ରାଜ୍ୟ

ନିଶା ବେପାରୀ ଶିବ ପ୍ରସାଦ ଦାସଙ୍କ ଟଙ୍କା ବାଜ୍ୟାପ୍ତ – Ibnodisha

[ad_1]

ଜଟଣୀ : ବାଜ୍ୟାପ୍ତ ହେଲା ଜଟଣୀ ମୁଣ୍ଡିଆ ସାହିର ନିଶା ବେପାରୀ ଶିବ ପ୍ରସାଦ ଦାସର ଟଙ୍କା। ମୋଟ ୭୪ଲକ୍ଷ ୭୫ ହାଜର ଟଙ୍କା ବାଜ୍ୟାପ୍ତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ୨୦୨୨ ଜାନୁଆରୀ ୨୫ ତାରିଖରେ ଶିବ ପ୍ରସାଦ ଦାସକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଗିରଫ ବେଳେ ତା’ ଠାରୁ ୬୫ ଲକ୍ଷ ୩୨ ହଜାର ଟଙ୍କା ଜବତ କରାଯାଇଥିଲା। ତା’ ସହିତ ୩ କେଜି ବ୍ରାଉନ୍‌ସୁଗର, ୩ଟି ବନ୍ଧୁକ ଓ ୭ଟି ମାଗାଜିନ୍‌ ଜବତ କରାଯାଇଥିଲା।ଜବତ ୬୫ ଲକ୍ଷ ୩୨ ହଜାର ଟଙ୍କା ସହିତ ଶିବ ପ୍ରସାଦ ଦାସର ବ୍ୟାଙ୍କ ଜମାକୁ ବାଜ୍ୟାପ୍ତ କରିବା ପାଇଁ କୋର୍ଟକୁ ଯାଇଥିଲା ଏସ୍‌ଟିଏଫ୍‌। କୋର୍ଟ ଏବେ ଏହି ଟଙ୍କା ବାଜ୍ୟାପ୍ତ କରିବା ପାଇଁ ଅନୁମତି ଦେଇଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button