ଯୁବ ଅଫସ୍ପିନର ବଶିରଙ୍କୁ ଭିସା ନମିଳିବା ଏକ ନିରାଶାଜନକ ଘଟଣା: ବେନ୍ ଷ୍ଟୋକ୍ସ – Ibnodisha

[ad_1]
ମୁମ୍ବାଇ : ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ । ଖେଳ ଯେତିକି ହୁଏ ରୋମାଞ୍ଚ, ଚର୍ଚ୍ଚା ବି ସେତିକି ହୁଏ ଜୋରଦାର।ଉଭୟ ଦେଶର ଖେଳାଳିଙ୍କ ମଧ୍ୟରେ ଚାଲିଥାଏ ଆରୋପ ପ୍ରତ୍ୟାରୋପ । ହେଲେ ଏସବୁ ଭିତରେ ଚଳିତ ସିରିଜ୍ରେ ଆଉ ଏକ କଥାକୁ ନେଇ ଚର୍ଚ୍ଚା ବେଶ୍ ଜୋର୍ ଧରିଛି। ଯୁବ ଅଫସ୍ପିନର ବଶିରଙ୍କୁ ଭିସା ନେଇ ଚର୍ଚ୍ଚା ଜୋର ଧରିଥିଲା ।
ତେବେ ବିବାଦର ସମାଧନ ହୋଇଯାଇଥିବା ବେଳେ ସାମ୍ନାକୁ ଆସିଛି ଇଂଲଣ୍ଡ ଟେଷ୍ଟ ଟିମ୍ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ବୟାନ । ସେ କହିଛନ୍ତି ଯେ, ଯୁବ ଅଫସ୍ପିନର ବଶିରଙ୍କୁ ଭିସା ନମିଳିବା ଏକ ନିରାଶାଜନକ ଘଟଣା। ଏହି ମାମଲାର ଏବେ ସମାଧାନ ହୋଇଛି । କିନ୍ତୁ ଏହା ଏକ ନିରାଶାଜନକ ଘଟଣା । ସେହିପରି ବ୍ରିଟିସ୍ ସରକାର ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ବିଟ୍ରିଶ ସରକାରଙ୍କ ପ୍ରବକ୍ତା ଶୋଏବଙ୍କ ପାଇଁ ନ୍ୟାୟୋଚିତ ବ୍ୟବହାର କରିବାକୁ କହିଛନ୍ତି ।
ଇଂଲଣ୍ଡ ଯୁବ ସ୍ପିନର ବଶିରଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଭିସା ମିଳିନଥିଲା । ଯାହାକୁ ନେଇ ବିବାଦ ବଢିବାରେ ଲାଗିଥିଲା । ଟେଷ୍ଟ ସିରିଜ୍ ପାଇଁ ବଶିରଙ୍କ ଚୟନ କରାଯାଇଥିଲା । କିନ୍ତୁ ଭାରତୀୟ ଭିସା ନମିଳିବାରୁ ଦୁବାଇରେ ଅଟକି ରହିଥିଲେ । ଶେଷରେ କିଛି ଦିନ ପରେ ଭାରତ ସରକାରଙ୍କ ପକ୍ଷରୁ ମିଳିଥିଲା ଭିସା ।
ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦ୍ରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଚାଲିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ ଟିମ୍ । ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ୧୨୫ ରନ୍ କରି ୫ ଓ୍ୱିକେଟ୍ ହରାଇ ସାରିଛି । ଭାରତ ପକ୍ଷରୁ ଅଶ୍ୱିନୀ ଏବଂ ଜାଡେଜା ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ଅକ୍ଷର ଗୋଟିଏ ଶିକାର କରିଛନ୍ତି ।
[ad_2]