ତାତିରୁ ମିଳିବ ଆଶ୍ୱସ୍ତି, ଆଜିଠୁ ବିଜୁଳି ଘଡ଼ଘଡ଼ି ସହ କୂଆ ପଥର ବର୍ଷା ! – Ibnodisha
[ad_1]
ଭୁବନେଶ୍ବର: ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା । ସକାଳ ହେଉ ହେଉ ଦିନ ଦ୍ବିପ୍ରହର ଭଳି ତାତି ଅନୁଭବ ହେଉଛି । ଏକ ପ୍ରକାର ରାଜ୍ୟରେ ଅଗ୍ନୀବର୍ଷା ଭଳି ଅନୁଭୂତ ଦେଉଛି । ଆକାଶରୁ ନିଆଁ ଝୁଲ ଖସୁଛି । ହେଲେ ଏହାରି ଭିତରେ ରାଜ୍ୟବାସୀଙ୍କୁ ମିଳିବ ଆଶ୍ବସ୍ତି । ଆଜି ଠାରୁ ଓଡ଼ିଶାରେ ବଦଳିବ ପାଗ । ପୁଣି ଭିଜିବ ସାରା ଓଡିଶା । ୭ ଓ ୮ ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ତାପମାତ୍ରା ହ୍ରାସ ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ରାଜ୍ୟରେ ବଦଳିବ ପାଗ । ଅଧିକାଂଶ ଜିଲ୍ଲାରେ କାଳବୈଶାଖି ସମ୍ଭାବନା ଥିବାରୁ ପୁଣି ୨ରୁ ୪ ଡିଗ୍ରୀ ତାପମାତ୍ରା କମିବ । ପଶ୍ଚିମା ଝଡ ପ୍ରଭାବରେ ବାୟୁମଣ୍ଡଳରେ ସୃଷ୍ଟ ନିମ୍ନ ଚାପରେଖା ଓ ଗୁରୁଚାପ ପ୍ରଭାବରେ ଆଜି (ରବିବାର) ୭ ତାରିଖରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ କୂଆ ପଥର ବର୍ଷାର ସମ୍ଭାବନା । ଏହି ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ କୂଆ ପଥର ବର୍ଷାକୁ ନେଇ କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ ଓ କଟକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୮ ତାରିଖରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ । ଏହାସହ ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଜିଲ୍ଲା ଗୁଡିକ ହେଲା କନ୍ଧମାଳ, କଳାହାଣ୍ଡି ଓ ଗଞ୍ଜାମ । ସେପଟେ ୯ ତାରିଖ ପରେ ପାଗରେ କିଛି ପରିବର୍ତ୍ତନ ହେବା ସହ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।
[ad_2]