସମସ୍ତେ ଏହି ଦିନଟିକୁ, ଏହି ଉତ୍ସବଟିକୁ, ମହାପ୍ରଭୁଙ୍କୁ ସମର୍ପଣ କରି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାବ୍ୟତୀତ ନିଜ ନିଜ ଭାବରେ ଭକ୍ତି ପ୍ରକାଶ କରିବା । ଦୀପ ଜାଳିବା, ଶଙ୍ଖ ଫୁଙ୍କିବା, ଘଣ୍ଟ ବଜାଇବା, ପୂଜା କରିବା, ଭଜନ ଗାନ କରିବା, କୀର୍ତ୍ତନ କରିବା, ଓ ପ୍ରଭୁଙ୍କ ନାମ ଜପ କରିବା . ସାରା ଓଡିଶାର ଘରେ ଘରେ ଭକ୍ତି, ସମର୍ପଣ, ଆନନ୍ଦ ଓ ଉତ୍ସାହର ସହ ଏହି ଦିନଟିକୁ ଆମେ ପାଳନ କରିବା । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ । ସାରା ବିଶ୍ୱର କୋଣ ଅନୁକୋଣରେ ତାଙ୍କର ଅନେକ ଭକ୍ତ ଓ ଜଗନ୍ନାଥପ୍ରେମୀ ରହିଛନ୍ତି । ସବୁ ଧର୍ମର ସେ ହେଉଛନ୍ତି ଠାକୁର । ସମସ୍ତଙ୍କର ଆସ୍ଥା ଓ ବିଶ୍ୱାସ ସହ ସେ ଯୋଡି ହୋଇ ରହିଛନ୍ତି । ଦେଶ ବିଦେଶରେ ରହୁଥିବା ସବୁ ଜଗନ୍ନାଥପ୍ରେମୀଙ୍କୁ ମୋର ଅନୁରୋଧ, ଆପଣମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନିଜ ନିଜ ଭାବ ରେ ଆନନ୍ଦ, ଭକ୍ତି ଓ ସମର୍ପଣ ଭାବ ସହ ପାଳନ କରନ୍ତୁ । ବିଶ୍ୱ ନିୟନ୍ତାଙ୍କ ଏହି ଉତ୍ସବରେ ପରିବାର ସହ ନିଜକୁ ସାମିଲ କରନ୍ତୁ । ଶ୍ରୀମନ୍ଦିରର ସୁରକ୍ଷା ସହିତ ଭକ୍ତ ମାନଙ୍କୁ ଏକ ଦିବ୍ୟ ଅନୁଭବ ଦେବା ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି । ଓଡିଆ ଜାତିର ଇତିହାସରେ ଏହା ଏକ ଗୌରବମୟ ମୁହୂର୍ତ୍ତ ।’ ସେହିପରି ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି । ସମସ୍ତେ ଯେପରି, ଏକ ଦିବ୍ୟ ଅନୁଭବ ନେଇ ଫେରିବେ, ତାକୁ ଦୃଷ୍ଟିରେ ରଖି ପରିକ୍ରମା ପ୍ରକଳ୍ପରେ ବିଭିନ୍ନ ସୁବିଧା ସୁଯୋଗର ବିକାଶ ମଧ୍ୟ କରାଯାଇଛି ।

ଏହା ଦ୍ୱାରା ମହାପ୍ରଭୁଙ୍କ ବାହାର ଯାନିଯାତ୍ରା ମଧ୍ୟ ସୁନ୍ଦର ଭାବରେ ହୋଇପାରିବ । ଜନ୍ମ ଜନ୍ମର ପୁଣ୍ୟ ବଳରେ ଏହି ଐତିହାସିକ ମୁହୂର୍ତ୍ତରେ ସାମିଲ ହେବାକୁ ମହାପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି, ଆଶୀର୍ବାଦ କରିଛନ୍ତି । ଓଡିଆ ଜାତିକୁ ତାଙ୍କ କୃପା ଓ କରୁଣା ବଳରେ ଧନ୍ୟ କରିଛନ୍ତି । ଏହି ଅବସରରେ ପରିକ୍ରମା ପ୍ରକଳ୍ପ ପାଇଁ ତ୍ୟାଗ କରିଥିବା ସମସ୍ତଙ୍କ ପାଖରେ ମୁଖ୍ୟମନ୍ତ୍ରୀ ତାଙ୍କର କୃତଜ୍ଞତା ଜଣାଇଛନ୍ତି । ପୁଣି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜମି ଦାନ କରିଥିବା ଲୋକମାନଙ୍କୁ କୃତଜ୍ଞତା ଜଣାଉଛି । ମୁଁ ଧନ୍ୟବାଦ ଜଣାଉଛି ସେବାୟତ ମାନଙ୍କୁ । ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ନିୟୋଜିତ ନିର୍ମାଣ ଶ୍ରମିକ, କାରିଗର ଓ ଶିଳ୍ପୀ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ମହାପ୍ରଭୁଙ୍କ ଇଚ୍ଛା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ସବୁରି ଉପରେ ମହାପ୍ରଭୁଙ୍କ ଇଚ୍ଛା । ଆସନ୍ତୁ, ଆମେ ସମସ୍ତେ ଆଜିର ଏହି ପବିତ୍ର ଅବସରରେ ତାଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରିବା । ମହାପ୍ରଭୁଙ୍କ ଆଶିଷ ଲାଭ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button