ରାଜ୍ୟ

ଅସାବଧାନତାରୁ ଚାଲିଗଲା ଯୁବକଙ୍କ ଜୀବନ – Ibnodisha

[ad_1]

ବାଲିଅନ୍ତା: ଜଳସମ୍ପଦ ବିଭାଗ ପ୍ରାଚୀ ଡିଭିଜନ ଅନ୍ତର୍ଗତ ଓଲଟପୁର ମାଇନର କୋଠାପାଟଣାରେ ସର୍ଭେ କାମ ଚାଲୁଥିବା ବେଳେ ଓହଳି ରହିଥିବା ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ କାର୍ଯ୍ୟରତ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି । ଘଟଣାରୁ ପ୍ରକାଶ ପ୍ରାଚୀ ଡିଭିଜନ ପ୍ରତାପନଗରୀ ବିଭାଗ ଅଧୀନରେ ଥିବା ତ୍ରିନାଥବଜାର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଜକୁ ଆଠବର୍ଷ ହେବା ଅସ୍ଥାୟୀ କର୍ମଚାରୀ ଭାବରେ ନିକଟସ୍ଥ ଅରିଲୋ ଗ୍ରାମର ବିପିନ ବିହାରୀ ମହାନ୍ତିଙ୍କ ପୁଅ ଦାମୋଦର ମହାନ୍ତି(୩୫) କାମ କରିଆସୁଥିଲେ । ଆଜି ସକାଳ ୯ ଘଟିକା ସମୟରେ କନିଷ୍ଠ ଯନ୍ତ୍ରୀଙ୍କ ସହିତ ମୃତ ଦାମୋଦର ଏବଂ ଅନ୍ୟ ଦୁଇଜଣ କର୍ମଚାରୀ ନିକଟସ୍ଥ କୋଠାପାଟଣା ଗ୍ରାମରେ ଥିବା ଓଲଟପୁର ମାଇନର କେନାଲକୁ କାମ କରିବା ପାଇଁ ଯାଇଥିଲେ ।

ସେଠାରେ କେନାଲ ମାପ କରିବା ସମୟରେ ପୂର୍ବରୁ ଓହଳି ରହିଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ଦାମୋଦରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକ ନିକଟସ୍ଥ ମହିଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ଖବର ପ୍ରଚାର ହେବାପରେ ମହିଧରପଡା ମେଡିକାଲରେ ମୃତକଙ୍କ ପରିବାର ଲୋକଙ୍କ ସମେତ ଗ୍ରାମର ବୁଦ୍ଧିଜୀବୀ ଏବଂ ଯୁବକମାନେ ପହଞ୍ଚି ମୃତ ଦାମୋଦରଙ୍କ ପତ୍ନୀଙ୍କୁ ଚାକିରି ସହିତ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ କ୍ଷତିପୂରଣ ନିମନ୍ତେ ଦାବି କରିଥିଲେ । ଏସ୍‌ଡିଓ ଅଜୟ ବେହେରା ସରକାରୀ ସ୍ତରରେ ଯାହା ହୋଇପାରିବ ସେ ସମସ୍ତ ପ୍ରକାର ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

The post ଅସାବଧାନତାରୁ ଚାଲିଗଲା ଯୁବକଙ୍କ ଜୀବନ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button