ରାମ ସେତୁ ନିର୍ମାଣ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି – Ibnodisha
[ad_1]
ଚେନ୍ନାଇ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ତାମିଲନାଡୁ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଏକାଧିକ ମନ୍ଦିର ଦର୍ଶନ ମଧ୍ୟ କରୁଛନ୍ତି । ଆଜି ଗସ୍ତର ଶେଷ ଦିନ ରହିଥିବା ବେଳେ ସକାଳ ସମୟରେ ତାମିଲନାଡୁର ଧନୁଷକୋଡି ଗସ୍ତ କରିଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ଆରିଚାଲ ମୁନାଇ ପରିଦର୍ଶନ କରିଥିଲେ । ଯେଉଁଠାରୁ ରାମ ସେତୁ ନିର୍ମାଣ ହୋଇଥିଲା ବୋଲି ବିଶ୍ବାସ ରହିଛି । ଆରିଚାଲ ମୁନାଇ ପଏଣ୍ଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ମୋଦି । ଏହାପରେ କୋଠଣ୍ଡରାମାସ୍ୱାମୀ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । କୋଥାଣ୍ଡଡ୍ରାମା ନାମର ଅର୍ଥ ହେଉଛି ଧନୁ ସହିତ ରାମ । ଆଜି ସକାଳ ୯ଟା ୩୦ ମିନିଟ ସମୟରେ ଆରିଚାଲ ମୁନାଇ ପଏଣ୍ଟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । କିଛି ସମୟ ସେଠାରେ ସମୟ ବିତାଇବା ପରେ ସେହିପରି ଧନୁଷକୋଡିରେ ଥିବା କୋଠଣ୍ଡରାମାସ୍ୱାମୀ ମନ୍ଦିର ପରିଦର୍ଶନ କରି ସେଠାରେ ପୂଜାର୍ଚ୍ଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବେଶ ଗୁରୁତ୍ବ ବହନ କରୁଛି କାହିଁକିନା ଆସନ୍ତାକାଲି ରମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ରହିଛି ।
[ad_2]