ରାଜ୍ୟ

ବିଦ୍ୟୁତ ତାର ଆଘାତରେ ୫ ଛେଳି ମୃତ

ଭଂଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଓ କନ୍ଧମାଳ ସୀମାନ୍ତ ଇଲାକାରେ ରବିବାର ଅପରାହ୍ଣରେ ପ୍ରବଳ ବର୍ଷା ସହ ମେଘ ପବନ ହୋଇଥିଲା। ବର୍ଷା ପବନ ଫଳରେ ଅନେକ ସ୍ଥାନରେ ଛୋଟ ବଡ ଡାଳ ଭାଙ୍ଗି ପଡିଥିଲା। ଏହି ସମୟରେ ଭଞ୍ଜନଗର ଥାନା ଅଧିନ ଦଦରାଲୁଣ୍ଡା ପଞ୍ଚାୟତର ଦରପଙ୍ଗିଆ ଗ୍ରାମରେ ବିଦ୍ୟୁତ ତାର ଆଘାତରେ ୫ ଗୋଟି ଛେଳିର ମୃତ୍ୟୁ ଘଟିଥିବା ଜଣାପଡିଛି।

ମୃତ ଛେଳି ଗୁଡିକ ସେହି ଗ୍ରାମର ଉଦୟନାଥ ପ୍ରଧାନଙ୍କ ବୋଲି ଜଣାପଡିଛି।

ରବିବାର ମଧ୍ୟାହ୍ନରେ ଉଦୟ ଛେଳି ଗୁଡିକୁ ଚରାଇବା ପାଇଁ ନେଇ ଆସୁଥିବା ସମୟରେ ରାସ୍ତା ନିକଟରେ ଥିବା ଏକ ଗଛ ଡାଳ ଭାଙ୍ଗି ବିଦ୍ୟୁତ ଖୁଣ୍ଟ ଉପରେ ପଡିଥିଲା। ସେଥିରୁ ତାର ଛିଣ୍ଡି ତଳେ ପଡିଥିଲା। ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛେଳି ମାନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ୫ ଟି ଛେଳିଙ୍କ ମୃତ୍ୟୁ ଘଟିଥିଲା। ବ୍ଲକ ପ୍ରାଣୀ ଚିକିତ୍ସକ ଡା.ନିଶିକାନ୍ତ ବଳ ମୃତ ଛେଳି ଗୁଡିକର ବ୍ୟବଚ୍ଛେଦ କରିବାକୁ ଯାଇଥିବା ଜଣାପଡିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button