ଦେଶ

ସୋଏବ୍‌ ମଲ୍ଲିକଙ୍କ ବିବାହକୁ ନେଇ ଏମିତ କହିଲେ ସାନିଆଙ୍କ ପରିବାର ଲୋକେ – Ibnodisha

[ad_1]

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍‌ ମଲ୍ଲିକ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଛନ୍ତି। ସୋଏବ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ବାହାଘରର ଫଟୋ ସେୟାର୍‌ କରିଛନ୍ତି। ଏହି ଫଟୋକୁ ଦେଖିବା ପ‌ରେ ସୋଏବଙ୍କ ପ୍ରଥମ ସ୍ତ୍ରୀ ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜାଙ୍କ ଟିମ ଓ ତାଙ୍କ ପରିବାର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସାନିଆ ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ଲୋକଙ୍କ ଠାରୁ ଦୂରେଇ ରଖିଛନ୍ତି। ତେଣୁ ତାଙ୍କୁ ଏବେ ଜଣାଇବା ଜରୁରୀ ହେଲା କି ସୋଏବ ଓ ତାଙ୍କର ବିବାହ ଛାଡ଼ପତ୍ର କିଛିମାସ ପୂର୍ବରୁ ହୋଇଯାଇଥିଲା। ଏହି ଛାଡ଼ପତ୍ର ପ୍ରକ୍ରିୟା ସାନିଆ ନିଜ ଆଡୁ ହିଁ ଆରମ୍ଭ କରିଥିଲେ। ତେଣୁ ସୋଏବଙ୍କ ନୂଆଯାତ୍ରା ପାଇଁ ଶୁଭକାମନା।’ସୋଏବ ଓ ସାନିଆଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାର ଖବର ୨୦୨୨ରୁ ଆସିବାରେ ଲାଗିଥିଲା। ଗତ ଦୁଇବର୍ଷ ହେବ ଦୁହିଁଙ୍କୁ ଆଉ କୌଣସି ସ୍ଥାନରେ ଏକାଠି ଦେଖିବାକୁ ମିଳି ନଥିଲା। କିଛିଦିନ ପୂର୍ବରୁ ସୋଏବ ସାନିଆଙ୍କୁ ଇନଷ୍ଟାଗ୍ରାମରୁ ଅନଫଲୋ କରି ଦେଇଥିଲେ। ସୋଏବ ଓ ସାନିଆଙ୍କ ୫ବର୍ଷ ପୁଅ ରହିଛି। ପୁଅ ମା’ ସାନିଆଙ୍କ ସହିତ ରହୁଛନ୍ତି। ସାନିଆ ବି ନିଜ ଜୀବନରେ ଆଗକୁ ବଢ଼ିଛନ୍ତି। ନିକଟରେ ସାନିଆ ଏକ ପୋଷ୍ଟ‌ ସେୟାର କରିଥିଲେ। ଯେଉଁଥିରେ ସେ କହିଥିଲେ, ‘ଯେଉଁ ସମ୍ପର୍କରେ ଶାନ୍ତି ନାହିଁ ସେ ସମ୍ପର୍କକୁ ଆଗକୁ ବଢ଼ାଇ ଅଯଥା ଅଶାନ୍ତି ହେବା ଅପେକ୍ଷା ସେଥିରୁ ଓହରି ଯିବା ଠିକ।’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button